Advertisement
Photo Details/zeeodisha/odisha2518886
photoDetails0hindi

Today Daily Horoscope: ମହାଦେବଙ୍କ କୃପାରୁ ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

Horoscope Today 17 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୮ ତାରିଖ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ ରାଶି ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ସ୍ଥିତି ଭାରାକ୍ରାନ୍ତ ହେବ। ବ୍ୟବସାୟିକ ସ୍ତରରେ ଲାଭବାନ ହେବେ। ଇଶ୍ୱର ବିଶ୍ୱାସୀ ହେବାସହ ପୂଜାର୍ଚ୍ଚନାରେ ସମୟ ବିତାଇବେ। କର୍ମତତ୍ପର ହେବେ। ଦୂରଯାତ୍ରା ଯୋଗ ରହିଛି।

2/12

ବୃଷ ରାଶି ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ। କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ। ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଦୂରଯାତ୍ରା ସଫଳ ହେବ।

3/12

ମିଥୁନ ରାଶି ଦେହ ଓ ମନ ଭଲ ରହିବ। ପୂର୍ବ ବିବାଦରୁ ମୁକ୍ତି ପାଇବେ। ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ମଧ୍ୟ ପଦନ୍ନୋତୀର ଯୋଗ ରହିଛି। ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ।

4/12

କର୍କଟ ରାଶି ଆଜି ଆପଣଙ୍କର ଘାତବାର। ଜଗି ରଖି ନଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ। ଆଧ୍ୟାତ୍ମିକ ଭାବନା ସହ ଦିନଟି କାଟିବେ। ଦୂରଯାତ୍ରା କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

5/12

ସିଂହ ରାଶି ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ଭଲ ରହିବ। ଆକସ୍ମିକ ଭାବରେ ଧନପ୍ରାପ୍ତିର ଯୋଗ ରହୁଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଫଳତା ପାଇବେ। ଦୂରଯାତ୍ର ସଫଳ ହେବ। ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ। 

6/12

କନ୍ୟା ରାଶି ଦେହ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ବାଦ ବିବାଦ ସହ ଜଡିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ। ଆୟ ବୃଦ୍ଧି ପାଇବା ସହ ସଞ୍ଚୟ ଚିନ୍ତା ରହିବ। ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।

7/12

ତୁଳା ରାଶି ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ। ମନ ମଧ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆଗକୁ ବଢିବେ। ବନ୍ଧୁ ପରିଜନ ଘରକୁ ଆସିପାରନ୍ତି।

8/12

ବିଛା ରାଶି ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ପିଡା ଅନୁଭବ କରିବେ। ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହେବନାହିଁ। ଗୃହକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ପର୍କରେ ତିକ୍ତତା ଭାବ ସୃଷ୍ଟିହେବ।

9/12

ଧନୁ ରାଶି ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ। ମନରେ ସ୍ଥିରତା ଆସିବ। ପାରିବାରିକ ଶାନ୍ତି ମିଳିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ବଦଳିର ଯୋଗ ରହୁଛି।

10/12

ମକର ରାଶି ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ହେବେ। କୌଣସି ଦେବାଦେବୀଙ୍କ ଦର୍ଶନ କରିପାରନ୍ତି। ଆୟ ଭଲ ରହିବ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।

11/12

କୁମ୍ଭ ରାଶି ଦେହ ଭଲ ରହିବ। ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଦୂରଯାତ୍ରା ମଧ୍ୟମ ଧରଣର ଫଳ ଦେବ।

12/12

ମୀନ ରାଶି ଦେହ ଭଲ ରହିବ। ଆଳସ୍ୟପଣ ଲାଗି ରହିବ। ସେୟାର ମାର୍କେଟରୁ ଲାଭ ପାଇବେ। ଦୂର ସ୍ଥାନକୁ ଭ୍ରମଣର ଯୋଗ ରହୁଛି। ନବଦମ୍ପତିଙ୍କ ସମ୍ପର୍କରେ ମଧୁରତା ଆସିବ।

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।