Advertisement
Photo Details/zeeodisha/odisha1767623
photoDetails0hindi

ମାଲେମାଲ ହେବେ ଏହି ୫ ରାଶି, ୨ ରାଶିଙ୍କ ଲାଗି ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today 06 July 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

 

1/12

ମେଷ ରାଶି: ଆଜି କୌଣସି କାରଣରୁ ଖୁସିରେ ଭାବବିହ୍ବଳ ହୋଇପାରନ୍ତି । ବିଦ୍ୟାର୍ଥୀମାନେ ସଫଳତା ହାସଲ କରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି ।

2/12

ବୃଷ ରାଶି: ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାଇ ରହିବ। ଆକସ୍ମିକ ଅର୍ଥ ଲାଭ ହୋଇପାର। ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ।

3/12

ମିଥୁନ ରାଶି: କାର୍ଯ୍ୟବ୍ୟସ୍ତତା ଯୋଗୁଁ କୌଣସି କାମ ଠିକ୍‌ ସମୟରେ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ ।

4/12

କର୍କଟ ରାଶି: ଆଜିର ଦିନଟି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ଅତିବାହିତ ହେବ। ସଭା ସମିତିରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଦୂରସ୍ଥାନରୁ ଭ୍ରମଣ କରିପାରନ୍ତି ।

5/12

ସିଂହ ରାଶି: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ ନେଇ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଭଲରେ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ଲାଗି ଖର୍ଚ୍ଚାନ୍ତ ହୋଇପାରନ୍ତି।

6/12

କନ୍ୟା ରାଶି: କମ୍ ସମୟରେ ଅଧିକ ଲାଭ ପାଇବା ବିଚାର ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ-କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ହୋଇପାରେ। ଆକସ୍ମିକ ଧନଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖାସ୍ ହେବ ।

7/12

ତୁଳା ରାଶି: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ମିଳିବ। ପୁରୁଣା ତଥା ପିଲାଦିନର ସାଙ୍ଗ ମାନଙ୍କୁ ଭେଟି ମନ ପ୍ରସନ୍ନ ରହିବ। ବ୍ୟବସାୟ ଓ ଆର୍ଥିକ ରୂପରେ ଲାଭବାନ ହେବେ। ମଧ୍ୟାହ୍ନ ପରେ ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ।

8/12

ବିଛା ରାଶି: ଆଜିର ଦିନଟି ସ୍ମରଣୀୟ ହେବ। ବ୍ୟବସାୟରେ ଶୁଭଫଳ ମିଳିବା ସହ ଆୟ ବଢ଼ିବା ନେଇ ସମ୍ଭାବନା ରହିଛି। ଗୁରୁଜନଙ୍କ ଆଶୀର୍ବାଦ ଲାଭ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହିବାକୁ ପଡ଼ିପାରେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ ।

9/12

ଧନୁ ରାଶି: ଆଜି ବାଣୀ ଓ ବ୍ୟବହାରରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବ୍ୟାପାରରେ କ୍ଷତି ହେବା ନେଇ ସମ୍ଭାବନା ରହିଛି। ବ୍ୟସ୍ତତା ଭିତରେ ମଧ୍ଯ ନିଜ ପାଇଁ ସମୟ ବାହାର କରିନେବେ। ନୂଆ ଲୋକଙ୍କ ସହ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କାର୍ଯ୍ୟ ପୂରଣ ହେବ। ଆର୍ଥିକ୍ ଦୃଷ୍ଟିରୁ ଲାଭବାନ ହେବ।

10/12

ମକର ରାଶି: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଅଜଥା କଥାକୁ ନେଇ ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ବ୍ୟୟ ବୃଦ୍ଧି ନେଇ ଚିନ୍ତିତ ରହିବେ । ନିଜର ଈଷ୍ଟ ଦେବତାଙ୍କୁ ଧ୍ୟାନ କଲେ ସମସ୍ୟାର ସମାଧାନ ହେବ।

11/12

କୁମ୍ଭ ରାଶି: ବ୍ୟବସାୟରେ ପୂରଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ । ଆର୍ଥିକ୍ ସ୍ଥିତି ନେଇ ଚିନ୍ତିତ ରହିପାରନ୍ତି । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

12/12

ମୀନ ରାଶି: ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ଯ୍ୟ କରିବା ଦ୍ବାରା ସଫଳତା ଲାଭ କରିବେ । ଗୃହସ୍ଥ ଜୀବନ ସୁଖମୟ ହେବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଦୂରଯାତ୍ରା ନେଇ ଯୋଗ ରହିଛି।