Advertisement
photoDetails0hindi

ୟୁକ୍ରେନର ଚାରିଆଡ଼େ ପୁଟିନଙ୍କ ଏହି ୮ଟି ଅସ୍ତ୍ର କରୁଛି ତାଣ୍ଡବ! ଜାଣନ୍ତୁ ଯୁଦ୍ଧରେ କେଉଁ କେଉଁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛି ଋଷ

Russia-Ukraine War: ଏହି ଯୁଦ୍ଧରେ ଅନେକ ମାରାତ୍ମକ ଅସ୍ତ୍ରଠାରୁ ଆରମ୍ଭ କରି ହାଇ-ଟେକ୍ନିକ୍ କୌଶଳ ମଧ୍ୟ ବ୍ୟବହାର କରାଯାଉଛି । ସୂଚନାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ୟୁକ୍ରେନ ବିରୁଦ୍ଧରେ ୮ଟି ଅସ୍ତ୍ର ବ୍ୟବହାର କରିଛି । ଜାଣନ୍ତୁ ସେହି ସବୁ ଖାସ୍ ଅସ୍ତ୍ର ବିଷୟରେ...

1/9

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) କ୍ରମାଗତ ଭାବରେ ୟୁକ୍ରେନ (Ukraine) ଉପରେ ଜୋରଦାର ଆକ୍ରମଣ କରୁଛି, ସ୍ଥଳଭାଗରୁ, ଆକାଶରୁ, ଆଗରୁ, ସମୁଦ୍ରରୁ ବୋମା, ମିସାଇଲ ଏବଂ ଗୁଳିର ବର୍ଷା କରୁଛି । ଋଷ ନିଜ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନରେ ଭୟଙ୍କର ଧ୍ୱଂସ କରୁଛି । ଏହି ଯୁଦ୍ଧରେ ଅନେକ ମାରାତ୍ମକ ଅସ୍ତ୍ରଠାରୁ ଆରମ୍ଭ କରି ହାଇ-ଟେକ୍ନିକ୍ କୌଶଳ ମଧ୍ୟ ବ୍ୟବହାର କରାଯାଉଛି । ସୂଚନାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ୟୁକ୍ରେନ ବିରୁଦ୍ଧରେ ୮ଟି ଅସ୍ତ୍ର ବ୍ୟବହାର କରିଛି । ଜାଣନ୍ତୁ ସେହି ସବୁ ଖାସ୍ ଅସ୍ତ୍ର ବିଷୟରେ...

ପ୍ରଥମ ଅସ୍ତ୍ର

2/9
ପ୍ରଥମ ଅସ୍ତ୍ର

ଋଷର ଏହି ଅସ୍ତ୍ରର ନାମ ହେଉଛି 9K720 ଇସ୍କନ୍ଦର ବାଲିଷ୍ଟିକ୍ ମିସାଇଲ (9K720 Iskander Ballistic Missile), ଏହା ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ଏହାକୁ ଋଷର ସେନା (Russian Army) ଦ୍ୱାରା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ।

 

ଦ୍ୱିତୀୟ ଅସ୍ତ୍ର

3/9
ଦ୍ୱିତୀୟ ଅସ୍ତ୍ର

BM-30 Smerch MBR, ଏହା ଭାରୀ ରକେଟ୍ ଲଞ୍ଚର୍ । ଯାହା ସଫ୍ଟ ଟାର୍ଗେଟ୍, ବ୍ୟାଟେରୀ, କମାଣ୍ଡ ପୋଷ୍ଟ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ହୋଇଥାଏ ।

ତୃତୀୟ ଅସ୍ତ୍ର

4/9
ତୃତୀୟ ଅସ୍ତ୍ର

BMPT ଟର୍ମିନାଟର ଟ୍ୟାଙ୍କ (BMPT Terminator Tank) ହେଉଛି ଏକ ଟ୍ୟାଙ୍କ ସପୋର୍ଟ ଯୁଦ୍ଧ ଯାନ, ଏହି ଟ୍ୟାଙ୍କ ଶତ୍ରୁ ହେଲିକପ୍ଟର ଓ ଲୋ-ସ୍ପିଡ ବିମାନକୁ ଗୁଳି କରି ଖସାଇବାରେ ସକ୍ଷମ । ଏହି ଟ୍ୟାଙ୍କକୁ ଋଷର କମ୍ପାନୀ Uralvagonzavod ତିଆରି କରିଛି ।

