Advertisement
Photo Details/zeeodisha/odisha1398298
photoDetails0hindi

T20 World Cup 2022 Records: ଟି-20 ବିଶ୍ୱକପରେ ଭାଙ୍ଗିବ ଏହି ଟପ୍ ୧୦ଟି ରେକର୍ଡ! କୋହଲି ଓ ରୋହିତଙ୍କଠୁ ଅଧିକ ଆଶା

T20 World Cup 2022 Records: ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ (IND vs PAK) ପାଇଁ  ପ୍ରଶଂସକମାନେ ଅଧିକ ଅପେକ୍ଷା କରିଛନ୍ତି । ଏହି ମହା ମୁକାବିଲା ମ୍ୟାଚ୍ ବ୍ୟତୀତ ପ୍ରଶଂସକଙ୍କ ଆଖି ମଧ୍ୟ ଟି-20 ବିଶ୍ୱକପର ସେହି ବଡ଼ ରେକର୍ଡ ଉପରେ ରହିବ, ଯାହା ଏଥର ଭାଙ୍ଗିପାରେ । 

1/12

T20 World Cup 2022 Records: ଚଳିତ ଥର ଟି-20 ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଖେଳା ଯାଉଛି | ଗତକାଲି ଅର୍ଥାତ ଅକ୍ଟୋବର ୧୬ରୁ ଟି-20 ବିଶ୍ୱକପ (T20 World Cup 2022) ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ନଭେମ୍ବର ୧୩ରେ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ (IND vs PAK) ପାଇଁ  ପ୍ରଶଂସକମାନେ ଅଧିକ ଅପେକ୍ଷା କରିଛନ୍ତି । ଏହି ମହା ମୁକାବିଲା ମ୍ୟାଚ୍ ବ୍ୟତୀତ ପ୍ରଶଂସକଙ୍କ ଆଖି ମଧ୍ୟ ଟି-20 ବିଶ୍ୱକପର ସେହି ବଡ଼ ରେକର୍ଡ ଉପରେ ରହିବ, ଯାହା ଏଥର ଭାଙ୍ଗିପାରେ । 

2/12

ଏଥିମଧ୍ୟରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma), ଟିମ୍ ଇଣ୍ଡିଆର (Team India) ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କଠାରୁ ସର୍ବାଧିକ ଆଶା ରହିବ । ଏମାନଙ୍କ ବ୍ୟତୀତ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam), ଅଷ୍ଟ୍ରେଲୀୟ ଓପନର୍ ଡେଭିଡ ୱାର୍ଣ୍ଣର (David Warner) ଏବଂ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର (Jos Buttler) ମଧ୍ୟ ଏହି ରେସରେ ପଛରେ ନାହାଁନ୍ତି । ଚାଲନ୍ତୁ ଏହି ଟପ୍ ୧୦ଟି ରେକର୍ଡକୁ ଦେଖିବା....

3/12

୧. ଟି-20 ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେଙ୍କ ନାମରେ ଅଛି । ସେ ୩୧ଟି ମ୍ୟାଚରେ ୧,୦୬୧ ରନ୍ ସଂଗ୍ରହ କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ କ୍ରିସ୍ ଗେଲ୍ (୯୬୫) ଏବଂ ତିଲକରତ୍ନେ ଦିଲଶାନ୍ (୮୯୭)  ଅଛନ୍ତି । କିନ୍ତୁ ସେମାନେ ଖେଳୁ ନାହାଁନ୍ତି । ଏଭଳି ପରିସ୍ଥିତିରେ ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତ ଶର୍ମା (୮୭୪) ଚତୁର୍ଥ ସ୍ଥାନରେ ଓ ବିରାଟ କୋହଲି (୮୪୭) ପଞ୍ଚମ ସ୍ଥାନରେ ଅଛନ୍ତି ।

