Advertisement
Photo Details/zeeodisha/odisha2042961
photoDetails0hindi

Today Horoscope: ବ୍ୟବସାୟରେ ଆୟ ବଢିବା ସହ ସୁସମ୍ବାଦ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?

Horoscope Today 5 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୫ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି:  ବିଶେଷକରି ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚପସ୍ଥଧିକାରୀଙ୍କ ଠାରୁ ପ୍ରସଂଶା ପାଇବେ ।

 

2/12

ବୃଷ ରାଶି: ଆଜି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ପାଇଁ ଚିନ୍ତିତ ରହିବେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ। ପରିବାରରେ ସଦସ୍ୟଙ୍କ ସହ ଭ୍ରଣରେ ଯାଇପାରନ୍ତି । ସାମାଜିକ ପ୍ରତିଷ୍ଠା, ଯଶ ଓ କୀର୍ତ୍ତି ମିଳିବ ।

 

3/12

ମିଥୁନ ରାଶି: ପରିବାର ସଦସ୍ୟାଙ୍କ ସହ ସୁଖ-ଶାନ୍ତିରେ ସମୟ କାଟିବ । ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ । ଅଯଥା କଥାରେ ଯୁକ୍ତି କରନ୍ତୁ ନାହିଁ; ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ । ବ୍ୟାପାରରେ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭବାନ ହେବେ।

 

4/12

କର୍କଟ ରାଶି: ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଚିନ୍ତା ବଢିବ। ଅଯଥା ଖର୍ଚ୍ଚ ବୃଦ୍ଧି ଯୋଗୁଁ ମଧ୍ଯ ମନ ଭଳ ରହିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କଠାରୁ ନିନ୍ଦା ଅପବାଦ ମିଳିପାରେ। ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ବିଭ୍ରଟ ଦେଖାଦେବ ।

 

5/12

ସିଂହ ରାଶି: ବ୍ୟାବସାୟୀଙ୍କ ଲାଗି ଦିନଟି ମଧ୍ୟମ ରହିବ । ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃ ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ସମ୍ଭାବନା ରହିଛି ।

 

6/12

କନ୍ୟା ରାଶି: ଶତ୍ରୁ ପରାଜୟ ହେବେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ବିଦେଶ ଯାତ୍ରା କରିବେ । ବ୍ୟାପାରରେ ଲାଭବାନ ହେବେ । ପରିବାରରେ ସୁଖରେ ସମୟ ବିତିବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

 

7/12

ତୁଳା ରାଶି: ଜିଦିଖୋର ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ । ବ୍ୟାପାରରେ କ୍ଷତି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖାଦେବ । ଆଜି କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

8/12

ବିଛା ରାଶି: ବନ୍ଧୁ ପରିଜନଙ୍କ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାମ ସଫଳତାର ସହ ଶେଷ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିବ । ଉତ୍ତମ ଭୋଜନ ଲାଗି ମନ ପ୍ରଫୁଲ୍ଲିତ ରହିବ ।

 

9/12

ଧନୁ ରାଶି: ଶାରୀରିକ ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ୍ ବାଦ ବିବାଦ ମଧ୍ଯରେ ପଡ଼ିପାରନ୍ତି । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

 

10/12

ମକର ରାଶି: ସାମାଜିକ ମାନ-ସମ୍ମାନ ମିଳିବ । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି ।  କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇ ଖୁସି ହେବେ । ବ୍ୟାପାରରେ ନୂତନ ନିବେଶ ଯୋଗୁଁ ଲାଭବାନ ହେବେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।

 

11/12

କୁମ୍ଭ ରାଶି: ଆଜି ପ୍ରତି କ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭ ନେଇ ଯୋଗ ରହିଛି । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କଠାରୁ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ । ବ୍ୟବସାୟରେ ଆୟ ବଢିବା ସହ ସୁସମ୍ବାଦ ମିଳିପାରେ। 

 

12/12

ମୀନ ରାଶି: ବ୍ୟାପାରରେ ବାଧ୍ୟା ଦେଖାଦେବ । ପରିବାରରେ ହଠାତ୍ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପରିବାର ସଦସ୍ୟା ଓ ବନ୍ଧୁଙ୍କ ସହ ଦିନଟି ଭଲରେ କଟିବ । ପ୍ରେମୀ ମାନଙ୍କ ଲାଗି ଦିନଟି ଶୁଭ ରହିବ ।