Advertisement
Photo Details/zeeodisha/odisha1832403
photoDetails0hindi

Horoscope Today Aug 20 2023: ଏହି ରାଶି ରୁହନ୍ତୁ ସାବଧାନ୍! ଧନହାନୀ ସହ ପ୍ରାଣପୀଡାର ରହିଛି ଦୁର୍ଯୋଗ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Horoscope Today Aug 20 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୨୦ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ବ୍ୟବସାୟୀ ମାନଙ୍କ ଲାଗି ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। ଦୀର୍ଘ ସମୟରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ। ଶରୀର ଓ ମନ ସୁସ୍ଥ ରହିବ। ମିତ୍ର ଓ ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ଦିନଟି କଟିବ।

2/12

ବୃଷ ରାଶି: ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। କୋଟ କଚେରୀ ମାମଲରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ଲାଗି ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ୍ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟା ହେତୁ ସ୍ୱାସ୍ଥ୍ୟ ବିଗିଡ଼ିପାରେ। ମହିଳାଙ୍କର କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ ।

 

3/12

ମିଥୁନ ରାଶି: ସମସ୍ତ କାର୍ଯ୍ୟରେ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଓ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆକସ୍ମିକ ଅର୍ଥଲାଭ ନେଇ ଯୋଗ  ରହିଛି ।

4/12

କର୍କଟ ରାଶି: କାର୍ଯ୍ୟରେ ସଫଳତା ପାଇଁ ଆଜିର ଦିନଟି ଶୁଭ ରହିବ। ମିତ୍ରମାନଙ୍କ ସହିତ ସାକ୍ଷାତ କରି ଖୁସି ହେବ। ଲଘୁ ଯାତ୍ରାର ଯୋଗ ରହିଛି। ଭାଇ-ବନ୍ଧୁଙ୍କ ସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ସମ୍ମାନ ମିଳିବ। ଶତ୍ରୁ ପରାଜିତ ହେବେ।

5/12

ସିଂହ ରାଶି: ପରିବାରରେ ସୁଖ-ଶାନ୍ତି ରହିବ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଉତ୍ତମ ରହିବ । ଦୂରସ୍ଥାନ ଭ୍ରମଣ ନେଇ ଯୋଗ ରହିଛି । ଉତ୍ତମ ଭୋଜନ ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।

6/12

କନ୍ୟା ରାଶି: ବ୍ୟବସାୟକ ଦୃଷ୍ଟିରେ ଆଜିର ଦିନ ଲାଭଦାୟୀ ପ୍ରମାଣିତ ହେବ। ସ୍ଵାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ସୁଖ-ଆନନ୍ଦିତ ହେବେ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି। ବ୍ୟବସାୟରେ ବୃଦ୍ଧି ହେବ ।

7/12

ତୁଳା ରାଶି : ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ଯୋଗୁଁ ମନ ଭଲ ରହିବ ନାହିଁ । ପରିବାରରେ ମତଭେଦ ହୋଇପାରେ।

8/12

ବିଚ୍ଛା ରାଶି: ଗୃହସ୍ଥ ଜୀବନରେ ସୁଖ  ଅନୁଭୂତ ହେବ । ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ନେଇ ଯୋଗ ରହିଛି। ଆୟ ବୃଦ୍ଧି ହେବ।

9/12

ଧନୁ ରାଶି: ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଭଲରେ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ବ୍ୟାପ୍ତି ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ ।

 

10/12

ମକର ରାଶି: ଆଜିର ଦିନ ମିଶ୍ର ଫଳଦାୟକ ହେବ। ବୌଦ୍ଧିକ କାର୍ଯ୍ୟ ଓ ବ୍ୟବସାୟରେ ନୂଆ ବିଚାରଧାରା ସୃଷ୍ଟି ହେବ। ଅର୍ଥ ହାନୀ ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବେ । ବିଦେଶ ଭ୍ରମଣ ନେଇ ଯୋଗ ସୃଷ୍ଟି ହୋଇପାରେ । ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

 

11/12

କୁମ୍ଭ ରାଶି: ନକାରାତ୍ମକ ବିଚାର ମନକୁ ହତାସା କରିପାରେ। ମାନସିକ ଉଦ୍ଵେଗ ଓ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେବ।

12/12

ମୀନ ରାଶି: ଆଜିର ଦିନଟି ସୁଖ ଓ ଶାନ୍ତିରେ କଟିବ। ବ୍ୟବସାୟୀ ମାନଙ୍କ ଲାଗି ସମୟ ଅନୁକୂଳ ରହିବ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ର ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକାର ହେବ। ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ। ସନ୍ତାନ ସନ୍ତତି ମାନଙ୍କଠାରୁ ଶୁଭ ସମାଚାର ମିଳିବ ।