Advertisement
Photo Details/zeeodisha/odisha1757115
photoDetails0hindi

Horoscope Today 28 June 2023: ଯାତ୍ରା ସମୟରେ ସର୍ତକ ରୁହନ୍ତୁ ଏହି ୨ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

Horoscope Today 28 June 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି (Aries): ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସଫଳତା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ହେବ । ସମସ୍ୟାର ଅନ୍ତ ଘଟିବ। ନିଜ ଋଣ ପରିଶୋଧ କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ ।

2/12

ବୃଷ ରାଶି (Taurus): କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ର କରି ବିବାଦ ଦେଖାଦେଇପାରେ । ପ୍ରତିଯୋଗିତାରେ ସଫଳତା ପାଇବେ । ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ ।

3/12

ମିଥୁନ (Gemini): ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । କାର୍ଯ୍ୟରେ ବିଳମ୍ବ ହେତୁ ମନସ୍ତାପ କରିବେ । ଆର୍ଥିକ ଦିଗରୁ ଉପକୃତ ହେବେ ।

4/12

କର୍କଟ (Cancer): ଆଜି ହଠାତ୍ କୌଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁମାନଙ୍କ ଆଦର ମିଳିବ । ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ଯ କୌଣସି କାରଣରୁ ମନ ଭଲ ରହିବ ନାହିଁ।

5/12

ସିଂହ (Leo): କର୍ମକ୍ଷେତ୍ରରେ ପ୍ରସଂଶିତ ହେବା ସହ ଦିନଟି ଭଲରେ କଟିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ । ଜମିଜମା ବିବାଦ ଯୋଗୁଁ ମନ ଭଲ ରହିବ ନାହିଁ ।

6/12

କନ୍ୟା (Virgo): ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁଁ ବ୍ୟସ୍ତ ରହିବାକୁ ପଡ଼ିପାରେ। ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।

7/12

ତୁଳା (Libra): ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବିବାଦୀୟ ଘଟଣାର ସମାଧାନ ହେବାରୁ ଆଶ୍ୱସ୍ତି ଲାଭ କରିବେ।

8/12

ବିଛା (Scorpio): ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।  ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇଦେବ।

9/12

ଧନୁ ( Sagittarius): ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ପରିବାର ବା ସମ୍ପକୀୟଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।

10/12

ମକର (Capricorn): ପରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । ଭ୍ରମଣ ନେଇ ଯୋଗ ରହିଛି । ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

11/12

କୁମ୍ଭ (Aquarius): ନୀଚ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିକଟ ସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭ କରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।

12/12

ମୀନ(Pisces): ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ। ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ । ପରିବାର ଲୋକଙ୍କ ସହଯୋଗ ମିଳିବ ।