Advertisement
Photo Details/zeeodisha/odisha2428326
photoDetails0hindi

Vishwakarma Puja 2024: କନ୍ୟା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୫ରାଶିରେ ରହିବନି ଧନର ଅଭାବ!

Vishwakarma Puja 2024:  ଯଦି ଏହି ସଂସାର ବ୍ରହ୍ମାଜୀ ସୃଷ୍ଟି କରିଥିଲେ, ତେବେ ଭଗବାନ ବିଶ୍ୱକର୍ମା ଏହାକୁ ସଜାଇବା କାମ କରିଥିଲେ । ଏହି କାରଣରୁ ଭଗବାନ ବିଶ୍ୱକର୍ମାଙ୍କୁ ବ୍ରହ୍ମାଣ୍ଡର କାରିଗର ବା ଦିବ୍ୟ ସ୍ଥାପକ ବୋଲି କୁହାଯାଏ । ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମା ପୂଜା ପାଳନ କରାଯାଏ । ୨୦୨୪ ରେ ଏହା ସେପ୍ଟେମ୍ବର ୧୬ ରେ ପାଳନ କରାଯିବ । ଏହିଦିନ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବା ସହ ଏହି ଦିନ ଧନିଷ୍ଠା ଓ ଶତଭିଷା ନକ୍ଷତ୍ର ସୁକର୍ମା ଓ ଧୃତି ଯୋଗ ସହିତ ମହାଯୁଗରେ ପରିଣତ ହେଉଛି। ଏହି ସଂଯୋଗ ସବୁ ରାଶି ପାଇଁ ଲାଭଦାୟକ, କିନ୍ତୁ ୫ଟି ରାଶି ଉପରେ ଏହାର ବହୁତ ଅନୁକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା, କ'ଣ ଏହି ୫ଟି ଭାଗ୍ୟଶାଳୀ ରାଶି?

1/5
ବୃଷ ରାଶି ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ। ମାନସିକ ସ୍ତରରେ ଆପଣ ଅଧିକ ଶାନ୍ତ ଓ ସ୍ଥିର ଅନୁଭବ କରିବେ। ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବା ସହ ରୋଜଗାରର ନୂଆ ଉତ୍ସ ଖୋଲିପାରେ। ବ୍ୟବସାୟର ସମ୍ପ୍ରସାରଣ ସମ୍ଭବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

 

Also Read: Love Horoscope: ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟିକ, ଜୀବନରେ ଭରିଦିଅନ୍ତି ଖୁସି

 

Also See: Mamta Nanda: ୨ୟ ପତ୍ନୀଙ୍କ ଏହି ଫିଲ୍ମରେ ନଜର ଆସିବେ ମନୋଜ...ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

2/5
ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତିଙ୍କ ସୃଜନଶୀଳତା ବୃଦ୍ଧି ପାଇବ। ନିଜ କାର୍ଯ୍ୟରେ ଅଧିକ ସଫଳତା ପାଇବେ ଓ ମାନ୍ୟତା ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ ଲାଭ ମିଳିବ। ପ୍ରଚୁର ପରିମାଣରେ ଧନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନରେ ରୋମାଞ୍ଚ ରହିବ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

3/5
ତୂଳା ରାଶି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ନିଜକୁ ସୁଧାରିବାର ସମୟ ହେବ। ଆପଣ ଆପଣଙ୍କର ଆଗ୍ରହକୁ ବିକଶିତ କରିବେ ଏବଂ ଆପଣଙ୍କ ପ୍ରତିଭାକୁ ଉନ୍ନତ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ବ୍ୟବସାୟରେ ଲାଭ ମିଳିବ। ଋଣ ନେଇଥିବା ଟଙ୍କା ଫେରସ୍ତ ହୋଇପାରେ। ଦାମ୍ପତ୍ୟ ଜୀବନରେ ଉତ୍ସାହ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

4/5
ଧନୁ ରାଶି ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଯାତ୍ରା ଏବଂ ଜ୍ଞାନ ପ୍ରାପ୍ତିର ଏହି ସମୟ ରହିବ। ନୂଆ ସ୍ଥାନକୁ ଯାତ୍ରା କରି ନୂଆ ଲୋକଙ୍କ ସହ ସାକ୍ଷାତ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ବିଦ୍ୟାର୍ଥୀମାନେ କ୍ୟାରିୟରରେ ବେଶ ସଫଳକା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ଉତ୍ସାହ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

5/5
ମକର ରାଶି ମକର ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିୟର ଉନ୍ନତି ପାଇଁ ଏହି ସମୟ ରହିବ। ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବେ ଓ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଧନ ସମ୍ପତ୍ତି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ଉତ୍ସାହ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ଦ୍ୱାରା ମନ ପ୍ରସନ୍ନ ରହିବ।   (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)