Advertisement
Photo Details/zeeodisha/odisha2513589
photoDetails0hindi

Today Horoscope: ମେଷ- ବିଛା ସହ ଏହିସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 14 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୪ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
  ମେଷ: ଆଜିର ଦିନଟି ସତର୍କତାର ସହ ଚଳିବାକୁ ପଡିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନେ ଇର୍ସାପରାୟଣ ହୋଇ ବିବାଦ ଘେରକୁ ଠେଲି ପାରନ୍ତି।  ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ ।ଖର୍ଚ୍ଚ ବୃଦ୍ଧି ପାଇବା ହେତୁ ମନ ଦୁଃଖ ରହିବ। ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି ।    ALSO READ: Kartik Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!   ALSO READ: Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !

2/12
ବୃଷ:  ଦିନଟି ଭଲରେ କଟିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଯାତ୍ରା, ବାଣିଜ୍ୟ , ହାତକୁ ନେଇଥିବା କାମ ଓ କଚେରି ମାମଲାରେ ବିଜୟୀ ଲାଭ କରିବେ। କିନ୍ତୁ ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିହେବ । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ବୃଥା ସନ୍ଦେହରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

3/12
ମିଥୁନ: ସକାଳୁ ସକାଳୁ କୌଣସି ପ୍ରକାର ଖୁସି ଖବର ସନ୍ତାନଙ୍କ ଠାରୁ ମିଳିବ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ପୁଣି ସବୁ କାମରେ କିଛିଟା ସମସ୍ୟା ଆସିବା କାରଣରୁ ମନ ମଧ୍ୟ ଭାରାକ୍ରାନ୍ତ ରହିବ । ବନ୍ଧୁ ପରିଜନ ମାନଙ୍କ ସହ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କଥାବାର୍ତ୍ତା ଆଗକୁ ବଢ଼ିପାରେ । ଅବଶ୍ୟ ସାମାଜିକ ସ୍ତରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । 

4/12

କର୍କଟ:  ଆଜି ବନ୍ଧୁଙ୍କ ପରାମର୍ଶରେ ଦୀର୍ଘଦିନର ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ ।  ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ । ନିଜର ବୁଦ୍ଧି, ବଳ ଓ କଳାକୌଶଳ ପ୍ରୟୋଗକରି ଜୟଯୁକ୍ତ ହେବେ ।  ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି ।

5/12
  ସିଂହ: ଦିନଟି ଏହି ରାଶି ପାଇଁ ଶୁଭଦାୟୀ ରହିବ।  କଠିନ ପରିଶ୍ରମର ଫଳ ପାଇବେ।  ବିଶେଷକରି, ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧିପାଇବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ବଳରେ ଉପକୃତ ଓ ପ୍ରଶଂସିତ ହେବେ । ପରିବାର ଲୋକଙ୍କ ସହ ଖୁସିର ସମୟ କାଟିବେ । ବନ୍ଧୁମାନଙ୍କ ସହିତ ଦୂରଯାତ୍ରା କରିବେ। 

6/12
କନ୍ୟା: ସହକର୍ମୀଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ମାତ୍ର କେତେକ କ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ କରିପାରନ୍ତି ।  ଯାହା ଭାବୁଛନ୍ତି ତାହାକୁ ବାସ୍ତବତାରେ ପରିଣତ କରିବା ସକାଶେ କୌଣସି ଅସୁବିଧା ରହିବ ନାହିଁ । ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । 

7/12
ତୁଳା: ପରିବାରର ଆବଶ୍ୟକତାନୁଯାୟୀ ଖର୍ଚ୍ଚ କରିବାକୁ ବାଧ୍ୟହେବେ । ଆଜି ସ୍ତ୍ରୀଙ୍କ ସହଯୋଗରୁ ଉପକୃତ ହେବେ । ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଭାବପ୍ରବଣବଶତଃ ବହୁ କଥା କହି ସହାନୁଭୂତି ବଦଳରେ ସମାଲୋଚନା ଶୁଣିବେ ।

8/12
  ବିଛା: ଦିନଟି ଠିକ୍ ଠାକ୍ ରହିବ।  ଭୁଲ୍‌ ବୁଝାମଣାରୁ ଆଜି ପରିବାରରେ କଳହ ସୃଷ୍ଟି ହୋଇପାରେ। ଯାହାକୁ ନେଇ ମନ ଅସ୍ଥିର ରହିବ।  ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ପୂର୍ବ ଯୋଜନା ଅନୁଯାୟୀ କର୍ମାରମ୍ଭ ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

9/12
ଧନୁ: କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ସମୟ ଶୁଭ ରହିବ। ଆଜି ଆପଣ ଯାହା କରିବେ , ଭାବିଚିନ୍ତି କରିବା ଭଲ ହେବ । ନଚେତ ସମସ୍ୟାରେ ପଡିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଅପରାହ୍ନ ପରେ କୌଣସି ପ୍ରକାରେ ଅଯଥା ବିବାଦରେ ପଡିପାରନ୍ତି। 

10/12
ମକର :  ଆଜିର ଦିନ ପ୍ରତିକୂଳ ରହିବ।  କର୍ମକ୍ଷେତ୍ରରେ ସହକର୍ମୀମାନେ କୌଣସି କଥାକୁ ନେଇ କଟାକ୍ଷ କରିବେ। ଯାହାକୁ ନେଇ ଟେନସନ୍ ରେ ରହିବେ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନାହିଁ । ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ଏବଂ ଟେନ୍‌ସନ ଲାଗିରହିବ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।

11/12
  କୁମ୍ଭ: ବାଣିଜ୍ୟ, ପରିବହନ ତଥା ନିର୍ମାଣ କ୍ଷେତ୍ରରେ ଆଶା ପୂରଣ ହେବ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।  ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ଯୋଜନା କରିପାରନ୍ତି ।  କୃତି ଓ କୃତିତ୍ୱର ଭୂରି ଭୂରି ପ୍ରଶଂସା ସହ ବୁଦ୍ଧିଜୀବୀ ଗହଣରେ ସମ୍ମାନ ମିଳିବ । 

12/12
ମୀନ:  କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବ । ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ ।  ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସହଜାତ ପ୍ରବୃତ୍ତିରୁ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ପାରିବାରିକ ଅଶାନ୍ତି ଥିଲେ ମଧ୍ୟ ସାମୂହିକ କାମରେ ଅନ୍ୟ ପାଇଁ କାମ କରିବାରେ ପଛାଇବେ ନାହିଁ ।