Advertisement
Photo Details/zeeodisha/odisha1763407
photoDetails0hindi

Horoscope Today 03 July 2023: ଏହି ୨ ରାଶିଙ୍କ ବିଗିଡ଼ିପାରେ କାମ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ

Horoscope Today 03 July 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ମନ ଭିତର କଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ରୁଚିପୂର୍ଣ୍ଣ ବ୍ୟବହାର ଯୋଗୁଁ ପ୍ରଶଂସିତ ହେବେ। ଆକସ୍ମିକ୍ ଅର୍ଥ ବ୍ୟୟ ହୋଇପାରେ । ସାଂଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପଦସ୍ଥ ବ୍ୟକ୍ତିଙ୍କ ଶ୍ରଦ୍ଧା ଭାଜନ ହୋଇପାରନ୍ତି ।

2/12

ବୃଷ ରାଶି: ଧନ ପ୍ରାପ୍ତି ନେଇ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାର୍ଯ୍ୟ ପୂରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟା ଦୂର ହେବ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବ୍ୟବସାୟ ବାଣିଜ୍ୟ ସନ୍ତୋଷଦାୟକ ରହିବ।

3/12

ମିଥୁନ ରାଶି: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆତ୍ମ ତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।

4/12

କର୍କଟ ରାଶି: ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟା ଦୂର ହେବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇ ଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

5/12

ସିଂହ ରାଶି: ଚାକିରୀରେ ପଦ ମର୍ଯ୍ୟାଦା ପ୍ରାପ୍ତି ହୋଇପାରେ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟାର ସମାଧାନ ହେବା ସହ ଜମିଜମା ବିବାଦରେ ବିଜୟୀ ହେବେ।

6/12

କନ୍ୟା ରାଶି: ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ଧନ ସଂଚୟ ପାଇଁ ଦିନଟି ବେଶ ଉତ୍ତମ ରହିବ । ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିବ।

7/12

ତୁଳା ରାଶି: ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟ ସିଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ହଠାତ୍ ଦୂରସ୍ଥାନକୁ ଭ୍ରମଣ କରିବାକୁ ପଡ଼ିପାରେ। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।

8/12

ବିଛା ରାଶି: ଶାରୀରିକ ଓ ମାନସିକ ସୁସ୍ଥତା ରକ୍ଷା କରି ଦୈନନ୍ଦିନ ଜୀବନଯାତ୍ରାକୁ ନିଷ୍କଣ୍ଟକ୍ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ଭାବନା ରହିଛି ।

9/12

ଧନୁ ରାଶି: ଆଜି ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସହଯୋଗ ପାଇ ଖୁସି ହେବେ। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା ସହ ଦୂରଯାତ୍ରାର ସୁଯୋଗ ଲାଭ କରି ଖୁସୀ ହେବେ। ଜମିଜମା କାରବାର ନେଇ ଫଳପ୍ରଦ ଆଲୋଚନା କରିପାରନ୍ତି ।

10/12

ମକର ରାଶି: ଆଜିର ଦିନ ନୂତନ କାର୍ଯ୍ୟାରମ୍ଭ ଲାଗି ଅତ୍ୟନ୍ତ ଶୁଭ ଅଟେ । ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ୍ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।

11/12

କୁମ୍ଭ ରାଶି: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ। ଶାରିରୀକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ।

12/12

ମୀନ ରାଶି: ବନ୍ଧୁଙ୍କ ଗ୍ରହଣରେ କାର୍ଯ୍ୟାରମ୍ଭ କରି ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହାରମ୍ଭ ଲାଗି ଦିନଟି ଶୁଭ ଅଟେ। ପରିବାର ଲୋକଙ୍କ ସହାୟତା ମିଳିବ ।