Advertisement
Photo Details/zeeodisha/odisha1891410
photoDetails0hindi

Tiger3 Star Cast Fees:‘ଟାଇଗର ୩’ ପାଇଁ କିଏ ନେଇଛନ୍ତି କେତେ Fees,ଜାଣନ୍ତୁ

Tiger3 Star Cast Fees: ଆଗକୁ ଆସୁଛି ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’(Tiger3 ) । ନିକଟରେ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି ।  ଏହି ଫିଲ୍ମର ଲିଡ୍ ରୋଲରେ ସଲମାନ୍ ଖାନ୍, କ୍ୟାଟ୍ରିନା କୈଫ୍,  ଇମ୍ରାନ୍ ହାସମୀ, ରିଦ୍ଧି ଡୋଗରା, ଭିଶାଲ୍ ଜେଠଓ୍ବା,  ଅଭିନୟ ରାଏ ସିଂ, ଆଶୁତୋଶ ରଣା , ରଣବୀର ସୋରି(Ranvir Shorey) ଓ (Edward Sonnenblick) ଇଡଓ୍ବାର୍ଡ ସୋନେନବିକଙ୍କୁ ଦେଖିବାକୁ ମିଳିବ। 

1/7

 ସଲମାନ ଖାନ୍,  ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ। ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି ୧୦୦ କୋଟି ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଫିଲ୍ମର  ପ୍ରଥମ ଦୁଇଟି ଭାଗ ବକ୍ସବଷ୍ଟର ପ୍ରମାଣିତ ହୋଇଛି । ଭାଇଜାନଙ୍କ 'ଏକ ଥା ଟାଇଗର' ବକ୍ସ ଅଫିସରେ ୩୩୪ କୋଟିରୁ ଅଧିକ ବ୍ୟବସାୟ କରିଥିବା ବେଳେ 'ଟାଇଗର ଜିନ୍ଦା ହେ' ୫୭୦ କୋଟି ଟଙ୍କା ରୋଜଗାର କରିଥିଲା। 

2/7

ସେହିପରି ସଲମାନଙ୍କ ବିପକ୍ଷରେ ନାୟିକା ସାଜିଥିବା କ୍ୟାଟ୍ରିନା କୈଫ୍ ବି ଏଥିରେ 'ଜୋୟୋ'  ଭୂମିକାରେ ନଜର ଆସିବେ। ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି  ୧୦ କୋଟି ନେଇଥିବା ଜଣାପଡି଼ଛି। 

3/7

ଇମ୍ରାନ୍ ହାସମୀ, ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ସେ ଏହି ଫିଲ୍ମ ପାଇଁ  ୨.୫ କୋଟି ନେଇଛନ୍ତି। ସେ ଏଥିରେ ନେଗେଟିଭ୍ ରୋଲରେ ନଜର ଆସିବେ। 

4/7

ସେହିପରି ଆଶୁତୋଶ ରଣା ଏହି ଫିଲ୍ମରେ ଏକ ଗୁପ୍ତଚର ଭୂମିକାରେ ନଜର ଆସିବେ। ସେ ଏହି ଫିଲ୍ମ ପାଇଁ ପାଖାପାଖି ୬୦ କୋଟି ନେଇଛନ୍ତି।

5/7

 ରଣଭୀର ସୋରି ବି ଏହି ଫିଲ୍ମରେ RAW ଏଜେଣ୍ଟ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ତାଙ୍କୁ ୫୦ ଲକ୍ଷ ମିଳିଛି । 

6/7

କ୍ୟାଟ୍ରିନାଙ୍କ ବ୍ୟତିତ ଏହି ଫିଲ୍ମରେ ଲେଡି ଆଟିଷ୍ଟ ଭାବେ ରିଦ୍ଧି ଡୋଗ୍ରା (Riddhi Dogra)ଙ୍କୁ ଦେଖିବାକୁ ମିଳିବ। ସେ ଏଥି ପାଇଁ ୩୦ ଲକ୍ଷ ଚାର୍ଜ କରିଛନ୍ତି। 

7/7

ଭିଶାଲ୍ ଜେଠଓ୍ବାଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଏଥିପାଇଁ ସେ  ୨୦ ଲକ୍ଷ ଟଙ୍କା ପାରିଶ୍ରମିକ ପାଇଛନ୍ତି।