Advertisement
Photo Details/zeeodisha/odisha1665781
photoDetails0hindi

Tulsi vastu tips: ତୁଳସୀ ଗଛ ନିକଟରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏହିସବୁ ଗଛ, ନେଚତ୍ ହେବ ବଡ଼ କ୍ଷତି!

Tulsi vastu tips: ସନାତନ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଥାଏ । ବିଶ୍ୱାସ ରହିଛି ଯେ, ଯେଉଁଠାରେ ତୁଳସୀ ଗଛ ଥାଏ ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ସେହି ସ୍ଥାନରେ ମାତା ଲକ୍ଷ୍ମୀ ବାସ କରିଥାଆନ୍ତି। ଘରେ ତୁଳସୀ ଗଛ ଲଗାଇବା ଦ୍ବାରା ସୁଖ, ଶାନ୍ତି ଓ ସମୃଦ୍ଧି ବଢିଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛ ଲଗାଇବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଉଚିତ୍। ତେଣୁ ଆସନ୍ତୁ ଆଲୋଚନା କରିବା ତୁଳସୀ ଗଛ ନିକଟରେ କେଉଁ ସବୁ ଗଛ ଲଗାଇବା ଉଚିତ୍ ନୁହେଁ।

1/5

କାକଟସ୍ ଗଛକୁ ଏକ ନକାରାତ୍ମକ ଗଛ ଭାବେ ବିବେଚନା କରାଯାଇଥାଏ । ସେଥିପାଇଁ ତୁଲସୀ ନିକଟରେ ଏହି ଗଛ ଲଗାଇବା ଉଚିତ୍ ନୁହେଁ । ତୁଳସୀ ନିକଟରେ କାକଟସ୍ ଗଛ ଲଗାଇବା ଏହା ପ୍ରତି ଅପମାନ ସଦୃଶ୍ୟ ହୋଇଥାଏ ।

2/5

ତୁଳସୀ ଗଛ ନିକଟରେ ଲାଜକୁଳି ଲତା ଲଗାଇବା ଠିକ୍ ନୁହେଁ । ତୁଳସୀ ଗଛଠାରୁ ଅତି କମରେ ଚାରିରୁ ପାଞ୍ଚ ଫୁଟ ଛାଡ଼ି ଏହି ଗଛ ଲଗାନ୍ତୁ। ଲାଜକୁଳି ଲତା ଗଛ ଶନୀଙ୍କୁ ସୂଚିତ କରିଥାଏ । ଏଥିଲାଗି ଭୁଲରେ ମଧ୍ୟ ତୁଳସୀ ଗଛ ନିକଟରେ ଏହି ଗଛ ଲଗାନ୍ତୁ ନାହିଁ ।

3/5

ତୁଳସୀ ଗଛ ନିକଟରେ କୌଣସି ମୋଟା ଗଣ୍ତିର ଗଛ ଲଗାଇବା ଉଚିତ୍ ନୁହେଁ । ଏହାଦ୍ବାରା ତୁଳସୀ ଗଛର ବୃଦ୍ଧି ସଠିକ୍ ଭାବରେ ହୋଇନଥାଏ ।

4/5

ତୁଳସୀ ଗଛ ନିକଟରେ ଅରଖ ଗଛ ଲଗାନ୍ତୁ ନାହିଁ । କାରଣ, ଏହି ଗଛରୁ କ୍ଷୀର ବାହାରିଥାଏ । ଏହି କ୍ଷୀର ତୁଳସୀ ଗଛ ଉପରେ ପଡି଼ଲେ ଏହା ନଷ୍ଟ ହୋଇପାରେ ।

5/5

ତୁଳସୀ ଗଛକୁ ଛାତ ଉପରେ ରଖିବା ପରିବର୍ତ୍ତେ ଘରର ଦୁଆର ମୁହଁ ଓ ବାଲକୋନୀରେ ଲଗାଇବା ଉଚିତ୍ । ଯେଉଁ କୁଣ୍ତରେ ତୁଳସୀ ଗଛ ଲଗାଯାଇଥାଏ ସେଥିରେ ଅନ୍ୟ କୌଣସି ଗଛ ଲଗାଇବା ଉଚିତ୍ ନୁହେଁ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।