Advertisement
Photo Details/zeeodisha/odisha2305376
photoDetails0hindi

Today Horoscope: ଆଜି କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ ଆଜିର ରାଶିଫଳ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି: ଗୁରୁଜନଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ଓ ସାନିଧ୍ୟ ପ୍ରାପ୍ତି ହେବ। ସକାଳ ସମୟରେ ମାଙ୍କଡ଼କୁ ଗୁଡ଼ ମିଶା ଚଣା ଖାଇବାକୁ ଦିଅନ୍ତୁ। ଏହି ସମୟରେ ହନୁମାନ ଚାଳିଶାପାଠ କରନ୍ତୁ। 

2/12

ବୃଷ ରାଶି: ନିଜ ଲୋକମାନଙ୍କ ପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଯଦିଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ।

3/12

ମିଥୁନ ରାଶି: ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ବିବାଦରୁ ଦୁରେଇ ରୁହନ୍ତୁ। ଥକାପଣ ଯୋଗୁଁ କାର୍ଯ୍ୟ କରିବାରେ ଉତ୍ସାହ ଲାଗିବନି। ସକାଳ ସମୟରେ ଗାଈକୁ ଚାରା କିମ୍ବା ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହା ସହିତ ଆହତ ଗୋରୁଙ୍କ ସେବା କରନ୍ତୁ।

4/12

କର୍କଟ ରାଶି: ସ୍ୱାସ୍ଥ୍ୟରେ ସୁଧାର ଆସିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ ପାଇବ। ଭାଗ୍ୟ ମଧ୍ୟ ସାଥ୍ ଦେବ। ରଚନାତ୍ମକ କ୍ଷେତ୍ରରେ ସଫଳତା ମିଳିବ। ଘର ପରିବାରରେ ଖୁସିର ମାହୋଲ ରହିବ। ଗରିବଙ୍କୁ ଅଟା, ଚାଉଳ କିମ୍ବା ମିଶ୍ରି ପ୍ରଦାନ କରନ୍ତୁ। ପାଣିରେ ସାମାନ୍ୟ ଦହି ପକାଇ ଗାଧାନ୍ତୁ। 

5/12

ସିଂହ ରାଶି: ଆର୍ଥିକ କ୍ଷେତ୍ରରେ କ୍ଷତି ସହିପାରନ୍ତି। ଅନ୍ୟ କାହା କାର୍ଯ୍ୟରେ ଅଯଥାରେ ହସ୍ତକ୍ଷେପ କରନ୍ତୁ ନାହିଁ। ଜୀବନରେ କଠିନ ପରିସ୍ଥିତିର ସାମ୍ନା କରିପାରନ୍ତି। ସକାଳେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ। ସୂର୍ଯ୍ୟଦେବଙ୍କୁ ହୋଲୀ ଓ ଚାଉଳ ପକାଇ ଜଳ ଅର୍ପଣ କରନ୍ତୁ।

 

6/12

କନ୍ୟା ରାଶି: ଧନ ଓ ସମ୍ମାନରେ ବୃଦ୍ଧି ଘଟିପାରେ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ଅନ୍ୟର ପ୍ରସଂଶା କରିବାକୁ ଭୁଲନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ସକାଳେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଗୋ-ମାତାଙ୍କ ସେବା କରନ୍ତୁ।

7/12

ତୁଳା ରାଶି: ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ପରିଶ୍ରମ କରିବାକୁ ହେବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ହେବ। ବ୍ୟବସାୟ ଓ ଆୟରେ ବୃଦ୍ଧି ଘଟିବ। ମାତା-ପିତାଙ୍କ ସହଯୋଗ ମିଳିବ। ସକାଳେ ଗରୀବଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ଏହା ସହିତ ବୟସ୍କ ଲୋକଙ୍କୁ ପୋଷାକ ପ୍ରଦାନ କରନ୍ତୁ। 

8/12

ବିଛା ରାଶି: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢିବ। ରଚନାତ୍ମକ କାର୍ଯ୍ୟରେ ଉତ୍ସାହ ଦେଖାଦେବ। ହନୁମାନ ଚାଳିଶା ପାଠ କରନ୍ତୁ। ମାଙ୍କଡ଼କୁ ଗୁଡ ମିଶା ଚଣା ଖାଇବାକୁ ଦିଅନ୍ତୁ।

9/12

ଧନୁ ରାଶି: ଶ୍ୱଶୁର ଘର ପକ୍ଷରୁ ସହଯୋଗ ମିଳିପାରେ। ବ୍ୟକ୍ତିଗତ ଜୀବନରେ ମଧୁରତା ଆସିବ। ସକାଳେ ବୃହସ୍ପତିଙ୍କର ମନ୍ତ୍ର ଜପ କରନ୍ତୁ। ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। 

10/12

ମକର ରାଶି: ଆର୍ଥିକ ସମସ୍ୟା ଦେଖାଦେଇପାରେ। ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ। 

11/12

କୁମ୍ଭ ରାଶି: କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହୋଇପାରନ୍ତି। ମନକୁ ଶାନ୍ତ ରଖନ୍ତୁ। ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ସକାଳେ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ।

12/12

ମୀନ ରାଶି: ସମ୍ମାନରେ ବୃଦ୍ଧି ଘଟିବ। ଶ୍ୱଶୁର ଘର ପକ୍ଷରୁ ସହଯୋଗ ମିଳିପାରେ। ବ୍ୟବସାୟିକ ଜୀବନରେ ସହଯୋଗ ମିଳିପାରେ। ସମ୍ପର୍କିୟମାନେ ଉପହାର ପ୍ରଦାନ କରିପାରନ୍ତି। ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ବୃହସ୍ପତିଙ୍କ ମନ୍ତ୍ର ଜପ କରନ୍ତୁ। 

Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।