Advertisement
Photo Details/zeeodisha/odisha1761253
photoDetails0hindi

Horoscope Today 01 July 2023: ଯାତ୍ରା ସମୟରେ ସର୍ତକ ରୁହନ୍ତୁ ଏହି ୨ ରାଶି! ଜାଣନ୍ତୁ କେମିତି କଟିବ ଆପଣଙ୍କ ଶନିବାର

Horoscope Today 01 JULY 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି (Aries): ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। କଟୁ ବ୍ୟବହାର ପାଇଁ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ର କରି ନୂତନ କର୍ମ ସସ୍ଥାନ ପାଇଁ ମନ ବଳିପାରେ। ଦମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ ।

2/12

ବୃଷ ରାଶି (Taurus): ଅପ୍ରିୟ ସତ କଥା କହି ବିରୋଧୀ ହେବାର ସମ୍ଭାବନା ରହିଛି । ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରି ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ବିଶୃଙ୍ଖଳା ଯୋଗୁଁ ମନ ଭଲ ରହିବ ନାହିଁ । ମାଲିମକଦ୍ଦମା ଓ ବିବାଦର ସମାଧାନ ହେବା ନେଇ ଯୋଗ ରହିଛି ।

3/12

ମିଥୁନ (Gemini): ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ପ୍ରେମୀଯୁଗଳଙ୍କ ମଧ୍ଯରେ ମତାନ୍ତର ହୋଇପାରେ ।

4/12

କର୍କଟ (Cancer): ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ କରିବା ଲାଗି ଦିନଟି ଅତ୍ୟନ୍ତ ଶୁଭ ଅଟେ । ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।

5/12

ସିଂହ (Leo): ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଆନୁଷ୍ଠାନିକ କାମରେ ଉପକୃତ ହୋଇପାରନ୍ତି । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ବିତାଇବେ ।

6/12

କନ୍ୟା (Virgo): ଆଜି ପାରିବାରିକ ଜୀବନରେ ଛୋଟ ବଡ଼ ବିବାଦ ଦେଖା ଦେବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଦମ୍ପତିଙ୍କ ଲାଗି ଦିନଟି ଭଲ ରହିବ । ଅଧିକ ଖର୍ଚ୍ଚ କାରଣରୁ ମନସ୍ତାପ ହୋଇପାରେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ ।

7/12

ତୁଳା (Libra): ଆଜି ପରିସ୍ଥିତିରେ ପଡି଼ ଖର୍ଚ୍ଚାନ୍ତ ହୋଇପାରନ୍ତି । ହାତକୁ ନେଇଥିବା ଯୋଜନା ଗୁଡି଼କ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

8/12

ବିଛା (Scorpio): ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସ୍ଥଗିତ କାମକୁ ପୂରା କରିବା ନେଇ ନିଷ୍ପତ୍ତି ନେବେ । ପିତାମାତାଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ ।

9/12

ଧନୁ (Sagittarius): ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ପିତା ମାତାଙ୍କ ସହଯୋଗ ପାଇ ଦୀର୍ଘ ଦିନରୁ ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ ।

10/12

ମକର (Capricorn): ଭଲ କଥା କହିଲେ ମଧ୍ୟ ଲୋକେ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଅର୍ଥହାନୀ ନେଇ ଯୋଗ ରହିଛି । ସତର୍କତାର ସହ ପ୍ରତ୍ୟେକ କାମକୁ ଭାବିଚିନ୍ତି କରନ୍ତୁ । ଜମିଜମା, କଚେରୀ ମାମଲାରେ ସଫଳତା ମିଳିବ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ। ଛାତ୍ରଛାତ୍ରୀ ପାଠ ପଢାରେ ଅବହେଳା କରିବେ ।

11/12

କୁମ୍ଭ (Aquarius): କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତା ପାଇ ଉପକୃତ ହେବେ। ନିଜର ଅତି ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଆବଶ୍ୟକ ପଡ଼ିପାରେ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ।

12/12

ମୀନ(Pisces): ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ। ଅତୀତ କଥା ଚିନ୍ତା କରି ମନ ଭାରାକ୍ରାନ୍ତ ରହିବ । ଆକସ୍ମିକ ଯାତ୍ରା କରିପାରନ୍ତି, କିନ୍ତୁ ସାବଧାନ ରୁହନ୍ତୁ ।