Advertisement
Photo Details/zeeodisha/odisha2201067
Zee OdishaPhotosPM Kisan ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି କି? ଆଜି କରି ନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ
photoDetails0hindi

PM Kisan ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି କି? ଆଜି କରି ନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ

PM Kisan Samman Nidhi Yojana: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ହେଲେ ତୁରନ୍ତ ଇ-କେୱାଇସି ଓ ଲ୍ୟାଣ୍ଡ ଭେରିଫିକେସନ୍ କରିନେବା ଉଚିତ୍।

 

1/5

PM Kisan: ଆପଣ ଯଦି ପିଏମ କିଷାନ ସାମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କୃଷକ ଭାଇମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା।

 

2/5

ଏହି ଯୋଜନା ମାଧ୍ୟମରେ ୬,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ। ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଲେଖାଁଏ ତିନି କିସ୍ତିରେ ପଠାଯାଇଥାଏ।

 

3/5

ଏଥି ସହିତ, ଅନେକ କୃଷକ ପଞ୍ଜୀକରଣ କରିବା ପରେ ମଧ୍ୟ ଏହି ଯୋଜନାର ଲାଭ ପାଇବାକୁ ସକ୍ଷମ ନୁହଁନ୍ତି, ଏହା ପଛରେ ଅନେକ କାରଣ ଅଛି। ଯଦି ଆପଣ ଏପର୍ଯ୍ୟନ୍ତ ଇ- KYC ଓ ଲ୍ୟାଣ୍ଡ ଭେରିଫିକେସନ୍ କରିନାହାଁନ୍ତି, ତେବେ ତୁରନ୍ତ ଏହି କାର୍ଯ୍ୟ କରି ନିଅନ୍ତୁ।

 

4/5

ଯେପର୍ଯ୍ୟନ୍ତ ଆପଣ ଏହି କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ନକରନ୍ତି, କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ। PM Kisan Nidhi ର ଅଫିସିଆଲ୍ ସାଇଟ୍ pmkisan.gov.in, ଆପ୍ କିମ୍ବା ଜନସେବା କେନ୍ଦ୍ର ପରିଦର୍ଶନ କରି ଆପଣ ଏହି କାର୍ଯ୍ୟ ସମାପ୍ତ କରିପାରିବେ।

 

5/5

କୃଷକ ଭାଇ ମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ୫୫୨୬୧, ୧୮୦୦୧୧୫୫୨୬ କିମ୍ବା ୦୧୧-୨୩୩୮୧୦୯୨ ରେ ଯୋଗାଯୋଗ କରିପାରିବେ। ଏହା ସମେତ pmkisan ict@gov.in କୁ ମଧ୍ୟ ଇମେଲ୍ ପଠାଇ ପାରିବେ।