Advertisement
Photo Details/zeeodisha/odisha2307610
photoDetails0hindi

AFG vs BAN: ସେମିଫାଇନାଲରେ ଦଳ ପହଞ୍ଚିବା ମାତ୍ରେ ରାସ୍ତାକୁ ବାହାରି ସେଲିବ୍ରେସନ କଲେ ଆଫଗାନିସ୍ତାନ ଲୋକ, ଦେଖନ୍ତୁ କିଛି ଝଲକ

AFG vs BAN: ଟି-୨୦ ବିଶ୍ୱକପ ୨୦୨୪ ରେ ଆଫଗାନିସ୍ତାନ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ପରେ ଆଫଗାନିସ୍ତାନରେ ଲୋକଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା।

1/5

ଆଫଗାନିସ୍ତାନ ଚତୁର୍ଥ ଦଳ ଭାବରେ ଟି-୨୦ ବିଶ୍ୱକପ ୨୦୨୪ ର ସେମିଫାଇନାଲରେ ପ୍ରବେଶ କରିଛି। ଟୁର୍ଣ୍ଣାମେଣ୍ଟର ଶେଷ ସୁପର-୮ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ରସିଦ ଖାନଙ୍କ ବିଗ୍ରେଡ୍ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଆଇସିସି ଆଇସିସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଦଳ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଆଫଗାନିସ୍ତାନ ଲୋକମାନେ ଆନନ୍ଦରେ ରାସ୍ତାକୁ ବାହାରି ସେଲିବ୍ରେସନ କରିଥିଲେ।

 

2/5

ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଆଫଗାନିସ୍ତାନ ରାସ୍ତାରେ ଏକ ବିଶାଳ ଜନସମାଗମ ହୋଇଥିଲା, ଯାହାର ଫଟୋ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନିଜେ ସେୟାର କରିଛି।

 

3/5

ଫଟୋ ଗୁଡ଼ିକରେ ଏହା ଦେଖିବାକୁ ମିଳେ ଯେ ଲୋକଙ୍କ ଭିଡ଼ ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଛି। ରାସ୍ତାରେ ଏତେ ପରିମାଣରେ ଲୋକ ଏକାଠି ହୋଇଛନ୍ତି ଯେ ଯିବା-ଆସିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ଏହାପରେ ବାଧ୍ୟତାମୂଳକ ଭାବେ ଆଫଗାନିସ୍ତାନ ସରକାର ଏହି ଜନତାଙ୍କୁ ହଟାଇବା ପାଇଁ ୱାଟର ବ୍ରିଗେଡ ବ୍ୟବହାର କରିଥିଲେ।

 

4/5

କହିରଖୁଛୁ ଯେ ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ୨୦ ଓଭରରେ ବୋର୍ଡରେ ମାତ୍ର ୧୧୧୫/୫ ରନ୍ କରିଥିଲା। ଯାହାପରେ ଏହା ଦଳର ପାଇଁ ବିଜୟୀ ପାଇଁ ଯଥେଷ୍ଟ ସ୍କୋର ପ୍ରମାଣିତ ହୋଇଥିଲା।

 

5/5

ଟାର୍ଗେଟକୁ ପିଛାକରୁଥିବା ବାଂଲାଦେଶର ଇନିଂସରେ ବର୍ଷା ଅନେକ ଥର ବାଧା ସୃଷ୍ଟି କରିଥିଲା, ଯେଉଁଥିପାଇଁ ଏହି ଦଳକୁ DLS ଅଧୀନରେ ୧୯ ଓଭରରେ ୧୧୪ ରନର ସଂଶୋଧିତ ଟାର୍ଗେଟ ଦିଆଯାଇଥିଲା। କିନ୍ତୁ ୧୭.୫ ଓଭରରେ ପୂରା ବାଂଲାଦେଶ ଦଳ ୧୦୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା।