Advertisement
Photo Details/zeeodisha/odisha1831011
photoDetails0hindi

Walking Benefits: ଦୈନିକ ଅଧ ଘଣ୍ଟା ଚାଲିବା ଦ୍ୱାରା ମିଳିଥାଏ ଏସବୁ ଲାଭ, ଜାଣନ୍ତୁ ୫ ଫାଇଦା

Daily Walking Benefits: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଧ ଘଣ୍ଟା ଚାଲନ୍ତି, ତାହେଲେ ଏହା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ତାଙ୍କୁ ମିଳିପାରେ। ଏବେ ଆମେ ଆପଣଙ୍କୁ କହିବୁ ଯେ ଦୈନିକ କେତେ ସମୟ ଚାଲିବା ଦ୍ୱାରା ଆପଣଙ୍କ ଠାରୁ ମୃତ୍ୟୁ ଆଶଙ୍କା କେତେ ମାତ୍ରାରେ ହ୍ରାସ ହୋଇପାରିବ। ଆପଣ ପ୍ରତିଦିନ ଚାଲିବା ଦ୍ୱାରା ନିଜକୁ ସୁସ୍ଥ ଏବଂ ସକ୍ରିୟ ରଖିପାରିବେ। ଦୈନିକ ଚାଲିବା ଦ୍ୱାରା ମିଳୁଥିବା ଫାଇଦା ବିଷୟରେ ଜାଣନ୍ତୁ।

1/5

ପ୍ରତିଦିନ କେତେ ସମୟ ଚାଲିବେ: ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଆପଣ ଯେତେ ଅଧିକ ଚାଲିବେ, ଏହା ଆପଣଙ୍କ ପାଇଁ ସେତେ ଅଧିକ ଲାଭଦାୟକ ହେବ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ୫ ଶହରୁ ୧୦୦୦ ପାଦ ପର୍ଯ୍ୟନ୍ତ ଚାଲିବାକୁ ପରାମର୍ଶ ଦିଆଯାଇଛି। ଯଦି ଆପଣ ପ୍ରତିଦିନ ୫୦୦-୧୦୦୦ ପାହୁଣ୍ଡ ଚାଲନ୍ତି, ତାହେଲେ ଏହା ଦ୍ୱାରା କୌଣସି ପ୍ରକାରର ହୃଦୟ ସମ୍ବନ୍ଧୀୟ ରୋଗର ଲକ୍ଷଣ କିମ୍ବା ମୃତ୍ୟୁ ହେବାର ଆଶଙ୍କା ବହୁ ପରିମାଣରେ ହ୍ରାସ ପାଇଥାଏ। 

2/5

ହୃଦୟ ପାଇଁ ଲାଭଦାୟକ ଚାଲିବା: ଦୈନିକ ଏକ ଘଣ୍ଟା କିମ୍ବା ଅଧ ଘଣ୍ଟା ଚାଲିବା ଦ୍ୱାରା ଆପଣଙ୍କ ଶରୀରରେ ଭଲ କୋଲେଷ୍ଟ୍ରଲ ବଢିଥାଏ। ଚାଲିବା ପାଇଁ ସକାଳ ହେଉଛି ସର୍ବୋତ୍ତମ ସମୟ।  ଯାହା ଆପଣଙ୍କ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ହ୍ରାସ କରିଥାଏ। ଚାଲିବା ଦ୍ୱାରା ଆପଣଙ୍କ ହୃଦୟ ସୁସ୍ଥ ରହିଥାଏ।

 

3/5

ଚାଲିବା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ରକ୍ତଚାପ: ଯଦି ଆପଣ ପ୍ରତିଦିନ ପ୍ରାୟ ଅଧ ଘଣ୍ଟା କିମ୍ବା ଏକ ଘଣ୍ଟା ଚାଲନ୍ତି, ତାହେଲେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଚାଲିବା ଦ୍ୱାରା ଆପଣଙ୍କ ଉଚ୍ଚ ରକ୍ତଚାପ ସ୍ୱାଭାବିକ ହୋଇଥାଏ। ରକ୍ତଚାପ ରୋଗୀଙ୍କ ପାଇଁ ଚାଲିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ।

 

4/5

ଚାଲିବା ଦ୍ୱାରା ହ୍ରାସ ପାଇଥାଏ ଓଜନ: ଯେଉଁମାନେ ଜିମ୍ ଯାଇ ଓଜନ ହ୍ରାସ କରିବାକୁ ଚେଷ୍ଟା କରି ସମୟ ନଷ୍ଟ କରିବାକୁ ନେଇ ଚିନ୍ତିତ, ସେମାନେ ପ୍ରତିଦିନ ଏକ ଘଣ୍ଟା ଚାଲିପାରିବେ। ଚାଲିବା ଦ୍ୱାରା ଆପଣଙ୍କ ଓଜନ ବହୁତ ପରିମାଣରେ ହ୍ରାସ ପାଇପାରେ। କାରଣ ଚାଲିବା କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। 

5/5

ସୁଗାର ରୋଗୀଙ୍କ ଲାଭଦାୟକ ହୋଇଥାଏ ଚାଲିବା: ସୁଗାର ଆକ୍ରାନ୍ତ ରୋଗୀଙ୍କ ପାଇଁ ଚାଲିବା ଅତ୍ୟନ୍ତ ଲାଭଦାୟକ। ଯଦି ଆପଣ ଜଣେ ମଧୁମେହ ରୋଗୀ, ତାହେଲେ ଆପଣ ପ୍ରତିଦିନ ପ୍ରାୟ ୩୦ ମିନିଟ୍ ଚାଲିବା ଆବଶ୍ୟକ। ଏହା ସହିତ ଆପଣ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଅନେକ ଆରାମ ପାଇବେ। ଚାଲିବା ଦ୍ୱାରା ମାଂସପେଶୀ ମଧ୍ୟ ଶକ୍ତିଶାଳୀ ହୋଇଥାଏ।