Advertisement
Photo Details/zeeodisha/odisha1995648
photoDetails0hindi

Today Horoscope: ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ ଏସବୁ ରାଶି ,ଜାଣନ୍ତୁ କେମିତି କଟିବ ଆଜିର ଦିନ?

Horoscope Today 6 December 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୬ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

 

1/12

ମେଷ ରାଶି:  ଆଜି ମନରେ ଧାର୍ମିକ ଭାବନା ଜାଗ୍ରତ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ। ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ । ଆୟ ବୃଦ୍ଧି ହେବ ।

 

2/12

ବୃଷ ରାଶି:  ଆଜି ଆଖପାଖରେ ମଧୁର ବାତାବରଣ ରହିବ। କୌଣସି ସ୍ଥାନରୁ ଖୁସି ଖବର ମଳିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେବା ସହ କୌଣସି କାରଣରୁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ ।

 

3/12

ମିଥୁନ ରାଶି: ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ଭଲ ଭାବେ ଭାବିଚିନ୍ତି କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ପ୍ରେମୀ ମାନଙ୍କ ଲାଗି ଦିନଟି ଭଲରେ କଟିବ ।

 

4/12

କର୍କଟ ରାଶି: କୌଣସି ସ୍ଥାନରୁ ଶୁଭଫଳ ପାଇବେ । ଆକସ୍ମକ ଧନ ଲାଭ ନେଇ ଯୋଗ ରହିଛି। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ ।

 

5/12

ସିଂହ ରାଶି: ବ୍ୟବସାୟରେ ଲାଭ ହେବ । ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ । ପଦୋନ୍ନତି ନେଇ ଯୋଗ ରହିଛି । କୌଣସି ସ୍ଥାନରୁ ଖୁସି ଖବର ମିଳିବ।

 

6/12

କନ୍ୟା ରାଶି: ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ଆଜି ପୂରଣ ହେବ। ନୂତନ ଲୋକଙ୍କ ସହ ପରିଚୟ ହେବ । କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଯାତ୍ରା ସମୟରେ ସର୍ତକତା ଅବଳମ୍ବନ କରନ୍ତୁ ।

 

7/12

ତୁଳା ରାଶି: ଆଜି ଦିନ ସାରା ଫୁର୍ତ୍ତିଲା ଅନୁଭବ କରିବେ । କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ। କର୍ମ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହେବ।

 

8/12

ବିଛା ରାଶି: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାର୍ଯ୍ୟ ପୂରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟରୁ ଅଧିକ ଲାଭ ପାଇବେ।

 

9/12

ଧନୁ ରାଶି: ଆଜି ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ପାଇବେ। ରାଜନୀତି ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।

10/12

ମକର ରାଶି: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।

11/12

କୁମ୍ଭ ରାଶି: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କଲେ ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସ ଖୁସି‌ରେ ସମୟ କଟିବ।

 

12/12

ମୀନ ରାଶି: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ। ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।