ଚତୁର୍ଥ ଅସ୍ତ୍ର

5/9
ଚତୁର୍ଥ ଅସ୍ତ୍ର

Tor-M2 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ୍ (Tor-M2 anti-aircraft missile) ନିଜର ଗତି ଓ ଦୂରତା ପାଇଁ ଜଣାଶୁଣା । ଏହାର ପରିସର ୧୬ କିଲୋମିଟର ପର୍ଯ୍ୟନ୍ତ ରହିଛି ।

ପଞ୍ଚମ ଅସ୍ତ୍ର

6/9
ପଞ୍ଚମ ଅସ୍ତ୍ର

KA-52 ଆଲିଗେଟର ହେଲିକପ୍ଟର (KA-52 Alligator helicopter) ହେଉଛି ଋଷ ସେନାର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଏହାର ପ୍ରଭାବଶାଳୀ ଉଡ଼ାଣ ଏହାକୁ ସ୍ୱତନ୍ତ୍ର କରିଦେଇଥାଏ ଓ ଶତ୍ରୁକୁ ମଧ୍ୟ ଭାରି କ୍ଷତି ପହଞ୍ଚାଇଥାଏ ।

ଷଷ୍ଠ ଅସ୍ତ୍ର

7/9
ଷଷ୍ଠ ଅସ୍ତ୍ର

ୟୁକ୍ରେନର ବିନାଶ ପାଇଁ ଟି-80 ମ୍ୟାନ ଯୁଦ୍ଧ ଟ୍ୟାଙ୍କ (T-80 main battle tank) ମାଧ୍ୟମରେ ମଧ୍ୟ ଆକ୍ରମଣ କରାଯାଇଛି । ଏହା ଋଷ (Russia) ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଟ୍ୟାଙ୍କ ଓ ଏହା ଟି-64କୁ ବିକଶିତ କରି ତିଆରି ହୋଇଛି । ଏହାର ଗ୍ୟାସ ଟର୍ବାଇନ ଇଞ୍ଜିନ ପାଇଁ ଏହା ବିଶେଷ ଭାବରେ ଜଣାଶୁଣା ।

ସପ୍ତମ ଅସ୍ତ୍ର

8/9
ସପ୍ତମ ଅସ୍ତ୍ର

ସୁଖୋଇ SU-35 ଯୁଦ୍ଧ ବିମାନ (Sukhoi SU-35 fighter aircraft) ହେଉଛି ଏକ ଦୁଇ-ଇଞ୍ଜିନ୍ ଯୁଦ୍ଧ ବିମାନ, ଯାହା ଗୋଟିଏ ଥରରେ ବହୁତ ଦୂର ପର୍ଯ୍ୟନ୍ତ ଉଡିପାରେ । ଏହାର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ବୋଲି ମନେ କରାଯାଏ, ଯାହାକୁ ପାକିସ୍ତାନ ମଧ୍ୟ ଋଷ ଠାରୁ ଚାହୁଁଥିଲା ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!

ଏହା ବି ପଢ଼ନ୍ତୁ:-ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ୟୁକ୍ରେନର ଆଜୋଭ ରେଜିମେଣ୍ଟ ବିଷୟରେ, ଯିଏ ଋଷର ସେନାକୁ ଦେଉଛି କଡ଼ା ଟକ୍କର

ଅଷ୍ଟମ ଅସ୍ତ୍ର

9/9
ଅଷ୍ଟମ ଅସ୍ତ୍ର

ଅଷ୍ଟମ ଅସ୍ତ୍ର ହେଉଛି TU-95 ଷ୍ଟ୍ରାଟେଜିକ୍ ହେଭି ବମ୍ବେର୍ (TU-95 Strategic Heavy Bomber) । ଏହା ଏକ ସ୍ୱତନ୍ତ୍ର ଚାରି ଇଞ୍ଜିନ୍ ବୋମ୍ୱର ଓ ଏହା କୁହାଯାଏ ଯେ ଆକାଶରେ ଧ୍ୱଂସ ଲୀଳା ରଚିବା ପାଇଁ ଏହା କେବଳ ଯଥେଷ୍ଟ ହୋଇଥାଏ ।