Advertisement
Photo Details/zeeodisha/odisha2039434
photoDetails0hindi

Train Late in Fog: କୁହୁଡି ପଡ଼ିଲେ କାହିଁକି ବିଳମ୍ବ ହୋଇଥାଏ ଟ୍ରେନ? ଜାଣନ୍ତୁ ଏହା ପଛର କାରଣ

Why is the train late if it is foggy: ଆପଣ ନିଶ୍ଚିତ ଭାବରେ ଜାଣିଛନ୍ତି ଶୀତ ଋତୁରେ କୁହୁଡ଼ି ପଡ଼ିଥାଏ। ଯେଉଁ କାରଣରୁ ଟ୍ରେନ୍ ଅନେକ ସମୟ ପର୍ଯ୍ୟନ୍ତ ବିଳମ୍ବ ହେବାର ସମ୍ଭାବନା ବଢି ଯାଇଥାଏ। ଯଦିଓ ଟ୍ରେନ୍ ଚଲାଇବା ପ୍ରଣାଳୀ କଣ୍ଟ୍ରୋଲ୍ ରୁମ୍ ଠାରୁ ନିୟନ୍ତ୍ରିତ ହୋଇଥାଏ। ହେଲେ ଶୀତ ଋତୁରେ କୁହୁଡ଼ି ପଡ଼ିଲେ କାହିଁକି ବିଳମ୍ବ ହୋଇଥାଏ ଟ୍ରେନ୍?

 

1/5

ଲୋକ ପାଇଲଟ୍ ଏବଂ କଣ୍ଟ୍ରୋଲ୍ ସିଷ୍ଟମ ମଧ୍ୟରେ ପାରସ୍ପରିକ ସମନ୍ୱୟ ଦ୍ୱାରା ଟ୍ରେନ ଚଳାଚଳ କରିଥାଏ। ଟ୍ରେନ ଚଳାଚଳରେ ବ୍ୟବହୃତ ହେଉଥିବା ଅନେକ ଉପକରଣ ମଧ୍ୟରୁ କେତେକ ଲୋକ ପାଇଲଟ୍ ଏବଂ ଆଉ କେତେକ  କଣ୍ଟ୍ରୋଲ୍ ସିଷ୍ଟମ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୁହୁଡ଼ି ସମୟରେ ଲୋକ ପାଇଲଟ୍ ଟ୍ରେନ ଚଳାଇବା ସମୟରେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି।

2/5

କହୁଡି ସମୟରେ ଦୃଶ୍ୟମାନତା ହ୍ରାସ ପାଇଥାଏ। ଏପରିକି ଲୋକ ପାଇଲଟ୍ ରେଳ ଧାରଣା ଦେଖିବାରେ ମଧ୍ୟ ସମସ୍ୟାର ସାମ୍ନା କରିଥାନ୍ତି। ଦୃଶ୍ୟମାନତା ହ୍ରାସ ପାଇବା ଫଳରେ ସୁରକ୍ଷାଗତ କାରଣରୁ ଟ୍ରେନ୍ ଧିରେ ଧିରେ ଚାଲିଥାଏ। ଯାହା ଫଳରେ ଟ୍ରେନ୍ ଧାର୍ଯ୍ୟ ସମମୟ ପରିବର୍ତ୍ତେ ବିଳମ୍ବରେ ଯାତ୍ରା କରିଥାଏ।

 

3/5

କୁହୁଡ଼ି ପଡ଼ିବା କାରଣରୁ ଇଲେକ୍ଟ୍ରୋନିକ୍ ସିଗନାଲ୍ ସିଷ୍ଟମ ଦେଖିବାରେ ମଧ୍ୟ ସମସ୍ୟା ଉପୁଜିଥାଏ। ଦୂରରୁ ସିଗନାଲ୍ ଦେଖା ଯାଉନଥିବାର ଟ୍ରେନ ଚଳାଚଳ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ବହୁତ ବିଳମ୍ବରେ ଦେବାକୁ ହୋଇଥାଏ। ଯାହା ଫଳରେ ଟ୍ରେନ୍ ବିଳମ୍ବିତ ହୋଇଥାଏ।

4/5

ଏହା ବ୍ୟତୀତ ରେଳ ଧାରଣାରେ ଅବରୋଧକ କିମ୍ବା ଅନ୍ୟ କୌଣସି ଘଟଣା ବିଷୟରେ ସୂଚନା ଅଭାବରୁ ଟ୍ରେନ ଗତି କମ୍ ରଖାଯାଇଥାଏ।

5/5

ଯାହା ଫଳରେ ଟ୍ରେନ୍ ବହୁତ ବିଳମ୍ବିତ ହୋଇଥାଏ। ଯଦି ଗୋଟିଏ ଟ୍ରେନ୍ ଚଳାଚଳର ସମୟ ସାରଣୀ ବ୍ୟାହତ ହୋଇଥାଏ, ତାହେଲେ ଅନ୍ୟ ଟ୍ରେନ ଯାତାୟତର କାର୍ଯ୍ୟସୂଚୀ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ।