Advertisement
photoDetails0hindi

Railway Track Facts: ରେଳ ଧାରଣାରେ କାହିଁକି ବିଛା ଯାଇଥାଏ ମୁନିଆ ପଥର? କ'ଣ ରହିଛି ଏହା ପଛର କାରଣ

why track ballast installed at railway tracks: ଯେଉଁ ସ୍ଥାନ ଦେଇ ରେଳ ଧାରଣା ଯାଇଥାଏ ସେଠାରେ ଆପଣ ଛୋଟ ଛୋଟ ମୁନିଆ ପଥର ଖଣ୍ଡ ଦେଖିବାକୁ ପାଇଥିବେ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି କି ରେଳ ଧାରଣାରେ କାହିଁକି ବିଛା ହୋଇଥାଏ ମୁନିଆ ପଥର? ଏହା ପଛରେ କେଉଁ କାରଣ ରହିଛି? ରେଳ ଧାରଣା ମଧ୍ୟରେ ପଥର କାହିଁକି ମୁନିଆ ପଥର ବିଛା ଯାଇଥାଏ?

1/5

ଯଦି କେବେ ଆପଣ ଟ୍ରେନ ଯୋଗେ ଯାତ୍ରା କରୁଥାନ୍ତି ତାହେଲେ ଆପଣଙ୍କୁ ରେଳ ଧାରଣାରେ ବହୁତ ପଡ଼ି ରହିଥିବାର ଦେଖିବାକୁ ମିଳିଥାଏ। ରେଳ ଧାରଣା ଛୋଟ ଛୋଟ ମୁନିଆ ପଥର ଖଣ୍ଡ ବିଛା ହୋଇଥିବାର ଆପଣ ଦେଖିବାକୁ ପାଇଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି ରେଳ ଧାରଣାରେ କାହିଁକି ମୁନିଆ ପଥର ରହିଥାଏ?

 

2/5

 

ରେଳ ଧାରଣାରେ ଯେଉଁ ମୁନିଆ ପଥର ବିଛା ଯାଇଥାଏ ତାହାକୁ "ଟ୍ରାକ ବାଲାଷ୍ଟ" କୁହାଯାଏ। ରେଳ ଧାରଣାରେ ମୁନିଆ ପଥର ବିଛା ଯିବା ପଛରେ ଅନେକ କାରଣ ରହିଛି। ଏହି ପଥରର ଉପସ୍ଥିତି ରେଳ ଧାରଣାକୁ ମଜବୁତ କରିଥାଏ। କଂକ୍ରିଟ ନିର୍ମିତ ସ୍ଲିପର ଉପରେ ରହିଥାଏ ଲୁହା ନିର୍ମିତ ରେଳ ଧାରଣା। କଂକ୍ରିଟ ନିର୍ମିତ ସ୍ଲିପର ଏବଂ ଲୁହା ନିର୍ମିତ ରେଳ ଧାରଣା ଚାରି ପାଖରୁ ସେହି ମୁନିଆ ପଥର ଦ୍ୱାରା ଘେରି ହୋଇ ରହିଥାଏ। 

3/5

କାରଣ ଯଦି ଖାଲି ସ୍ଥାନ ରହିଥାଏ ତାହେଲେ ରେଳ ଧାରଣା ତଳେ ରହୁଥିବା କଂକ୍ରିଟ ନିର୍ମିତ ସ୍ଲିପର ଖସିଯିବାର ସମ୍ଭାବନା ରହିଛି। ଏହାକୁ ରୋକିବା ପାଇଁ ରେଳ ଧାରଣାରେ ମୁନିଆ ପଥର ବିଛା ଯାଇଥାଏ। ଯେତେବେଳେ ଟ୍ରେନ୍ ଉଚ୍ଚ ବେଗରେ ଗତି କରିଥାଏ, ସେତେବେଳେ ରେଳ ଧାରଣାରେ ବହୁତ କମ୍ପନ ହୋଇଥାଏ। ଏହି ମୁନିଆ ପଥର ସେହି କମ୍ପନକୁ ହ୍ରାସ କରିଥାଏ। 

4/5

ରେଳ ଧାରଣାରେ ବିଛା ଯାଉଥିବା ମୁନିଆ ପଥର ଯାହାକୁ "ଟ୍ରାକ ବାଲାଷ୍ଟ" କୁହାଯାଏ ତାହା ଆକାରରେ ଛୋଟ ଛୋଟ ପଥର ଭଳି ଦେଖାଯାଏ। ରେଳ ଧାରଣାରେ ମୁନିଆ ପଥର ପଥର ଏଥିପାଇଁ ବିଛା ଯାଇଥାଏ କାରଣ  ଯେତେବେଳେ ଟ୍ରେନ୍ ରେଳ ଧାରଣାରେ ଦ୍ରୁତ ଗତିରେ ଚାଲିଥାଏ ସେତେବେଳେ "ଟ୍ରାକ ବାଲାଷ୍ଟ" ପରସ୍ପର ସହ ଯୋଡ଼ି ହୋଇଯାନ୍ତି। ଯାହା ଦ୍ୱାରା ରେଳ ଧାରଣା ମଜବୁତ ହୋଇ ରହିଥାଏ। 

5/5

ଯଦି ମୁନିଆ ବଦଳରେ ସାଧାରଣ ଆକୃତିର ପଥର ରେଳ ଧାରଣାରେ ବିଛାଯିବ, ତାହେଲେ ସେମାନେ ପରସ୍ପର ସହ ମୁହାଁମୁହିଁ ହୋଇପାରନ୍ତି। ଯାହା ଦ୍ୱାରା ରେଳ ଧାରଣା ମଜବୁତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯିବ। ରେଳ ଧାରଣାରେ ମୁନିଆ ପଥର ବିଛାଯିବା ଦ୍ୱାରା ରେଳ ଧାରଣାରେ ଘାସ କିମ୍ବା ଗଛ ଲତା ଉଠେନାହିଁ।  ଯଦି ଘାସ କିମ୍ବା ଅନ୍ୟ କୌଣସି ଗଛ ରେଲ ଧାରଣ ଆଡ଼କୁ ମାଡି଼ ଆସେ ତାହାଲେ କୌଣସି ଏକ ବଡ଼ ଦୁର୍ଘଟଣା ଘଟିପାରେ।