Advertisement
Photo Details/zeeodisha/odisha2410670
photoDetails0hindi

Shani Gochar : ୩୩ ଦିନ ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ଧନ ବର୍ଷା କରିବେ ଶନି, ମାନ ସମ୍ମାନ ମିଳିବା ସହିତ ଚାକିରି କ୍ଷେତ୍ରରେ...

Shani Gochar : ଏକ ନିର୍ଦ୍ଦିଷ୍ଟ ସମୟ ପରେ, ପ୍ରତ୍ୟେକ ରାଶିର ଲୋକମାନେ ଶନିଙ୍କ ବିଶେଷ ଆଶୀର୍ବାଦ ଗ୍ରହଣ କରନ୍ତି। ତେବେ ଆଗାମୀ ୩୩ ଦିନ ପର୍ଯ୍ୟନ୍ତ ତିନୋଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ। ବୈଦିକ ପଞ୍ଚାଙ୍ଗ ଅନୁସାରେ କର୍ମଫଳ ଦାତା ଶନି ଅକ୍ଟବୋର ୩ ତାରିଖରୁ ଦ୍ୱିପ୍ରହର ୧୨ଟା ୩୦ ମିନିଟରୁ ଶତଭିଷା ନକ୍ଷତ୍ରରେ ପ୍ରବେଶ କରିବେ। ଏଠାରେ ୨୭ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ୨୭ ନକ୍ଷତ୍ରରେ ଶତଭିଶା ନକ୍ଷତ୍ର ୨୭ତମ ସ୍ଥାନରେ ରହିଛନ୍ତି, ଯାହାର ସ୍ୱାମୀ ଗ୍ରହ ହେଉଛନ୍ତି ରାହୁ। 

1/3

ବୃଷ ରାଶି ଶନିଙ୍କର ନକ୍ଷତ୍ର ପରିବର୍ତ୍ତନ ହେତୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବାକୁ ଯାଉଛି। ଦୀର୍ଘ ସମୟ ଧରି ଅଟକି ଥିବା କାର୍ଯ୍ୟର ଅନ୍ତ ହେବ। ଏହା ସହିତ ବ୍ୟବସାୟୀଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ। ଚାକିରିଆମାନେ ସଫଳତାର ଶୀର୍ଷ ଛୁଇଁବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଋଣରୁ ମୁକ୍ତି ପାଇବେ। ନୂଆ ଚାକିରି ଖୋଜୁଥିବା ଯୁବକମାନଙ୍କୁ ସଫଳତା ମିଳିବ। 

2/3

କୁମ୍ଭ ରାଶି ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ଅବସ୍ଥାନ କରୁଛନ୍ତି। ଏହା ସହିତ କୁମ୍ଭ ଶତଭିଷା ନକ୍ଷତ୍ରର ରାଶି ଅଟେ। ଏହି କାରଣରୁ ଶନି ନକ୍ଷତ୍ର ପରିବର୍ତ୍ତନ କୁମ୍ଭ ରାଶିର ବ୍ୟକ୍ତିବିଶେଷ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ନେଇ ଉପରିସ୍ଥ ଅଧିକାରୀ ବେଶ ସନ୍ତୋଷ ଲାଭ କରିବେ। ବ୍ୟବସାୟୀମାନଙ୍କୁ ମଧ୍ୟ ଆର୍ଥିକ ଲାଭ ମିଳିବାକୁ ଯାଉଛି। ବିଦେଶରେ ବ୍ୟବସାୟ କରିବାର ସୁଯୋଗ ମିଳିବ।

3/3

ମୀନ ରାଶି ଶନିଦେବଙ୍କ ଚଳନ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ବିଶେଷ ଲାଭ ପକାଇବ। ବ୍ୟବସାୟୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଭବିଷ୍ୟତରେ ଏଥିପାଇଁ ପ୍ରଚୁର ଲାଭ କମାଇବେ। ଛୋଟ ବ୍ୟବସାୟୀଙ୍କୁ ବଡ଼ ଆକାରର ଅର୍ଡର ମିଳିପାରେ। ଆଗାମୀ ୩୩ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବେଶ ସୁସ୍ଥ ରହିବ। ଦୀର୍ଘ ସମୟ ଧରି ଅଟକି ରହିଥିବା ଅର୍ଥ ଫେରିପାଇବେ। ଏହା ସହିତ ଭୌତିକ ସୁଖ ମଧ୍ୟ ମିଳିବ। ପାର୍ଟନରସିପରେ କାର୍ଯ୍ୟ କରୁଥିଲେ ଆପଣଙ୍କୁ ଅର୍ଥ ଲାଭର ଯୋଗ ରହିଛି। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।