Advertisement
photoDetails0hindi

Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର ?

Horoscope Today 12 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୨ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ବ୍ୟବସାୟୀ ମାନଙ୍କ ପାଇଁ  ଆଜିର ଦିନଟି ଅନୁକୂଳ ରହିଛି । କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଧାର୍ମିକ କାର୍ଯ୍ୟରେ ମନୋବଳାଇବେ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠ ପଢା ନେଇ ଚିନ୍ତିତ ରହିପାରନ୍ତି । ଗୁରୁଜନ ମାନଙ୍କ ଆଶୀର୍ବାଦ ଆପଣଙ୍କୁ ବହୁ କ୍ଷେତ୍ରରେ ସୁରକ୍ଷା ଦେବ ।

 

2/12

ବୃଷ:  ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।  ବ୍ୟବସାୟରେ ଶତ୍ରୁମାନେ ଦୂରେଇ ଯିବା ଫଳରେ ଆନନ୍ଦ ଅନୁଭବ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ । ସମାଜରେ ମାନ ସମ୍ମାନ ବଢିବ। ଏବଂ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।

 

3/12

ମିଥୁନ:  ରାଜନୀତି କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ। କୌଣସି ବଡ଼ ପଦବୀ ଆପଣଙ୍କୁ ମିଳିପାରେ।  ସ୍ୱାସ୍ଥ୍ୟ ଭଲ ରହିବ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କର କୌଣସି ଏକ ଭଲ ଖବର ପାଇବେ।  ଦୂରସ୍ଥାନକୁ ନିଜ ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। 

 

4/12

କର୍କଟ: ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜିବ । ମାନସିକ ଅବସାଦ ଦେଖାଦେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।  ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବ। 

 

5/12

ସିଂହ: ଶାରୀରିକ କ୍ଲେଶ ବୃଦ୍ଧିପାଇବ । ଅଯଥା ଖର୍ଚ୍ଚ ବଢିବ। କୌଣସି କୋର୍ଟ କଚେରୀ କାର୍ଯ୍ୟର ଅଯଥାରେ ଫସି ପାରନ୍ତି। ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।  

 

6/12

କନ୍ୟା: କର୍ତ୍ତବ୍ୟ ପରାୟଣ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

7/12

ତୁଳା: ପୁରୁଣା ରୋଗରୁ ମୁକ୍ତି ପାଇବେ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା। ପରିବାର ରେ କୋଣସି କଥାକୁ କେନ୍ଦ୍ର କରି କଳହ ଦେଖାଦେବ।  ଯେଉଁମାନେ ରିସର୍ଚ୍ଚ ଲାଇଲେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ।

 

8/12

ବିଛା: ଆଜି ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଯୋଗୁ ବିଚଳିତ ହେବେ । ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ପ୍ରତଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତାରେ ସଫଳତା ପାଇ ପାରିବେ ।  

 

9/12

ଧନୁ: ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ସରକାରଙ୍କ କୃପା ଦୃଷ୍ଟି ରହିଛି । ଜନାଦୃତ ଲାଭ କରିବେ ।

 

10/12

ମକର: ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ଭୁଲ୍ ବୁଝାମଣା ହୋଇପାରେ। ଯାହାକୁ ନେଇ ଦିନସାରା ମନ ଭାରାକ୍ରାନ୍ତ ରହିବ। ବ୍ୟବସାୟରେ ଅଧିକ ଲାଭ ମିଳିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାର ପାଇଁ ଦିନଟି ଖୁବ୍ ଖାସ୍ ରହିବ। 

 

11/12

କୁମ୍ଭ: ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ବ୍ୟୟ ଭରା ବୃଦ୍ଧି ପାଇବ ।

 

12/12

ମୀନ: ଆଜି ଏହି ରାଶିର ଲୋକଙ୍କୁ ଟିକେ ଜଗିରଖି ଚଳିବାକୁ ପଡି଼ବ। କାହିଁକିନା, ସାଧାରଣ କଥାକୁ ବଡ଼ କରି ନିଜ ଲୋକଙ୍କ ସହ କଳହ ସୃଷ୍ଟି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମନାନ୍ତର ଦେଖା ଦେଇପାରେ।  ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। କୌଣସି ବଡ଼ କାମ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଖୁବ୍ ଭଲ ହେବ।