Advertisement
Photo Details/zeeodisha/odisha2516346
photoDetails0hindi

Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 16 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୬ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ:  କୌଣସି କାରଣକୁ ନେଇ ସକାଳ ସମୟଟି ମାନସିକ ଅସ୍ଥିରତା ମଧ୍ୟରେ କଟିବ । ଆପଣଙ୍କ ଆଜିର ଭୁଲ୍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ। ଟଙ୍କା ଦେବା ନେବାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ ବିବାଦ ବଢ଼ିପାରେ । ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ।  ତଥାପି ଶାରୀରିକ ଅସୁସ୍ଥତା ସାଙ୍ଗକୁ କଳହ ଲାଗିପାରେ । ସାଙ୍ଗ ମାନଙ୍କ ସହ ସଂନ୍ଧ୍ୟାରେ ଭେଟ ହେବ। 

ALSO READ: Weekly Special Horoscope: ନୂଆ ସପ୍ତାହରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଦଳିବ ଆର୍ଥିକ ସ୍ଥିତି!

ALSO READ: Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !

2/12
  ବୃଷ: କୌଣସି କାର୍ଯ୍ୟ ପାଇଁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ । ଦିନଚର୍ଯ୍ୟାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ । ଆପଣଙ୍କର ଭଲ ବ୍ୟବହାର ଯୋଗୁ ଆପଣଙ୍କ ମିତ୍ର ସଂଖ୍ୟା ବଢ଼ିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ। 

3/12
ମିଥୁନ: ଦିର୍ଘ ଦିନର ଆଶା ପୂରଣ ହେବ। ଆଜି କୌଣସି ପ୍ରକାର ଘର କ୍ରୟ ନେଇ ଚୁକ୍ତି ସ୍ବାକ୍ଷରିତ ହେବ।  ପ୍ରତ୍ୟେକ କାମକୁ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିବେ । ସାଧାରଣ କଥାକୁ କେନ୍ଦ୍ରକରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି । ନାହିଁ ନାହିଁ କରୁଥିବା ଲୋକଟି ଶେଷରେ ଆପଣଙ୍କ କଥାରେ ହଁ ଭରିବ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ।  

4/12
କର୍କଟ:  କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପାଇଁ ପ୍ରଶଂସାଭାଜନ ହେବେ । ଅସାବଧାନତା କାରଣରୁ ଧନହାନି ଘଟିପାରେ ।  ଅର୍ଥାଭାବ ଲାଗିରହିବା କାରଣରୁ କେତେକ ଆଶା ଅପୂରଣ ରହିଯାଇପାରେ । ଯେତେ ଭଲ କରିବାକୁ ଚିନ୍ତା କଲେ ମଧ୍ୟ ନିଜ ଲୋକଙ୍କ ବିରୁଦ୍ଧାଚରଣର ସମ୍ମୁଖୀନ ହେବେ । ପାରଷ୍ପରିକ ସୁବୁଝାମଣା ହେତୁ ପରିବାରରେ ଅଶାନ୍ତି ଦୂର ହେବ ।

5/12
  ସିଂହ:  ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ ।  କାର୍ଯ୍ୟକ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ମିଳିବା ଦ୍ୱାରା ଆପଣ ଖୁସି ହେବେ । ବରିଷ୍ଠ ଲୋକଙ୍କଠାରୁ କିଛି ଭଲ କଥା ଶିଖିବାକୁ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ବନ୍ଧୁଙ୍କ ମଧ୍ୟସ୍ଥତାରେ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମାନସିକ ଅସ୍ଥିରତା ଦୂର ହେବ ।

6/12
କନ୍ୟା:  କର୍ମକ୍ଷେତ୍ରରେ ବିରୋଧୀମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରିପାରନ୍ତି ।  କାର୍ଯ୍ୟଭାର ବଢିବ। ବରିଷ୍ଠ ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ।  କାହାକୁ ଧନ ଉଧାର ଦିଅନ୍ତୁ ନାହିଁ । ନଚେତ୍ ପସ୍ତେଇବେ। ଆୟ ବୃଦ୍ଧି ହେବ।  ବନ୍ଧୁତ୍ୱ ମଜଭୁତ ହେବ ।

7/12

ତୁଳା:  ବାଣିଜ୍ୟ ଓ  ଶିଳ୍ପ କ୍ଷେତ୍ରରେ ଜଡିତ ଥିବା ଲୋକେ ସଫଳତା ହାସଲ କରିବେ । ଆଜି ଅଳ୍ପ ପରିଶ୍ରମରେ ବଡ ଫାଇଦା ପାଇବେ ।  ଅଟକିରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି । ଆପଣଙ୍କ ପ୍ରତି ଅସହିଷ୍ଣୁତା ମନୋଭାବ କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ । ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ।  ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ନଚେତ୍ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପାରେ। 

8/12

ବିଛା: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ। ନୂଆ ବିଜନେସ୍‌ ଆରମ୍ଭ କରିବାକୁ ଭାବୁଥିଲେ, ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ବିଦ୍ୟାର୍ଥୀମାନେ ପାଠପଢାରେ ଅଧିକ ଧ୍ୟାନ ଦେହେ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ।   ଆଜି ଆପଣ ନୂଆ ଗାଡି କିଣିପାରନ୍ତି । ଘରର ଛୋଟ ଛୋଟ ଜିନିଷ ଧ୍ୟାନ ଦେବେ ।ଲଭମେଟଙ୍କ ପାଇଁ ଦିନଟି ଭଲରେ କଟିବ ।

9/12

ଧନୁ:  ଏହି ରାଶିର ଲୋକେ ଆଜି ଟିକେ ସତର୍କତାର ସହ ଚଳିବାକୁ ପଡିପାରେ। କୌଣସି ଆଇନଗତ ମାମଲାରେ ତରବର ହୁଅନ୍ତୁ ନାହିଁ । ଏଥିପାଇଁ ଅନୁଭବୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ସମସ୍ୟାରେ ପଡିବେ। ଅଫିସ୍‌ରେ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଆଜି କିଛି ଭଲ ଲୋକଙ୍କ ସହିତ ଆପଣଙ୍କ ଭେଟ ହେବ ।

10/12
  ମକର: ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ବଡ଼ କିମ୍ବା ନୂତନ ଦାୟିତ୍ୱ ମିଳିବ। ବ୍ୟବସାୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନଚେତ ପରେ ବ୍ୟସ୍ତ ହେବାକୁ ପଡ଼ିପାରେ ।  ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ପାରିବାରିକ ଜୀବନ ଭଲ ରହିବ ।

11/12

କୁମ୍ଭ:  ଆଜି କର୍ମକ୍ଷେତ୍ରରେ ପରିସ୍ଥିତି ଜଟିଳ ରହିପାରେ।  ଅର୍ଥ ସଙ୍କଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ । ଭଲ ସମ୍ପର୍କ ରହିଥିବା କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ ନଚେତ ଠକାମିରେ ପଡିପାରନ୍ତି ।

12/12
ମୀନ: ଆଜି ଆପଣଙ୍କ ଦିନ ଭଲରେ କଟିବ । ବ୍ୟବସାୟରେ ଆପଣଙ୍କୁ ହଠାତ୍‌ ଧନ ମିଳିପାରେ । ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଯିବେ । ଜୀବନସାଥୀଙ୍କ ସହ କଥାବାର୍ତ୍ତାରେ ନରମ ରୁହନ୍ତି ।ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।