Advertisement
Photo Details/zeeodisha/odisha1779642
photoDetails0hindi

Rohit Sharma Records: ୧୦ ବର୍ଷରେ ୧୦ଟି ଶତକ, ଷ୍ଟିଭ୍ ସ୍ମିଥଙ୍କ ରେକର୍ଡ଼ ସହ ସମକକ୍ଷ ହେଲେ ରୋହିତ ଶର୍ମା

Rohit Sharma Records: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି । ଏହା ହେଉଛି ରୋହିତଙ୍କ ଟେଷ୍ଟ କ୍ୟାରିୟରର ଦଶମ ଶତକ । ୨୦୧୩ ମସିହାରେ ୱିଣ୍ଡିଜ୍ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ରୋହିତ ମଧ୍ୟ ଡେବ୍ୟୁ ଟେଷ୍ଟରେ ଏକ ଶତକ ହାସଲ କରିଥିଲେ । ବର୍ତ୍ତମାନ ୧୦ ବର୍ଷ ପରେ ସେ ସମାନ ଦଳ ବିପକ୍ଷରେ ଦଶମ ଶତକ ମାରିଛନ୍ତି । ଏହି ସମୟ ମଧ୍ୟରେ ରୋହିତ ଅନେକ ରେକର୍ଡ କରିଛନ୍ତି ।

1/5

India vs West Indies: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ରୋହିତ ଶର୍ମା ୨୨୦ ବଲରେ ନିଜର ଶତକ ହାସଲ କରିଥିଲେ । ସେ ପ୍ରଥମ ୱିକେଟ୍ ପାଇଁ ଯୁବ ଓପନର୍ ଯଶସ୍ୱୀ ଜୌସୱାଲଙ୍କ ସହ ମିଶି ସହ ୨୨୯ ରନ୍ ସ୍କୋର କରିଥିଲେ । ଏହାପୂର୍ବରୁ ରୋହିତ ଶେଷ ୪ଟି ଟେଷ୍ଟ ମ୍ୟାଚର ଅର୍ଦ୍ଧଶତକ ହାସଲ କରିପାରି ନଥିଲେ । ସେ ଏହି ସ୍ମରଣୀୟ ଇନିଂସ ଖେଳି ଭାରତକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଛନ୍ତି । ଟଳିତ ୱିଣ୍ଡିଜ୍ ଟେଷ୍ଟ ସିରିଜରେ ରୋହିତଙ୍କ ଏହା ପ୍ରଥମ ଶତକ । ସେ ଚୌକା ମାରି ନିଜର ଶତକ ପୂରା କରିଥିଲେ ।

2/5

ବିଶ୍ୱ କ୍ରିକେଟରେ ହିଟମ୍ୟାନ୍ ଭାବରେ ପ୍ରସିଦ୍ଧ ରୋହିତ ଶର୍ମାଙ୍କ ପାଇଁ ଏହା ଚଳିତ ବର୍ଷର ଦ୍ୱିତୀୟ ଶତକ । ଏହାପୂର୍ବରୁ ସେ ବର୍ଷ ଆରମ୍ଭରେ ଫେବୃଆରୀରେ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଶତକ ହାସଲ କରିଥିଲେ । ଏହି ଶତକ ମାରିବା ପରେ ରୋହିତ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରିନଥିଲେ ଓ ଡେବ୍ୟୁଟାଣ୍ଟ ଆଲିକ୍ ଏଥାନେଜ୍ ଦ୍ୱାରା ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ।

3/5

ରୋହିତ ଶର୍ମା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ରୋହିତଙ୍କ ବର୍ତ୍ତମାନ WTC ରେ ୭ଟି ଶତକ ଅଛି । ସେ ୩୯ଟି ଇନିଂସ ଖେଳି ଏହି ସ୍ଥାନ ହାସଲ କରିଛନ୍ତି ।

4/5

ଓପନର ଭାବେ ୩୯ଟି ଇନିଂସରେ ରୋହିତ ଶର୍ମାଙ୍କର ଏହା ଷଷ୍ଠ ଶତକ । ସେ ଓପନର ଭାବରେ ୫ଟି ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି । ବିଦେଶରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଟେଷ୍ଟ ଶତାକ । ଏହା ପୂର୍ବରୁ ୨୦୨୧ ମସିହାରେ ସେ ଇଂଲଣ୍ଡ ଗସ୍ତରେ ଏକ ଶତକ ମାରିଥିଲେ । ଟେଷ୍ଟ କ୍ରିକେଟରେ ୧୦ଟି ଶତକ ହାସଲ କରିଥିବା ରୋହିତ ହେଉଛନ୍ତି ଭାରତର ୧୭ ତମ ଖେଳାଳି ।

5/5

ଏହି ସମୟ ମଧ୍ୟରେ ରୋହିତ ଟେଷ୍ଟ କ୍ରିକେଟରେ ୩୫୦୦ ରନ୍ ପୂରଣ କରିଥିଲେ । ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ୨୦ ତମ ଭାରତୀୟ । ଆକ୍ଟିଭ ଖେଳାଳି ତାଲିକାରେ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କଠାରୁ ସେ ଆଗରେ ଅଛନ୍ତି ।