Advertisement
Photo Details/zeeodisha/odisha1996952
photoDetails0hindi

Sunil Kanugolu: କିଏ ଏହି କାନୁଗୋଲୁ, ଯାହାଙ୍କ ରଣନୀତିକୁ ଫଲୋ ନକରି ହାରିଲେ ଗେହଲୋଟ ଓ କମଲନାଥ !

Sunil Kanugolu: ବାହାରି ସାରିଛି ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ । ୨୦୨୪ ନିର୍ବାଚନ ଫଳାଫଳ ସେମି କୁହାଯାଉଥିବା ଏହି ରାଜ୍ୟର ନିର୍ବାଚନ ଉପରେ ପୂରା ଦେଶର ନଜର ରହିଥିଲା। ରାଜସ୍ଥାନ, ଛତିଶଗଡ଼, ଓ ମଧ୍ୟ ପ୍ରଦେଶରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ସାଢେ ୯ ବର୍ଷ ଧରି ଶାସନ କରୁଥିବା ବିଆରଏସକୁ ପଛରେ ପକାଇ ତେଲେଙ୍ଗାନାରେ ସରକାର ଗଢିବାକୁ ଯାଉଛି କଂଗ୍ରେସ । ହେଲେ ଏବେ ଗୋଟିଏ ନାଁ ସୁନିଲ କାନୁଗୋଲୁକୁ ନେଇ ବେଶ୍ ଚର୍ଚ୍ଚା।  ଯେଉଁଠି କଂଗ୍ରେସର ଅସ୍ଥିତ୍ୱ ନଥିଲା ସେଠି କେମିତି ଚିତ୍ର ବଦଳାଇଥିଲେ କାନୁଗୋଲୁ ଆସନ୍ତୁ ଜାଣିବା...

 

1/8

ପୋଲ୍ ଷ୍ଟ୍ରାଟେଜିକ୍ ବା ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁ କିଏ? କଣ ରହିଛି ତାଙ୍କର ଷ୍ଟ୍ରାଟେଜି । କଂଗ୍ରେସର ଏହି ରଣନୀତିକାରଙ୍କୁ ନେଇ ସବୁ ଦଳରେ କମ୍ପନ।  

 

2/8

ନିର୍ବାଚନର କିଛି ମାସ ପୂର୍ବେ ତେଲେଙ୍ଗାନାରେ କଂଗ୍ରେସର କୌଣସ ଅସ୍ଥିତ୍ୱ ନଥିଲା । ବିଆରଏସ ତଥା କେସିଆର ହିଁ ପୁଣିଥରେ ସରକାର ଗଠନ କରିବା ଏକ ପ୍ରକାର ଥୟ ହୋଇଥିଲା । 

 

3/8

ହେଲେ ସୁନିଲ୍ କାନୁଗୋଲୁ ଓ ତାଙ୍କ ଟିମ୍ ଙ୍କୁ କଂଗ୍ରେସ ହାଇକମାଣ୍ଡ ତେଲେଙ୍ଗାନା ନିର୍ବାଚନରେ ସମୂର୍ଣ୍ଣ ସ୍ୱତନ୍ତ୍ରତା ଦିଆଯାଇଥିବା କୁହାଯାଉଛି। କାନୁଗୋଲୁ ଓ ତାଙ୍କ ଟିମ୍ ତେଲେଙ୍ଗାନା ନିର୍ବାଚନକୁ ନଜରରେ ରଖି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲେ । ଏହି ପ୍ରସ୍ତୁତି ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ରହିଥିଲା। 

 

4/8

ମାତ୍ର ମଧ୍ୟପ୍ରଦେଶରେ କମଲନାଥ ଓ ରାଜସ୍ଥାନରେ ଗେହଲୋଟ୍ କାନୁଗୋଲୁ ଓ ତାଙ୍କ ଟିମ୍ ଙ୍କ ଷ୍ଟ୍ରାଟେଜିକୁ ଆପଣେଇବାକୁ ରୋକଠୋକ୍ ମନା କରିଦେଇଥିଲେ। 

 

5/8

ନିର୍ବାଚନ ପୂର୍ବରୁ କାନୁଗୋଲୁଙ୍କ ଟିମ୍ ରାଜସ୍ଥାନ ଉପରେ ସର୍ବେକ୍ଷଣ କରି କହିଥିଲା ଯେ, ଯେଉଁ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନା କ୍ଷୀଣ ତାଙ୍କୁ ଟିକେଟ ଦିଆନଯାଉ, ହେଲେ ତାହା ମାନିନଥିଲେ ଗେହଲୋଟ ।

6/8

ସେହିପରି କମଲନାଥ ମଧ୍ୟ କାନୁଗୋଲୁଙ୍କ ଓ ତାଙ୍କ ଟିମ୍ ଙ୍କ ସହାୟତା ନେଇନଥିଲେ। ତେଣୁ କିଛି ସମୀକ୍ଷକଙ୍କ ମତ ଅନୁସାରେ, ଯଦି ପରାମର୍ଶ ଗ୍ରହଣ କରିଥାନ୍ତେ ତେବେ ଫଳାଫଳ କିଛି ଭିନ୍ନ ହୋଇପାରିଥାନ୍ତା ।  

 

7/8

ପ୍ରଶାନ୍ତ କିଶୋରଙ୍କ ଆଇପ୍ୟାକ୍ ରୁ କ୍ୟାରିୟର ଆରମ୍ଭ କରିଥିବା କାନୁଗୋଲୁ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଅଭିଯାନ ପରିଚାଳନା କରିଛନ୍ତି। ୨୦୨୨ରେ ତାମିଲନାଡୁର ଦୁଇ ପ୍ରମୁଖ ଦଳ DMK ଓ AIADMK ପାଇଁ କାର୍ଯ୍ୟ କରିଥିଲେ। 

 

8/8

ସେହିପରି ପ୍ରଶାନ୍ତ କିଶୋରଙ୍କ ସହ ୨୦୧୪ ରେ ମୋଦିଙ୍କ ବିଜୟର ନକ୍ସା ବି ପ୍ରସ୍ତୁତ କରିଥିଲେ ବୋଲି କୁହାଯାଏ। ବିଜେପିର ଆସୋସିଏସନ ଅଫ ବିଲିୟନ ମାଇଣ୍ଡସକୁ ମାର୍ଗଦର୍ଶନ ଦ୍ୱାରା ସୁନିଲ କାନୁଗୋଲୁଙ୍କ ଟିମ୍ ଦଳକୁ ୟୁପି, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ଓ କର୍ଣ୍ଣାଟକ ବିଜୟରେ ସାହାଯ୍ୟ କରିଥିଲା।