Advertisement
Photo Details/zeeodisha/odisha2497274
photoDetails0hindi

Today Horoscope: ମିଥୁନ -ବିଛା ସହ ଏହିସବୁ ରାଶିଙ୍କ ଲାଗି ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 2 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୨ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଆଜିର ଦିନଟି ମଉଜ ମଜଲିସ୍ ରେ କଟିବ।  କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ଠିକ୍ ଭାବେ ପୂରଣ କରିବେ । ଆର୍ଥିକ  ମଜବୁତ୍ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ । କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଆଜି ଫାଇନାଲ୍ ହୋଇପାରେ। ବିଚାର କରି କୌଣସି ନିଷ୍ପତ୍ତି ନେବେ, ନଚେତ୍ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢିବା କାରଣରୁ ବହୁତ ଖୁସି ରହିବେ । ରାଜନୀତିରେ କିଛି ବଡ ପଦବୀ ମିଳିପାରେ ।

ALSO READ: Weekly Special Horoscope: ୭ ରାଶିଙ୍କ ପାଇଁ ଖାସ୍ ରହିବ ନୂଆ ସପ୍ତାହ, ବ୍ୟବସାୟୀ ଓ ଚାକିରିଆଙ୍କୁ ମିଳିବ ଶୁଭଫଳ!

ALSO READ: Shani Margi Horoscope: ଶନିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆ ପାଇବେ ଖୁସି ଖବର ସହ...

2/12

ବୃଷ:  ଆଜି ବ୍ୟବସାୟୀଙ୍କ ଲାଗି ଦିନଟି ଅଶୁଭ ରହିବ। ଆର୍ଥିକ ଦେଣନେଣ ସମୟରେ ସାବଧାନ ରୁହନ୍ତୁ । ନଚେତ୍ ସମସ୍ୟାରେ ପଡିବେ। ଭାବିଚିନ୍ତି ଆଜି କୌଣସି କାର୍ଯ୍ୟରେ ଆଗକୁ ବଢିବେ । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ । ଭାବିଚନ୍ତି କାମ କରିବା ଆପଣଙ୍କ ପାଇଁ ଠିକ୍ ହେବ ।  ପରିବାରରେ ସୁଖ ସୁବିଧା ମିଳିବ । କୌଣସି କାର୍ଯ୍ୟକୁ ନିର୍ଭୟ ଭାବେ ପୂରା କରିବେ । 

 

3/12

ମିଥୁନ: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରରେ କଳହ ଦୂର ହେବ । ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି ।

 

4/12

କର୍କଟ:  ଆଜିର ଦିନଟି ଭଲରେ କଟିବ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ । ବଡ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ ।  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ ।  ପାଠପଢାକୁ ନେଇ କିଛି ପଦକ୍ଷେପ ନେବେ । ବାପାଙ୍କ ସହ ଝଗଡା ହୋଇପାରେ ।

 

5/12

ସିଂହ:  ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ।  ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ ।  ଟଙ୍କା-ପଇସା କାରବାର ବ୍ୟବସାୟରେ ଆଜି କରନ୍ତୁ ନାହିଁ। ନଚେତ କ୍ଷତି ସହିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହ ବଢିବ। ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ମାଆ ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ, ସେଥିପାଇଁ ସାବଧାନ ରହିବାକୁ ପଡିବ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ।

 

6/12

କନ୍ୟା : ଆଜି ଦିନଟିରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ।  ଶୁଭ ଖବର ମିଳିବ ।  ଦାନଧର୍ମରେ ଅଧିକ ରୁଚି ରହିବ । ଖର୍ଚ୍ଚ କମ୍ କରିବାକୁ ପଡିବ, ନଚେତ୍ ସମସ୍ୟା ହୋଇପାରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ।  କିଛି ନୂଆ ଲୋକଙ୍କ ସହ ଜଡିତ ହେବେ ।

7/12

ତୁଳା: କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ।  ଆଜି ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ । କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । ପରିବାରର ସାହାଯ୍ୟ ମିଳିବ । ନିଜର ବ୍ୟବହାର ଠିକ୍ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ, ନଚେତ ସମସ୍ୟା ହୋଇପାରେ ।

 

8/12

ବିଛା: ଆଜି ପରିବାରରେ ସାଧାରଣ କଥାକୁ ବିବାଦ ଦେଖାଦେବ। ଆର୍ଥିକ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ । କାହାରିକୁ ଉଧାର ଦିଅନ୍ତୁ ନାହିଁ । ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ । ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ମନ୍ଦ ହେବନାହିଁ ।

9/12

ଧନୁ: ଆଜିର ଦିନଟି ଆପଣଙ୍କ ଲାଗି ଦିନଟି ଠିକ୍ ଠାକ ରହିବ । ବ୍ୟବସାୟରେ ଅଗ୍ରଗତି ହେବ।  ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ସାହସିକତା ସହ କାମ କରିବେ । କାମ ଭଲ ଭାବେ କରିବେ ଏବଂ ସାଙ୍ଗସାଥିଙ୍କ ସମର୍ଥନ ମିଳିବ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍ କରିବେ । 

 

10/12

ମକର: ଆଜି ଯାହା କରିବାକୁ ଚାହୁଁଛନ୍ତି । ତାହା ଆପଣଙ୍କୁ ମିଳିବ ନାହିଁ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହି ନ ପାରେ । ବ୍ୟବସାୟୀମାନେ ଦୂରଯାତ୍ରା କରିବେ।  ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ । ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

 

11/12

କୁମ୍ଭ: ଆପଣଙ୍କ ଦିନଟି ଲାଭଦାୟକ ରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ । କର୍ମକ୍ଷେତ୍ରରୁ ଖୁସି ଖବର ପାଇବେ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ । ପିଲାମାନଙ୍କର କୌଣସି କଥାରେ ଖୁସି ରହିବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ।  ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । 

 

12/12

ମୀନ: କ୍ୟାରିୟର ଦୃଷ୍ଟିକୋଣରୁ ଦିନଟି ଭଲ ରହିବ। ଦିର୍ଘ ଦିନର ଆଶା ଆଜି ପୂରଣ ହେବ। ଯାହାଦ୍ୱାରା ଆପଣ ଆଗକୁ ବଢିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଠିକ୍ ହେବ । ବିଚାର କରି କାମ କରିବେ ନଚେତ ସମସ୍ୟା ହୋଇପାରେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।