Advertisement
Photo Details/zeeodisha/odisha1739197
photoDetails0hindi

Samantha Ruth Prabhu: ‘ସିଟାଡେଲ ଇଣ୍ଡିଆ’ରେ ଅଭିନୟ ଲାଗି ଏତିକି କୋଟି ଟଙ୍କା ଚାର୍ଜ କଲେ ସାମନ୍ଥା, ଶୁଣିଲେ ଉଡ଼ିଯିବ ହୋସ!

 Samantha Ruth Prabhu: ଡ଼ିମାଣ୍ତରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ପ୍ରଭୁ । ଏହି ଅଭିନେତ୍ରୀ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ସାଇନ୍ କରୁଥିବା ବେଳେ ଏବେ ସେ ତାଙ୍କର ଫି ବୃଦ୍ଧି କରିଛନ୍ତି, ଯାହା ଶୁଣି ଆଗ ଧାଡ଼ିର ଅଭିନେତ୍ରୀ ମାନଙ୍କ ହୋସ ଉଡ଼ିଯାଇଛି ।

1/5

ଦକ୍ଷିଣ ଭାରତୀୟ ସିନେମାରେ ବେଶ ଚର୍ଚ୍ଚିତ ସାମନ୍ଥା ପ୍ରଭୁ । ୧୩ ବର୍ଷ ଧରି ସାଉଥ ଇଣ୍ଡଷ୍ଟ୍ରିରେ କାମ କରିଆସୁଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବଲିଉଡ଼ ଓ ଓଟିଟି (OTT) ପ୍ଲାଟଫର୍ମରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

2/5

ରିପୋର୍ଟ ଅନୁଯାୟୀ, ଏବେ ସାମନ୍ଥା ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଚାହିଦାପୂର୍ଣ୍ଣ ଅଭିନେତ୍ରୀ ଅଟନ୍ତି। ଇତି ମଧ୍ୟରେ ସେ ନିଜର ଫିସ୍‌ ମଧ୍ୟ ବଢାଇଥିବା ସୂଚନା ମିଳିଛି। 

3/5

ସାମନ୍ଥା ବର୍ତ୍ତମାନ ଓଟିଟି ପ୍ଲାଟଫର୍ମର ସବୁଠାରୁ ଦାମୀ ଅଭିନେତ୍ରୀ ଅଟନ୍ତି। ତାଙ୍କର ଆଗାମୀ ୱେବ୍ ସିରିଜ ‘ସିଟାଡେଲ ଇଣ୍ଡିଆ’ ପାଇଁ ସେ ୧୦ କୋଟି ଟଙ୍କା ଡିମାଣ୍ତ କରିଛନ୍ତି।

4/5

ସାମନ୍ଥା ମନୋଜ ବାଜପେୟୀଙ୍କ ସହ ଓଟିଟି (OTT) ପ୍ଲାଟଫର୍ମରେ ପାଦ ଥାପିଥିଲେ। ‘ଦି ଫ୍ୟାମିଲି ମ୍ୟାନ’- ୨ରେ ଶ୍ରୀଲଙ୍କାର ତାମିଲ ଲିବରେସନି ଫାଇଟର୍ ରଜ୍ଜିର ଭୂମିକା ନଜର ଆସିଥିବା ସାମନ୍ଥାଙ୍କ ଅଭିନୟ ଦର୍ଶକଙ୍କ ମନ ଜିତିଥିଲା ।

5/5

ବର୍ତ୍ତମାନ ସେ ସର୍ବିଆଠାରେ ‘ସିଟାଡେଲ ଇଣ୍ଡିଆ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାସହ ସାମନ୍ଥା ‘ଖୁସି’ ନାମକ ଏକ ଫିଲ୍ମରେ ମଧ୍ଯ କାମ କରୁଛନ୍ତି। ଏଥିରେ ସେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ।