Advertisement
Photo Details/zeeodisha/odisha1854368
photoDetails0hindi

Horoscope Today: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ସପ୍ତାହର ପ୍ରଥମ ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । 

 

1/12

ମେଷ ରାଶି (Aries): ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାଇ ରହିବ। ଆକସ୍ମିକ ଅର୍ଥ ଲାଭ ନେଇ ଯୋଗ ରହିଛି। ମାନ ସମ୍ମାନରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ।

2/12

ବୃଷ ରାଶି (Taurus): କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଜଥା କଥାକୁ ନେଇ ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ବ୍ୟୟ ବୃଦ୍ଧି ନେଇ ଚିନ୍ତିତ ରହିବେ । ଈଷ୍ଟ ଦେବତାଙ୍କୁ ଧ୍ୟାନ କଲେ ସମସ୍ୟାର ସମାଧାନ ହେବ।

3/12

ମିଥୁନ ରାଶି (Gemini): ଆଜିର ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ ନେଇ ସମୟ ଅନୁକୂଳ ଅଟେ। ପରିଜନଙ୍କ ସହିତ ସମୟ ଭଲରେ ଅତିବାହିତ ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ଲାଗି ଖର୍ଚ୍ଚାନ୍ତ ହୋଇପାରନ୍ତି।

4/12

କର୍କଟ ରାଶି (Cancer): ପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମି ଜମା, କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି। ପରିବାରରେ ସୁଖ ଶାନ୍ତି ଲାଗି ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ।

5/12

ସିଂହ ରାଶି ( Leo): ଆଜି ବ୍ୟୟ ବୃଦ୍ଧି ହେବ । ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ। ପତ୍ନୀଙ୍କ ସହଯୋଗ ପାଇ ଖୁସି ହେବେ ।

6/12

କନ୍ୟା ରାଶି ( Virgo): ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ମିଳିବ। ଆକସ୍ମିକ ଭାବରେ କୌଣସି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପରିସ୍ଥିତିରେ ପଡି଼ ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବା ସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।

7/12

ତୁଳା ରାଶି (Libra): ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ଯ୍ୟ କରିବା ଦ୍ବାରା ସଫଳତା ଲାଭ କରିବେ । ଗୃହସ୍ଥ ଜୀବନ ସୁଖମୟ ହେବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଦୂରଯାତ୍ରା ନେଇ ଯୋଗ ରହିଛି।

8/12

ବିଛା ରାଶି (Scorpio): ଆଜି ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ପାଇଁ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

9/12

ଧନୁ ରାଶି (Sagittarius): କର୍ମକ୍ଷେତ୍ର ବା ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଚାପ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ। ଅଟକି ଥିବା କାର୍ଯ୍ୟ ପୂରଣ ହେବ ।

10/12

ମକର ରାଶି(Capricorn): ଆଜି ବାଣୀ ଓ ବ୍ୟବହାରରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବ୍ୟାପାରରେ କ୍ଷତି ହେବା ନେଇ ସମ୍ଭାବନା ରହିଛି। ବ୍ୟସ୍ତତା ଭିତରେ ମଧ୍ଯ ନିଜ ପାଇଁ ସମୟ ବାହାର କରିନେବେ। ନୂଆ ଲୋକଙ୍କ ସହ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କାର୍ଯ୍ୟ ପୂରଣ ହେବ। ଆର୍ଥିକ୍ ଦୃଷ୍ଟିରୁ ଲାଭବାନ ହେବ।

11/12

କୁମ୍ଭ ରାଶି ( Aquarius): ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମ କଲେ ଭଲ ହେବ। ଘର ସାଜସଜ୍ଜା ଓ ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ୍ ଦିଗ ଭଲ ରହିବ । କୌଣସି ଜନହିତକର କାମରେ ନିଜକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

12/12

ମୀନ ରାଶି (Pisces): ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ପ୍ରତ୍ୟେକ କର୍ମରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।