Advertisement
Photo Details/zeeodisha/odisha1806105
photoDetails0hindi

country with multiple capital: ବିଶ୍ୱର ୫ ଦେଶ ଯାହାର ରହିଛି ଯାହାର ରହିଛି ଏକାଧିକ ରାଜଧାନୀ

countries with more than one capital: ବିଶ୍ୱର ପ୍ରତ୍ୟେକ ଦେଶର ରାଜଧାନୀ ରହିଛ। ହେଲେ ତଥାପି ବିଶ୍ୱରେ ଏପରି କିଛି ଦେଶ ଅଛନ୍ତି ଯାହାର ଏକାଧିକ ରାଜଧାନୀ ରହିଛି। ଏବେ ଆମେ ଆପଣଙ୍କୁ ଏପରି ୫ ଦେଶ ବିଷୟରେ କହିବାକୁ ଯାଉଛୁ ଯାହାର ଏକରୁ ଅଧିକ ରାଜଧାନୀ ରହିଛି। 

 

1/5

ଚେକ୍ ଗଣରାଜ୍ୟ (Czech Republic): ୟୁରୋପୀୟ ଦେଶ ଚେକ ଗଣରାଜ୍ୟର ଦୁଇଟି  ରାଜଧାନୀ ରହିଛି। ତାହା ହେଉଛି ବ୍ରନୋ ଏବଂ ପ୍ରାଗ୍ (Brno and Prague)। ଚେକ୍ ଗଣରାଜ୍ୟର ସୁପ୍ରିମକୋର୍ଟ ବ୍ରନୋ ଠାରେ ଅବସ୍ଥିତ ରହିଛି। ଯେଉଁଠାରେ ବହୁ ଲୋକପ୍ରିୟ କାଫେ ରହିଛି। ଯଦି ଆପଣ ଚେକ ଗଣରାଜ୍ୟର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ଚାହାଁନ୍ତି, ତାହେଲେ ଥରେ ପ୍ରାଗ ପରିଦର୍ଶନ କରନ୍ତୁ। 

 

2/5

ମାଲେସିଆ (Malaysia): ଦକ୍ଷିଣ ଏସୀୟ ଦେଶ ମାଲେସିଆର ଦୁଇଟି ରାଜଧାନୀ ରହିଛି। ତାହା ହେଉଛି କୁଆଲାଲାମ୍ପୂର ଏବଂ ପୁତ୍ରଜୟ (Kuala Lumpur and Putrajaya)। ପୁତ୍ରଜୟ ଏକ କୃତ୍ରିମ ହ୍ରଦ ଚାରିପାଖରେ ନିର୍ମିତ ଏକ ସୁନ୍ଦର ସହର। ଏହା ସହିତ କୁଆଲାଲମ୍ପୁର କ୍ଲବ ଏବଂ ରେସ୍ତୁରାଁ ସମଗ୍ର ବିଶ୍ୱରେ ବହୁତ ପ୍ରସିଦ୍ଧ।

 

3/5

ନେଦରଲ୍ୟାଣ୍ଡ (Netherland): ୟୁରୋପୀୟ ଦେଶ ନେଦରଲ୍ୟାଣ୍ଡର ଦୁଇଟି ରାଜଧାନୀ ରହିଛି। ତାହା ହେଉଛି ଆମଷ୍ଟରଡାମ୍ ଏବଂ ହେଗ୍ (Amsterdam and The Hague)। ଅଧିକାଂଶ ସରକାରୀ ଲୋକ ହେଗ ସହରରେ ଅବସ୍ତାନ କରିଥାନ୍ତି। ଅନ୍ୟପକ୍ଷରେ ଆମଷ୍ଟରଡାମ୍ ଏହାର ବନ୍ଧୁତ୍ୱପୂର୍ଣ୍ଣ କାଫେ ଏବଂ କ୍ଲବ ପାଇଁ ବିଶ୍ୱ ପ୍ରସିଦ୍ଧ।

 

4/5

ଦକ୍ଷିଣ ଆଫ୍ରିକା (South Africa): ଆଫ୍ରିକା ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଏହି ଦେଶର ୩ ରାଜଧାନୀ ରହିଛି। ତାହା ହେଉଛି ବ୍ଲୁମଫୋଣ୍ଟେନ୍ (Bloemfontein), କେପ୍ ଟାଉନ୍ (Cape Town) ଏବଂ ପ୍ରିଟୋରିଆ (Pretoria)। ଦକ୍ଷିଣ ଆଫ୍ରିକା ହେଉଛି ବିଶ୍ୱର ଏକମାତ୍ର ଦେଶ ଯାହାର ତିନୋଟି ରାଜଧାନୀ (South Africa Three Capitals) ରହିଛି। କେପଟାଉନ୍ ମଧ୍ୟ ଦେଶର ଏକ ବିଧାନସଭା ରାଜଧାନୀ (Legislative Capital of South Africa)। ବ୍ଲୁମଫୋଣ୍ଟେନ୍ ହେଉଛି ଦେଶର ନ୍ୟାୟିକ ରାଜଧାନୀ (Judicial Capital of South Africa)। ଏହା ସହିତ ପ୍ରିଟୋରିଆ ଦେଶର କାର୍ଯ୍ୟନିର୍ବାହୀ ରାଜଧାନୀ (Administrative and Executive Capital of South Africa)। 

 

5/5

ଶ୍ରୀଲଙ୍କା (Sri Lanka): ଦକ୍ଷିଣ ଏସୀୟ ଦେଶ ଶ୍ରୀଲଙ୍କାର ଦୁଇଟି ରାଜଧାନୀ ରହିଛି। ତାହା ହେଉଛି କଲମ୍ବୋ ଏବଂ ଶ୍ରୀଜୟବର୍ଦ୍ଧନେପୁରା କୋଟ୍ଟେ (Sri Jayawardenepura Kotte and Colombo)। କଲମ୍ବୋ ଶ୍ରୀଲଙ୍କା ଉପକୂଳରେ ଅବସ୍ଥିତ ରହିଛି। ଏଠାକାର ଦୃଶ୍ୟ ବେଶ ମନୋରମ। ଅନ୍ୟପଟେ ଶ୍ରୀଜୟବର୍ଦ୍ଧନେପୁରା କୋଟ୍ଟେ ଶ୍ରୀଲଙ୍କା ସଂସଦ ଗୃହ ଭାବରେ ମଧ୍ୟ ଜଣାଶୁଣା।