Advertisement
Photo Details/zeeodisha/odisha1595935
photoDetails0hindi

World Obesity Day 2023: ବିପଦରେ ପକାଇପାରେ ମେଦବହୁଳତା, ଭୋଗିପାରନ୍ତି ଏହି ସବୁ ମାରାତ୍ମକ ରୋଗ

World Obesity Day 2023: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକଙ୍କ ପାଖରେ ନିଜ ପାଇଁ ପର୍ଯ୍ୟାପ୍ତ ସମୟ ନାହିଁ । ବ୍ୟାୟମ ଅଭାବରୁ ବର୍ତ୍ତମାନ ମେଦବହୁଳତା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଯଦି ସମୟ ଥାଉ ଥାଉ ମେଦବହୁଳତା ଉପରେ ନିୟନ୍ତ୍ରଣ ନ କରନ୍ତି ତାହାଲେ ଗୁରୁତର ରୋଗରେ ପଡ଼ିପାରନ୍ତି ଆପଣ । 

1/5

କ'ଣ ଏହି ବିଶ୍ବ ମେଦବହୁଳତା ଦିବସ

ବିଶ୍ବ ମେଦବହୁଳତା ଦିବସରେ ଲୋକଙ୍କୁ ଓଜନ କମ କରିବା ନେଇ ସଚେତନତା ସୃଷ୍ଟି କରାଯାଇଥାଏ । ଲୋକଙ୍କ ମଧ୍ୟରେ ଓଜନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ମେଦବହୁଳ ଫେଡ଼େରେଶନ ଉଦ୍ୟମରେ ୨୦୧୫ ମସିହାରେ ଏହାକୁ ଆରମ୍ଭ କରାଯାଇଥିଲା।

2/5

ଶାରୀରିକ ସମ୍ପର୍କ ନେଇ ଇଚ୍ଛା ହ୍ରାସ ପାଇଥାଏ - ଅବିନାଶ ଟ୍ୟାଙ୍କ କହିଛନ୍ତି ଯେ, ମେଦବହୁଳତା ହରେମୋନାଲ ଅସନ୍ତୁଳନ ସହିତ ସିଧାସଳଖ ଜଡ଼ିତ। ଏହା ଟେଷ୍ଟୋଷ୍ଟେରନ୍ ସ୍ତରକୁ ହ୍ରାସ କରେ । ଏହି କାରଣରୁ ଶାରୀରିକ ସମ୍ପର୍କ ନେଇ ଇଚ୍ଛା କମିଯାଇଥାଏ ।

3/5

ଟାଇପ ୨ ଡ଼ାଇବେଟିସ୍(Type 2 diabetes)- ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶରୀର ଇନସୁଲିନ୍ ବ୍ୟବହାର କରୁଥିବା ପଦ୍ଧତିକୁ ମୋଟାପଣ ପ୍ରଭାବିତ କରିଥାଏ । ଏହା ଇନସୁଲିନ୍ ପ୍ରତିରୋଧ ଓ ମଧୁମୟ, ବିଶେଷ କରି ଟାଇପ ୨ ଡ଼ାଇବେଟିସ୍ ହେବାର ଆଶଙ୍କାକୁ ବଢାଇଥାଏ ।  

4/5

ବୃଦ୍ଧି ହୋଇଥାଏ ଅଷ୍ଟିଓଆର୍ଥ୍ରାଇଟିସ୍ ଆଶଙ୍କା (Osteoarthritis)- ଅଧିକ ଓଜନ ଥିବା ମହିଳାମାନଙ୍କର ଆଣ୍ଠୁରେ ଅଷ୍ଟିଓଆର୍ଥ୍ରାଇଟିସ୍ ହେବାର ଆଶଙ୍କା ପ୍ରାୟ ୪ ଗୁଣ ଅଧିକ ହୋଇଥାଏ । ସେହିପରି ଅଧିକ ଓଜନ ଥିବା ପୁରୁଷଙ୍କ ପାଇଁ  ଏହାର ଆଶଙ୍କା ୫ ଗୁଣ ଅଧିକ ହୋଇଥାଏ । ଗଣ୍ଠି ଉପରେ ଯାନ୍ତ୍ରିକ ଚାପ ତାହା ପେଟର ଚର୍ବି ମଧ୍ଯ ଶରୀରର କ୍ରନିକ ପ୍ରଦାହର ଆଶଙ୍କାକୁ ବଢାଇଥାଏ । ଏହା ପୁରୁଣା ରୋଗ ଓ କ୍ରୋନିକ ପ୍ରଦାହ ଆର୍ଥ୍ରାଇଟିସକୁ ବଢାଇଥାଏ । 

5/5

ହୃଦ୍ ରୋଗ ସମସ୍ୟା (Heart Problems)- ମେଦବହୁଳତା ଯୋଗୁଁ ଉଚ୍ଚ ରକ୍ତଚାପ ଓ ଅସ୍ବାଭାବିକ କୋଲେଷ୍ଟ୍ରଲ ସ୍ତର ସୃଷ୍ଟି କରିବାର ସମ୍ଭାବନା ବଢିଥାଏ । ଏହା ଉଚ୍ଚ LDL କୋଲେଷ୍ଟ୍ରଲ, କମ୍ HDL କୋଲେଷ୍ଟ୍ରଲ କିମ୍ବା ଉଚ୍ଚ ସ୍ତରର ଟ୍ରାଇଗ୍ଲେସିରାଇଡ଼ ହେବାର ସମ୍ଭାବନାକୁ ବଢାଇଥାଏ । ଏହାକୁ ଡ଼ିସଲିପିଡ଼େମିଆ ମଧ୍ଯ କୁହାଯାଏ । ଏହି ସମସ୍ତ ହୃଦରୋଗ ଓ ଷ୍ଚ୍ରୋକ ପାଇଁ ବିପଦର କାରଣ ଅଟେ ।