Advertisement
photoDetails0hindi

Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବୁଧବାର ,ଜାଣନ୍ତୁ ଆଜିର ରାଶିଫଳ


Horoscope Today 20 March 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୦ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ- ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ନେଇ ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ । ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଦୀର୍ଘ ଦିନରୁ ଭାବୁଥିବା କାର୍ଯ୍ୟଟି ଆଜି ପୂରଣ ହେବ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନ ସମ୍ମାନ ମିଳିବ। ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ପାଇବ ।

2/12

ବୃଷ- ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାଇ ରହିବ। ଆକସ୍ମିକ ଅର୍ଥ ଲାଭ ହୋଇପାର। ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ।

 

3/12

ମିଥୁନ-କାର୍ଯ୍ୟବ୍ୟସ୍ତତା ଯୋଗୁଁ କୌଣସି କାମ ଠିକ୍‌ ସମୟରେ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ । ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

 

4/12

କର୍କଟ-ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ । ବନ୍ଧୁ ବାନ୍ଧବକଙ୍କ ଠାରୁ ସୁସମ୍ବାଦ ପାଇ ଖୁସି ହେବେ। 

 

5/12

ସିଂହ- ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ । ନିଜ ବନ୍ଧୁ ହିଁ ଆପଣଙ୍କ ସହ ବିଶ୍ବାସଘାତକା କରି ପାରନ୍ତି। 

 

6/12

କନ୍ୟା- ସାମାନ୍ୟ ଶରୀର ପୀଡ଼ା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ । ଫଳରେ ଅଶାନ୍ତିରେ ଦିନଟି କଟିବ। 

 

7/12

ତୁଳା- : ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ବଜାୟ ରହିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ। ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।

 

8/12

ବିଛା- ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

 

9/12

ଧନୁ- କର୍ମ ଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ । ଦୂର ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। 

 

10/12

ମକର- ଚାକିରୀରେ ପଦ ମର୍ଯ୍ୟାଦା ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ । ଜମିଜମା ବିବାଦରେ ସଫଳତା ମିଳିବ।

 

11/12

କୁମ୍ଭ- ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।  

 

12/12

ମୀନ- ଚାକିରୀରେ ପଦ ମର୍ଯ୍ୟାଦା ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ । ଜମିଜମା ବିବାଦରେ ସଫଳତା ମିଳିବ।