Advertisement
Photo Details/zeeodisha/odisha1800384
photoDetails0hindi

Rinku Singh 6abs Photo: 6 pack ଫଟୋ ଦେଖି ରିଙ୍କୁ ସିଂହଙ୍କ ପ୍ରେମରେ ପଡ଼ିଲେ କି ଶୁବମନ ଗିଲଙ୍କ ଭଉଣୀ, ଦେଖନ୍ତୁ କଣ ଦେଇଛନ୍ତି କମେଣ୍ଟ

ଆଇପିଏଲରେ କୋଲକାନା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ରିଙ୍କୁ ସିଂ ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ମାଳଦୀପରେ ଛୁଟି କାଟୁଛନ୍ତି। ସେହି ସମୟର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଫଟୋ

1/9

ରିଙ୍କୁ ସିଂ ବର୍ତ୍ତମାନ ମାଳଦୀପରେ ଛୁଟି କାଟୁଛନ୍ତି।ଏହି ସମୟରେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସିକ୍ସ ପ୍ୟାକର ଏକ ଫଟୋ ସେୟାର କରିଛନ୍ତି। ଯାହାକୁ କ୍ରିକେଟ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି। 

2/9

ତାଙ୍କର ଫଲୋୟର୍ସ ସଂଖ୍ୟା ୭ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଏହି ସବୁ ଫଟୋରେ ୪ ହଜାରରୁ ଅଧିକ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି। 

3/9

ରିଙ୍କୁ ସିଂହଙ୍କ ଏହି ଫଟୋରେ ଶୁବମନ ଗିଲଙ୍କ ଭଉଣୀ ଶାହନୀଲ ଗିଲ କମେଣ୍ଟ ଦେଇଛନ୍ତି। ସେ ରିଙ୍କୁଙ୍କ ଫଟୋରେ 'ହିରୋ' ବୋଲି ଲେଖିଛନ୍ତି।

4/9

ସେହିପରି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନୀତିଶ ରାଣାଙ୍କ ପତ୍ନୀ ସାଚୀ ମାରଓ୍ୱାହ ମଧ୍ୟ କମେଣ୍ଟ କରିଛନ୍ତି। ସେ କେବଳ 'ଆଚ୍ଛା' ବୋଲି ଲେଖିଛନ୍ତି।

5/9

ସେହିପରି ଅନ୍ୟ କ୍ରିକେଟରମାନେ ମଧ୍ୟ କମେଣ୍ଟ ଦେଇଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସର ଷ୍ଟାର ବୋଲର ମୋହସିନ ଖାନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।

6/9

ଆଇପିଏଲ ୨୦୨୩ ସଂସ୍କରଣରେ ରିଙ୍କୁଙ୍କ ପ୍ରଦର୍ଶନ ବେଶ ଦମଦାର ରହିଥିଲା। ସେ ୧୪୯.୫୨ ଷ୍ଟ୍ରାଇକ ରେଟରେ ୧୪ଟି ମ୍ୟାଚରୁ ୪୭୪ ରନ ସଂଗ୍ରହ କରିଥିଲେ। ଏପରିକି ସେ ଟପ ସ୍କୋରର ତାଲିକାରେ ନବମ ସ୍ଥାନରେ ରହିଥିଲେ। 

7/9

ଆଇପିଏଲରେ ରିଙ୍କୁ ମୋଟ ୪ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ସମୟରେ ମୋଟ ୩୧ଟି ଚୌକା ଓ ୨୯ଟି ଛକା ମାରିଥିଲେ। 

8/9

ଲଗାତାର ୫ଟି ଛକା ମାରି ବେଶ ଚର୍ଚ୍ଚାରେ ରହିଥିଲେ ରିଙ୍କୁ। ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଏହି ରେକର୍ଡ କରିଥିଲେ ରିଙ୍କୁ। 

9/9

୨୦୧୮ ମସିହାରେ ରିଙ୍କୁ ଆଇପିଏଲରେ ଖେଳି ଆସୁଛନ୍ତି। କୋଲକାତା ନାଇଟ ରାଇଡର୍ସ ରିଙ୍କୁଙ୍କୁ ୮୦ ଲକ୍ଷ ଟଙ୍କାରେ କିଣିଥିଲା।