Advertisement
Photo Details/zeeodisha/odisha1187560
photoDetails0hindi

ଦୁନିଆରେ ଏହି ୧୦ଟି ଦେଶର ସେନା ସବୁଠାରୁ ଖତରନାକ୍, ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେତେ?

Top 10 Armies Of The World: ପ୍ରତିବର୍ଷ ସେନାକୁ ଉନ୍ନତ ତଥା ଶକ୍ତିଶାଳୀ କରିବା ପାଇଁ ବଜେଟର ଏକ ପ୍ରମୁଖ ଅଂଶ ଏଥିପାଇଁ ଖର୍ଚ୍ଚ ହୋଇଥାଏ । ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ଯୋଗାଇବା ଦେଶର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ଦୁନିଆର ଶ୍ରେଷ୍ଠ ୧୦ ଶକ୍ତିଶାଳୀ ସ୍ଥଳ ସେନା ବିଷୟରେ...

1/11

ନୂଆଦିଲ୍ଲୀ: Top 10 Armies Of The World: କୌଣସି ଦେଶର ସୁରକ୍ଷାର ଆଧାର ହେଉଛି ସେହି ଦେଶର ସେନା । ଯଦି ସେନା ଶକ୍ତିଶାଳୀ ହେବ ତ ଦେଶ ଉପରେ କୌଣସି ବାହ୍ୟ ଆକ୍ରମଣ ହେବାର ଆଶଙ୍କା ରହିବ ନାହିଁ । ପ୍ରତିବର୍ଷ ସେନାକୁ ଉନ୍ନତ ତଥା ଶକ୍ତିଶାଳୀ କରିବା ପାଇଁ ବଜେଟର ଏକ ପ୍ରମୁଖ ଅଂଶ ଏଥିପାଇଁ ଖର୍ଚ୍ଚ ହୋଇଥାଏ । ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ଯୋଗାଇବା ଦେଶର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ଦୁନିଆର ଶ୍ରେଷ୍ଠ ୧୦ ଶକ୍ତିଶାଳୀ ସ୍ଥଳ ସେନା ବିଷୟରେ...

ଆମେରିକାର ସ୍ଥଳ ସେନା (United States Army)

2/11
ଆମେରିକାର ସ୍ଥଳ ସେନା  (United States Army)

୨୪୭ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆମେରିକୀୟ ସୈନ୍ୟବାହିନୀ (US Army) ର ସର୍ବ ପୁରାତନ ଶାଖା । ଏଥିରେ ୧୦.୫ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି, ଯେଉଁମାନେ ରେଗୁଲାର ଆର୍ମି, ଆର୍ମି ନ୍ୟାସନାଲ ଗାର୍ଡ ଏବଂ ରିଜର୍ଭରେ ମୁତୟନ ଅଛନ୍ତି । ଏଥିରେ ୨.୫୨ ଲକ୍ଷରୁ ଅଧିକ ସିଭିଲିୟନ ଷ୍ଟାଫ୍ ଅଛନ୍ତି । ଅର୍ଥାତ ୧୨.୫୨ ଲକ୍ଷରୁ ଅଧିକ ସାମରିକ କର୍ମଚାରୀ ଅଛନ୍ତି । ଆମେରିକାର ସେନା ପାଖରେ ୪,୪୦୦ରୁ ଅଧିକ କ୍ରୁ ଏୟାରକ୍ରାଫ୍ଟ ଅଛି । ଏହା ବ୍ୟତୀତ ୬,୧୦୦ ଟ୍ୟାଙ୍କ, ୪୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୫୦୦ ସ୍ୱୟଂ ଚାଳିତ ବନ୍ଧୁକ, ୧୩୪୦ ଟାଣି ପାରୁଥିବା ତୋପ ଏବଂ ୧୩୬୫ ରକେଟ ପ୍ରୋଜେକ୍ଟର ଅଛି ।

୨. ଋଷର ସ୍ଥଳ ସେନା (Russian Army)

3/11
୨. ଋଷର ସ୍ଥଳ ସେନା (Russian Army)

ଋଷର ସେନାକୁ ସ୍ଥଳ ସେନାକୁ ଋଷିଆନ ଗ୍ରାଉଣ୍ଡ ଫୋର୍ସ (Russian Ground Forces) ମଧ୍ୟ କୁହାଯାଏ । ଏହା ୧୫୫୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ବର୍ତ୍ତମାନ ଏଥିରେ ୨.୮୦ ଲକ୍ଷ ସକ୍ରିୟ କାର୍ଯ୍ୟରତ ସେନ୍ୟ ଅଛନ୍ତି । ଆଶ୍ଚର୍ଯ୍ୟର କଥା ଏଥିରେ ୧୩ ହଜାର ଟ୍ୟାଙ୍କ ଅଛି । ୨୭,୦୦୦ ସଶସ୍ତ୍ର ଯାନ ଅଛି । ଏହା ବ୍ୟତୀତ ୬,୫୪୦ ସ୍ୱୟଂ ଚାଳିତ ତୋପ ଓ ୪,୪୬୫ ଟାଣିବା ତୋପ ଅଛି । ଏହା ସହିତ ଋଷ ପାଖରେ ୩,୮୬୦ ରକେଟ୍ ଲଞ୍ଚର୍ ଅଛି । ଯଦିଓ ଏହି ଅସ୍ତ୍ରଗୁଡିକ ମଧ୍ୟରୁ କିଛି ବର୍ତ୍ତମାନ ୟୁକ୍ରେନରେ ମୁତୟନ କରାଯାଇଛି ଓ କିଛି ଶେଷ ହୋଇଯାଇଛି । ତେଣୁ ଏହାର ତାଜା ସୂଚନା ନାହିଁ ।

୩. ଚୀନର ସେନା (Chinese Army)

4/11
୩. ଚୀନର ସେନା (Chinese Army)

ଚୀନର ସେନା (Chinese Army) ବିଶ୍ୱରେ ପିପୁଲ୍ସ ଲିବରେସନ୍ ଆର୍ମି (PLA) ଭାବରେ ଜଣାଶୁଣା । ଏହା ୯୪ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା । ଏହା ମଧ୍ୟରେ ଗ୍ରାଉଣ୍ଡ ଫୋର୍ସ, ନୌସେନା, ବାୟୁସେନା, ରକେଟ୍ ଫୋର୍ସ ଏବଂ ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ ଆସିଥାଏ । ବର୍ତ୍ତମାନ ଏଥିରେ ୨୦.୩୫ ଲକ୍ଷରୁ ଅଧିକ ସୈନିକ ଅଛନ୍ତି । ୫.୧୦ ଲକ୍ଷ ସୈନିକ ରିଜର୍ଭରେ ଅଛନ୍ତି । ସୈନିକଙ୍କ ସଂଖ୍ୟା ଦୃଷ୍ଟିରୁ ଚୀନ ଆଗରେ ରହିଛି । ଚୀନ ପାଖରେ ୩,୨୦୫ ଟ୍ୟାଙ୍କ, ୩୫ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୯୭୦ରୁ ସ୍ୱୟଂ ଚାଳିତ ତୋପ, ୧୨୩୪ ଟାଣିବା ତୋପ ରହିଛି । ଏହା ବ୍ୟତୀତ ୨୨୫୦ ରକେଟ୍ ପ୍ରୋଜେକ୍ଟର୍ ଅଛି ।

୪. ଭାରତୀୟ ସେନା (Indian Army)

5/11
୪. ଭାରତୀୟ ସେନା (Indian Army)

୭୨ ବର୍ଷ ପୂର୍ବେ ପ୍ରତିଷ୍ଠିତ ଭାରତୀୟ ସେନା (Indian Army) ରେ ୧୨.୩୭ ଲକ୍ଷରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ୯.୬୦ ଲକ୍ଷ ଯବାନଙ୍କୁ ରିଜର୍ଭ ରଖାଯାଇଛି । ଭାରତୀୟ ସେନାର ନିଜସ୍ୱ ୨୯୬ ଏୟାରକ୍ରାଫ୍ଟ୍ସ ଅଛି । ଏହାସହ ୪,୭୩୦ ଟ୍ୟାଙ୍କ, ୧୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୦୦ ସ୍ୱୟଂ ଚାଳିତ ତୋପ ଏବଂ ୪,୦୪୦ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୭୪ ରକେଟ୍ ଲଞ୍ଚର୍ ଅଛି । ଭାରତୀୟ ସ୍ଥଳ ସେନା ପାଖରେ ସମସ୍ତ ଯୁଦ୍ଧ ଟ୍ୟାଙ୍କ, ପରମାଣୁ କ୍ଷେପଣାସ୍ତ୍ର, ଆଇସିବିଏମ୍, କ୍ରୁଜ୍ କ୍ଷେପଣାସ୍ତ୍ର, ଟେକ୍ନିକାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଆର୍ମି ଆଭିଏସନ୍ କର୍ପସର ହେଲିକପ୍ଟର ଏବଂ ଅନ୍ୟାନ୍ୟ ଶାଖା ଅଛି, ଯାହା ବିଭିନ୍ନ ପରିସ୍ଥିତିରେ ମୋର୍ଚ୍ଚା ସମ୍ଭାଳି ଥାଏ ।

୫. ଜାପାନ ସେନା (Japanese Army)

6/11
୫. ଜାପାନ ସେନା (Japanese Army)

୬୭ ବର୍ଷ ପୂର୍ବେ ଗଠିତ ଜାପାନ ସେନା (Japanese Army) କୁ ଜାପାନ ସେଲ୍ଫ ଡିଫେନ୍ସ ଫୋର୍ସେସ୍ (JSDF) କୁହାଯାଏ । ଏଥିରେ ୨.୪୭ ଲକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି । ୫୬ ହଜାର ସୈନ୍ୟଙ୍କୁ ରିଜର୍ଭରେ ରଖାଯାଇଛି । ଏଥିରେ ୧,୦୦୦୪ ଟ୍ୟାଙ୍କ ଅଛି । ଜାପାନ ପାଖରେ ୫,୫୦୦ରୁ ଅଧିକ ସଶସ୍ତ୍ର ଯାନ ଅଛି । ୨୧୪ ସ୍ୱୟଂ ଚାଳିତ ତୋପ ଓ ୪୮୦ ଟାଣିବା ତୋପ ଅଛି । ଏହା ବ୍ୟତୀତ ୯୯ଟି ରକେଟ୍ ପ୍ରୋଜେକ୍ଟର୍ ଅର୍ଥାତ୍ ଲଞ୍ଚର୍ ଅଛି ।

୬. ଦକ୍ଷିଣ କୋରିଆ ସେନା (South Korean Army)

7/11
୬. ଦକ୍ଷିଣ କୋରିଆ ସେନା (South Korean Army)

ଦକ୍ଷିଣ କୋରିଆର ଏହି ୭୩ ବର୍ଷ ପୁରୁଣା ସେନାକୁ ରିପବ୍ଲିକ୍ ଅଫ୍ କୋରିଆ ଆର୍ମି (RKA) କୁହାଯାଏ । ଏଥିରେ ୪.୨୦ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି । ଏହା ସହ ଦକ୍ଷିଣ କୋରିଆ ସେନା ପାଖରେ ୨,୧୩୦ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ୧୪,୧୦୦ ସଶସ୍ତ୍ର ଯୁଦ୍ଧ ଯାନ, ୩,୦୪୦ ସେଲ୍ଫ୍ ପ୍ରପ୍ଲେଡ୍ ତୋପ, ୨୬୦୦ ତୋପ ଏବଂ 270 ମଲ୍ଟିପଲ୍ ରକେଟ୍ ଲଞ୍ଚର୍ ଅଛି । ଏହା ବ୍ୟତୀତ ୬୦ଟି ଗାଇଡ୍ ମିସାଇଲ୍ ସିଷ୍ଟମ୍ ଓ ୩,୮୫୪ ଟାଣିବା ତୋପ ଅଛି ।

୭. ଫରାସୀ ସେନା (French Army)

8/11
୭. ଫରାସୀ ସେନା (French Army)

ଫ୍ରାନ୍ସର ସେନା  (French Army) କୁ ଫ୍ରେଞ୍ଚ ଆର୍ମ୍ଡ ଫୋର୍ସେସ (French Armed Forces) କୁହାଯାଏ । ଏଥିରେ ୨.୦୮ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି ।  ୩୫ ହଜାର ରିଜର୍ଭ ସୈନ୍ୟ ମଧ୍ୟ ଅଛନ୍ତି । ବିଭିନ୍ନ ସ୍ଥାନରେ ୧୧ ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଛି । ସେନା ପାଖରେ ୪୦୬ ଟ୍ୟାଙ୍କ, ୬,୪୨୦ ସଶସ୍ତ୍ର ଯାନ, ୧୦୯ଟି ସ୍ୱୟଂ ଚାଳିତ ତୋପ ଓ ୧୨ଟି ଟାଣିବା ତୋପ ଅଛି । ଏହା ବ୍ୟତୀତ ୧୩ଟି ରକେଟ୍ ପ୍ରୋଜେକ୍ଟର୍ ଅଛି ।

8. ବ୍ରିଟିଶ ସେନା (United Kingdom Army)

9/11
8. ବ୍ରିଟିଶ ସେନା (United Kingdom Army)

୩୬୨ ବର୍ଷ ପୁରୁଣା ବ୍ରିଟିଶ ସେନାରେ ୮୨,୪୦୦ ସକ୍ରିୟ ସେନ୍ୟ ଅଛନ୍ତି । ଯେଉଁଥିରେ ପ୍ରାୟ ୪ ହଜାର ଗୁରୁଖା ଅଛନ୍ତି । ଏଥିରେ ପ୍ରାୟ ୩୦ ହଜାର ରିଜର୍ଭ ଫୋର୍ସ ଅଛି । ସେନା ପାଖରେ ୧୦୯ ଟ୍ୟାଙ୍କ, ୫୫୦୦ ସଶସ୍ତ୍ର ଯାନ, ୮୯ଟି ସ୍ୱୟଂ ଚାଳିତ ତୋପ ଏବଂ ୧୨୬ଟି ଟାଣିବା ତୋପ ଅଛି । ଏହାସହ ମୋଟ ୩୫ଟି ରକେଟ୍ ଲଞ୍ଚର୍ ଅଛି ।

୯. ବ୍ରାଜିଲର ସେନା (Brazilian Army)

10/11
୯. ବ୍ରାଜିଲର ସେନା  (Brazilian Army)

୧୮୨୨ ମସିହାରେ ଗଠିତ ବ୍ରାଜିଲୀୟ ସେନାରେ ୨.୩୫ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି । ଏହା ବ୍ୟତୀତ ୧୩.୩୫ ଲକ୍ଷ ରିଜର୍ଭ ଫୋର୍ସ ଅଛି । ସେନା ପାଖରେ ୪୬୯ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ୧୯୭୬ଟି ସଶସ୍ତ୍ର ଯାନ, ୨୧୨ଟି ସ୍ୱୟଂ ଚାଳିତ ତୋପ, ୨୩୯ଟି SAM ସିଷ୍ଟମ, ୭୪ଟି ରିଭର ବୋଟ୍, ୨୦,୦୦୦ ସପୋର୍ଟ ଗାଡ଼ି, ୯୪ଟି ହେଲିକପ୍ଟର ଏବଂ ଡ୍ରୋନ୍ ଅଛି । ଏହା ବ୍ୟତୀତ ୫୪୬ ଟାଣିବା ତୋପ ଓ ୬୦ଟି ରକେଟ୍ ଲଞ୍ଚର୍ ଅଛି ।

ଏହା ବି ପଢ଼ନ୍ତୁ:-ପଞ୍ଜାବ ପରେ ହରିୟାଣାରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା

ଏହା ବି ପଢ଼ନ୍ତୁ:-କଂଗ୍ରେସ ନେତାଙ୍କ ଦାବି, 'କୁତବ ମିନାର ଓ ତାଜମହଲକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରନ୍ତୁ ଭାରତ ସରକାର'

ଏହା ବି ପଢ଼ନ୍ତୁ:-ସାମ୍ନାକୁ ଆସିଲା ତାଜମହଲର ୨୨ଟି ବନ୍ଦ କୋଠରୀର ରହସ୍ୟ

 

 

୧୦. ପାକିସ୍ତାନ ସେନା (Pakistani Army)

11/11
୧୦. ପାକିସ୍ତାନ ସେନା (Pakistani Army)

୭୪ ବର୍ଷ ପୂର୍ବେ ଗଠିତ ପାକିସ୍ତାନୀ ସେନା (Pakistani Army) ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନ୍ୟବାହିନୀର ତାଲିକାରେ ସବୁଠାରୁ ତଳରେ ରହିଛି । ଏଥିରେ ୫.୬୦ ଲକ୍ଷ ସକ୍ରିୟ ଯବାନ ଅଛନ୍ତି । ଏହାସହ ୫.୫୦ ଲକ୍ଷ ରିଜର୍ଭ ଫୋର୍ସ ମଧ୍ୟ ଅଛି । ସେନା ପାଖରେ ୧.୮୫ ଲକ୍ଷ ନ୍ୟାସନାଲ ଗାର୍ଡ ଅଛନ୍ତି । ୬,୫୦୦ ସିଭିଲିୟନ ପର୍ସନଲ ମଧ୍ୟ ରହିଛି ।  ସେନା ପାଖରେ ୨,୬୮୦ ଟ୍ୟାଙ୍କ, ୯,୬୩୫ ସଶସ୍ତ୍ର ଯାନ, ୪୨୯ ସ୍ୱୟଂ ଚାଳିତ ତୋପ ଏବଂ ୧୬୨୯ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୩୦ ରକେଟ୍ ଲଞ୍ଚର୍ ଅଛି ।