Advertisement
Photo Details/zeeodisha/odisha1595274
photoDetails0hindi

Railway News: ବନ୍ଦ ଡବା ରହିବା ସତ୍ତ୍ୱେ ଖୋଲା ଡବାରେ କାହିଁକ ପରିବହନ କରାଯାଏ କୋଇଲା? ଜାଣନ୍ତୁ କାରଣ

Railway Knowledge: ରେଳବାଇ ପାଖରେ ବନ୍ଦ ଡବା ରହିବା ସତ୍ତ୍ୱେ ଖୋଲା ଡବାରେ କୋଇଲା ପରିବହନ କରାଯାଇଥାଏ। ଏହା ପଛରେ ଅନେକ କାରଣ ରହିଛି।  

1/6

ଏକଥା ଆପଣଙ୍କ ମନକୁ ନିଶ୍ଚିତ ଭାବେ ଆସୁଥିବ ଖୋଲା ଡବାରେ କୋଇଲା ପରିବହନ କରିବା ଦ୍ୱାରା କୋଇଲା ଚୋରି ହେବାର ସମ୍ଭାବନା ରହିଥାଏ। ବର୍ଷା ହେଲେ ମଧ୍ୟ ଖୋଲା ଡବାରେ ରହିବା କାରଣରୁ କୋଇଲା ମଧ୍ୟ ଓଦା ହୋଇଯାଏ। ହେଲେ ଏହା ସତ୍ତ୍ୱେ କାହିଁକି କେବଳ ଖୋଲା ଡବାରେ କୋଇଲା ପରିବହନ କରାଯାଏ? ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ରେଳବାଇ ପାଖରେ ବନ୍ଦ ରହିଥିବା ଡବା ମଧ୍ୟ ରହିଛି। ହେଲେ ରେଳବାଇ କାହିଁକି ଖୋଲା ଡବାରେ କୋଇଲା ପରିବହନ କରିଥାଏ?

2/6

ଭାରତ ସହିତ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ଯେଉଁଠାରେ ରେଲବାଇ ସେବା ପ୍ରଦାନ କରୁଛି, ସେଠାରେ ମଧ୍ୟ କୋଇଲା ପରିବହନ କେବଳ ଖୋଲା ଡବାରେ କରାଯାଇଥାଏ। ମୋଟ କହିବାକୁ ଗଲେ ସମଗ୍ର ବିଶ୍ୱରେ ରେଳ ଯୋଗେ ହେଉଥିବା କୋଇଲା ପରିବହନ ଖୋଲା ଡବାରେ କରାଯାଇଥାଏ। ଯେଉଁ ଡବାରେ କୋଇଲା ପରିବହନ କରାଯାଇଥାଏ, ତାହାକୁ ରେଳବାଇ ଭାଷାରେ ବକ୍ସଏନ ୱାଗନ୍ (BOXN Wagon) କୁହାଯାଇଥାଏ।

3/6

ଯେତେବେଳେ ଖଣିରୁ କୋଇଲା ଉତ୍ତୋଳନ କରାଯାଏ, ସେତେବେଳେ ଏହାକୁ ପିଟ ହେଡ ପର୍ଯ୍ୟନ୍ତ ଅଣାଯାଇଥାଏ। ଏଠାରେ କୋଇଲାର ଏକ ଷ୍ଟକ୍ ୟାର୍ଡ ତିଆରି ହୋଇଥାଏ। ଏହା ପରେ ଷ୍ଟକ୍ ୟାର୍ଡ ଠାରେ ମାଲଗାଡ଼଼ି ପହଞ୍ଚି ଯାଇଥାଏ। ଯେଉଁଠାରେ କୋଇଲା ଲୋଡିଂ କରାଯାଇଥାଏ।

4/6

ମାଲଗାଡି଼ରେ କୋଇଲା ଲୋଡିଂ ବୁଲଡୋଜର କିମ୍ବା ମେସିନ ସହୟତାରେ କରାଯାଇଥାଏ। ଖୋଲା ଡବାରେ କୋଇଲା ଲୋଡିଂ କରିବା ବହୁତ ସହଜ।  ଏପରି ପରିସ୍ଥିତିରେ ଯଦି ଡବା ବନ୍ଦ ହୋଇଯାଏ, ତାହେଲେ ବନ୍ଦ ଡବାରେ କୋଇଲା ଲୋଡିଂ କରିବାକୁ ବହୁତ ସମୟ ଲାଗିବ ଏବଂ ଅନେକ ସମସ୍ୟା ମଧ୍ୟ ଉପୁଜି ପାରେ।

 

5/6

 

କୋଇଲା ଏକ ଅତ୍ୟଧିକ ଜ୍ୱଳନଶୀଳ ପଦାର୍ଥ। ଯାହା ସହଜରେ ନିଆଁକୁ ଆୟତ୍ତ କରିଥାଏ। ଏହାକୁ ଖୋଲା ଡବାରେ ପରିବହନ କରିବାର ମୁଖ୍ୟ କାରଣ ହେଉଛି ନିଆଁକୁ ଏଡ଼ାଇବା। କାରଣ ଯଦି କୌଣସି କାରଣରୁ କୋଇଲାରେ ନିଆଁ ଲାଗିଥାଏ, ତାହେଲେ ଏହା ଖୋଲା ଡବାରେ ସହଜରେ ଦୃଶ୍ୟମାନ ହୋଇଥାଏ ଏବଂ ଦୂରରୁ ନିଆଁ ଲାଗିଥିବାର ଜଣା ପଡିଥାଏ। ଯେଉଁ କାରଣରୁ ଏହାକୁ ଲିଭାଇବା ମଧ୍ୟ ସହଜ ହୋଇଥାଏ।

6/6

ଏହା ବ୍ୟତୀତ ଖୋଲା ଡବାରୁ କୋଇଲା ଅନଲୋଡ୍ କରିବା ମଧ୍ୟ ବହୁତ ସହଜ। ଅଧିକାଂଶ ସ୍ଥାନରେ ଏପରି  ବ୍ୟବସ୍ଥା କରାଯାଇଥାଏ, ଯେଉଁଠାରେ ମାଲ ଗାଡ଼ି ଛିଡା ହୋଇଥାଏ, କୋଇଲା ଭର୍ତ୍ତି ହୋଇଥିବା ଡବା ମେସିନ ଦ୍ୱାରା ଓଲଟଇ ଦିଆଯାଇଥାଏ। ଡବା ଖୋଲା ରହିଥିବାରୁ ଏହାକୁ ଖାଲି କରିବାକୁ ମାତ୍ର କିଛି ମିନିଟ୍ ସମୟ ଲାଗିଥାଏ। ଯଦି ବନ୍ଦ ହୋଇଥିବା ଡବାରେ କୋଇଲା ପରିବହନ କରାଯାଉଥାନ୍ତା, ତାହେଲେ କୋଇଲା ଅନଲୋଡିଂ କରିବାକୁ ବହୁତ ସମୟ ଲାଗିଥାନ୍ତି।