4/12

୨. ଏପର୍ଯ୍ୟନ୍ତ ଟି-20 ବିଶ୍ୱକପ ଇତିହାସରେ କେବଳ ୮ ଖେଳାଳି ଶତକ ଲଗାଇ ପାରିଛନ୍ତି । ସେମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦୁଇଥର ଶତକ ହାସଲ କରିଛନ୍ତି । ଏହି ତାଲିକାରେ ଭାରତର ପୂର୍ବତନ ଖେଳାଳି ସୁରେଶ ରୈନାଙ୍କ ନାମ ମଧ୍ୟ ରହିଛି । କିନ୍ତୁ ଏଥର ଦେଖିବାକୁ ପଡିବ କେଉଁ ଖେଳାଳି ଶତକ ଲଗାଇ ନିଜ ନାମରେ ନୂଆ ରେକର୍ଡ କରିନେଉଛନ୍ତି ଓ ୩ ଶତକ ସ୍କୋର କରି ଗେଲଙ୍କ ରେକର୍ଡ ଭାଙ୍ଗୁଛନ୍ତି ।

5/12

୩. ଟି-20 ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ୫୦ କିମ୍ବା ତା'ଠାରୁ ଅଧିକ ଥର ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ଟପରେ ଅଛନ୍ତି । ସେ ଏହି ସଫଳତା ୧୦ ଥର ହାସଲ କରିଛନ୍ତି । ରୋହିତ ଶର୍ମା ଏହା ୮ ଥର କରିଛନ୍ତି ଓ ସେ ବର୍ତ୍ତମାନ କୋହଲିଙ୍କ ପଛରେ ତୃତୀୟ ସ୍ଥାନରେ ଅଛନ୍ତି । କ୍ରିସ୍ ଗେଲ୍ (୯) ଦ୍ୱିତୀୟରେ ଅଛନ୍ତି ।

6/12

୪. ଯେକୌଣସି ଟି-20 ବିଶ୍ୱକପ ସିଜନରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ମଧ୍ୟ ବିରାଟ କୋହଲିଙ୍କ ନାମରେ ଅଛି । ସେ ୨୦୧୪ ସିଜନରେ ୬ଟି ମ୍ୟାଚରେ ୩୧୯ ରନ୍ ସ୍କୋର କରିଥିଲେ । ଦ୍ୱିତୀୟ ନମ୍ବରରେ ଶ୍ରୀଲଙ୍କାର ପୂର୍ବତନ ଦିଗଜ ତିଲକରତ୍ନେ ଦିଲଶାନ୍ ଅଛନ୍ତି, ଯିଏ ୨୦୦୯ ସିଜନରେ ୭ଟି ମ୍ୟାଚରେ ୩୧୭ ରନ୍ ସ୍କୋର କରିଥିଲେ ।

7/12

୫. ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ ହାସନ ଟି-20 ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ୪୧ ୱିକେଟ୍ ନେଇ ରେକର୍ଡ କରିଛନ୍ତି । ଦୁଇ ନମ୍ବରରେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ୩୯ ୱିକେଟ୍ ନେଇଛନ୍ତି । ଭାରତର ରବିଚନ୍ଦ୍ରନ ଅଶ୍ୱିନ ୨୬ ୱିକେଟ୍ ନେଇ ୧୦ ନମ୍ବରରେ ଅଛନ୍ତି ।

8/12

୬. ବର୍ତ୍ତମାନ ପର୍ଯ୍ୟନ୍ତ ଟି-20 ବିଶ୍ୱକପରେ ୪ କିମ୍ବା ଅଧିକ ୱିକେଟ୍ ନେଇବାର ରେକର୍ଡ ମିଳିତ ଭାବେ ପୂର୍ବତନ ପାକିସ୍ତାନୀ ବୋଲର ସୟଦ ଅଜମଲ ଓ ବାଂଲାଦେଶୀ ବୋଲର ଶାକିବ ଅଲ ହାସନଙ୍କ ନାମରେ ରହିଛି । ଉଭୟ ଏହି ସଫଳତା ୩-୩ ଥର ହାସଲ କରିଛନ୍ତି । ବାଂଲାଦେଶର ମୁସ୍ତାଫିଜୁର ରହମାନ ଦୁଇଥର ଏହି ସଫଳତା ହାସଲ କରି ତୃତୀୟ ସ୍ଥାନରେ ଛିଡା ହୋଇଛନ୍ତି ।

9/12

୭. କୌଣସି ଟି-20 ବିଶ୍ୱକପ ସିଜନରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହାସରାଙ୍ଗା ନାମରେ ରହିଛି । ସେ ୨୦୨୧ ସିଜନରେ ୮ଟି ମ୍ୟାଚ୍ ଖେଳି ୧୬ ୱିକେଟ୍ ନେଇଥିଲେ । ୨୦୧୨ ସିଜନରେ ୧୫ ୱିକେଟ୍ ନେଇଥିବା ଶ୍ରୀଲଙ୍କାର ପୂର୍ବତନ ବୋଲର ଅଜନ୍ତା ମେଣ୍ଡିସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

10/12

୮. ଟି-20 ବିଶ୍ୱକପରେ ଏପର୍ଯ୍ୟନ୍ତ ସର୍ବାଧିକ କ୍ୟାଚ୍ ନେବା ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦିଗଜ ଏବି ଡି ଭିଲିୟର୍ସ ଶୀର୍ଷରେ ଅଛନ୍ତି । ସେ ୩୦ଟି ମ୍ୟାଚରେ ୨୩ ୱିକେଟ୍ ନେଇଥିଲେ । ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପଟିଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୨୮ଟି ମ୍ୟାଚରେ ୧୯ଟି କ୍ୟାଚ୍ ନେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଏହା ହେଉଛି ଭାରତର ସବୁଠାରୁ ବଡ଼ ଦୁର୍ବଳତା, ରୋହିତ-ଦ୍ରାବିଡଙ୍କୁ ଦୂର କରିବାକୁ ପଡ଼ିବ ଏହି ସମସ୍ୟା

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଆରମ୍ଭରେ ବଡ଼ ଚମତ୍କାର, ଏସିଆ ଚାମ୍ପିଆନ ଶ୍ରୀଲଙ୍କାକୁ ପରାସ୍ତ କଲା ନାମିବିଆ

ଅଧିକ ପଢ଼ନ୍ତୁ:-ଗୁଜୁରାଟ ଓ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର; ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ନୂଆ ସର୍ଭେ

 

11/12

୯. ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟି-20 ବିଶ୍ୱକପ ଇତିହାସରେ ୱିକେଟ୍ କିପର ଭାବରେ ସର୍ବାଧିକ ଶିକାର କରିବା ମାମଲାରେ ଆଗରେ ରହିଛନ୍ତି । ସେ ୩୩ଟି ମ୍ୟାଚରେ ୩୨ ଖେଳାଳିଙ୍କୁ ଶିକାର କରିଛନ୍ତି । ଦୁଇ ନମ୍ବରରେ ପାକିସ୍ତାନର ପୂର୍ବତନ ୱିକେଟ୍ କିପର କାମ୍ରାନ୍ ଆକମଲ ଅଛନ୍ତି, ଯିଏ ୩୦ଟି ମ୍ୟାଚରେ ୩୦ ଶିକାର କରିଛନ୍ତି ।

12/12

୧୦. ଟି-20 ବିଶ୍ୱକପର କୌଣସି ସିଜନରେ ୱିକେଟ୍ କିପର ଭାବରେ ସର୍ବାଧିକ ଶିକାର କରିବାର ରେକର୍ଡ ପୂର୍ବତନ ଆଫ୍ରିକୀୟ ଖେଳାଳି ଏବି ଡି ଭିଲିୟର୍ସ, ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଡାମ ଗିଲକ୍ରିଷ୍ଟ, ପୂର୍ବତନ ପାକିସ୍ତାନୀ ୱିକେଟ୍ କିପର କାମରନ୍ ଅକମଲ, ପୂର୍ବତନ ଶ୍ରୀଲଙ୍କା ୱିକେଟ କିପର୍ କୁମାର ସାଙ୍ଗାକାରା ଏବଂ ଅଷ୍ଟ୍ରେଲିଆର ମାଥ୍ୟୁ ୱେଡଙ୍କ ନାମରେ ରହିଛି । ସମସ୍ତେ ୯-୯ ଶିକାର କରିଥିଲେ । ଏହି ସମସ୍ତଙ୍କ ମଧ୍ୟରେ କେବଳ ମାଥ୍ୟୁ ୱେଡ୍ ହିଁ ବର୍ତ୍ତମାନ ଖେଳୁଛନ୍ତି ।