Advertisement
Photo Details/zeeodisha/odisha1902625
photoDetails0hindi

Puri News: କେବେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ? ଦେଖନ୍ତୁ ଫଟୋରେ ଖବର

Srimandir Parikrama Project: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଆଜି ସକାଳ ସମୟରେ ଏହି ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଞ୍ଚିଥିଲେ ୫ଟି ସଚିବ ଭିକେ ପାଣ୍ତିଆନ୍ । ଏବଂ ତାଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ।

1/7

ଶ୍ରୀମନ୍ଦିର ସମ୍ମୁଖରେ  ଓ ଏହାର ନିକଟରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ତିଆନ୍ ।

 

2/7

୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ।

 

3/7

ରଥଯାତ୍ରା ପୂର୍ବରୁ  ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି  ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା।  କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ ଶେଷ ହେବାର ନାଁ ଧରୁନି। 

 

4/7

କେବଳ ସେତିକି ନୁହେଁ, ଶ୍ରଦ୍ଧାଳୁଙ୍କ ପାଇଁ  ଶୌଚାଳୟର ନିର୍ମାଣ କାମ ଶେଷ ହୋଇ ନାହିଁ। 

 

5/7

କେବଳ ପଶ୍ଚିମ ଦ୍ବାର ପଟ ଛାଡିଦେଲେ ଉତ୍ତର ,ଦକ୍ଷିଣ ଏବଂ ପୂର୍ବ ଦ୍ବାର ଇର୍ଥାତ୍ ସିଂହଦ୍ବାର ପରିକ୍ରମା ପ୍ରକଳ୍ପର ରାସ୍ତା କାମ ଜାରି ରହିଛି।

 

6/7

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। 

 

7/7

ତେବେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୩୧କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି।