Advertisement
Photo Details/zeeodisha/odisha1108426
photoDetails0hindi

ଏମାନେ ହେଉଛନ୍ତି ଋଷ ରାଷ୍ଟ୍ରପତିଙ୍କ ସିକ୍ରେଟ ଝିଅ, ଦୁନିଆ ନଜରରୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ

Russia-Ukraine War, Russian President Vladimir Putin Family: ଋଷ ରାଷ୍ଟ୍ରପତି ପୁଟିନ (Vladimir Putin) ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ । ପୁଟିନ ୧୯୭୫ ମସିହାରେ ଋଷର ଗୁଇନ୍ଦା ସଂସ୍ଥା କେଜିବି (KGB) ରେ ଯୋଗ ଦେଇଥିଲେ ଓ ପରେ ରାଷ୍ଟ୍ରପତି ହୋଇଥିଲେ । ଏକଦା ସିକ୍ରେଟ ଏଜେଣ୍ଡ ଥିବା ପୁଟିନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଗୁପ୍ତ ରହିଛି ଓ ନିଜ ପରିବାର (Vladimir Putin Secret Family and Daughters) କୁ ଦୁନିଆ ନଜରରୁ ଲୁଚାଇ ରଖନ୍ତି ।

1/12

ମସ୍କୋ: Russia-Ukraine War, Russian President Vladimir Putin Family: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗୁରୁବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ ବିରୋଧରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ ଘୋଷଣା କରିଥିଲେ । ଯାହା ପରେ ଋଷ ଭାରତୀୟ ସମୟ ଅନୁସାରେ ସକାଳ ୮.୩୦ରେ ୟୁକ୍ରେନ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଦେଇଥିଲା । ଏହି ସମୟରେ ସାରା ଦୁନିଆରେ ପୁଟିନଙ୍କୁ ନେଇ ଚର୍ଚ୍ଚା ଚାଲିଛି । ​

2/12

ଋଷ ରାଷ୍ଟ୍ରପତି ପୁଟିନ (Vladimir Putin) ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ । ପୁଟିନ ୧୯୭୫ ମସିହାରେ ଋଷର ଗୁଇନ୍ଦା ସଂସ୍ଥା କେଜିବି (KGB) ରେ ଯୋଗ ଦେଇଥିଲେ ଓ ପରେ ରାଷ୍ଟ୍ରପତି ହୋଇଥିଲେ । ଏକଦା ସିକ୍ରେଟ ଏଜେଣ୍ଡ ଥିବା ପୁଟିନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଗୁପ୍ତ ରହିଛି ଓ ନିଜ ପରିବାର (Vladimir Putin Secret Family and Daughters) କୁ ଦୁନିଆ ନଜରରୁ ଲୁଚାଇ ରଖନ୍ତି ।

ବହୁତ ସିକ୍ରେଟ ପୁଟିନଙ୍କ ପରିବାର

3/12
ବହୁତ ସିକ୍ରେଟ ପୁଟିନଙ୍କ ପରିବାର

ଦି ସନର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ନା ତ ନିଜ ପରିବାର ବିଷୟରେ ସର୍ବସାଧାରଣରେ ଆଲୋଚନା କରନ୍ତି ନା ନିଜ ଝିଅମାନଙ୍କ ବିଷୟରେ ଚର୍ଚ୍ଚା କରନ୍ତି । କୁହାଯାଏ ଯେ ତାଙ୍କର ଦୁଇଟି ଝିଅ ଅଛନ୍ତି, ଯାହାଙ୍କ ନାମ ହେଉଛି ମାରିଆ (Maria) ଓ କ୍ୟାଟ୍ରିନା (Katrina) । (ଫଟୋ ସୌଜନ୍ୟ - ଦି ସନ୍)

ମେଡିକାଲ ରିସର୍ଚ୍ଚର ହେଉଛନ୍ତି ଝିଅ ମାରିଆ

4/12
ମେଡିକାଲ ରିସର୍ଚ୍ଚର ହେଉଛନ୍ତି ଝିଅ ମାରିଆ

ଭ୍ଲାଦିମିର୍ ପୁଟିନ (Vladimir Putin) ଙ୍କ ଝିଅ ମାରିଆ (Maria) ଜଣେ ଡାକ୍ତରୀ ଅନୁସନ୍ଧାନକାରୀ ଓ ମସ୍କୋରେ ଡଚ୍ ସ୍ୱାମୀ ଜର୍ଜ ଫାସେନଙ୍କ ସହ ରୁହନ୍ତି । ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । (ଫଟୋ ସୌଜନ୍ୟ- ଦି ସନ୍)

ଦ୍ୱିତୀୟ ଝିଅ କ୍ୟାଟ୍ରିନା ହେଉଛନ୍ତି ଆକ୍ରୋବାଟ୍ ଡାନ୍ସର

5/12
ଦ୍ୱିତୀୟ ଝିଅ କ୍ୟାଟ୍ରିନା ହେଉଛନ୍ତି ଆକ୍ରୋବାଟ୍ ଡାନ୍ସର

କ୍ୟାଟ୍ରିନା ଟିଖୋନୋଭା (Katerina Tikhonova) ଜଣେ ଆକ୍ରୋବାଟ୍ ଡାନ୍ସର ଓ ମସ୍କୋ ଷ୍ଟେଟ୍ ୟୁନିଭର୍ସିଟିରେ ଉଚ୍ଚ ପଦବୀରେ ଅବସ୍ଥାପିତ । ସେ ୧.୭ ବିଲିୟନ ଡଲାରର ଷ୍ଟାର୍ଟଅପ୍ ଚଳାଉଛନ୍ତି । ସେ ୨୦୧୭ରେ ଋଷର ବିଲିୟନେୟାର କାଇଲି ଶାମାଲୋଭ (Kylie Shamalov) ଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ଦମ୍ପତିଙ୍କ ଚଳିତ ବର୍ଷ ଛାଡପତ୍ର ହୋଇଥିଲେ । (ଫଟୋ ସୌଜନ୍ୟ-ଦି ସନ୍)

ସୁଇପରଙ୍କ ସହ ପୁଟିନଙ୍କର ଥିଲା ସମ୍ପର୍କ

6/12
ସୁଇପରଙ୍କ ସହ ପୁଟିନଙ୍କର ଥିଲା ସମ୍ପର୍କ

୨୦୨୦ ମସିହାରେ ଖୁଲାସା ହୋଇଥିଲା ଯେ, ଭ୍ଲାଦିମିର ପୁଟିନ (Vladimir Putin) ଜଣେ ମହିଳା ସୁଇପର ସହିତ ସମ୍ପର୍କ ରଖିଥିଲେ, ଯିଏକି ବର୍ତ୍ତମାନ କୋଟି କୋଟିର ମାଲିକ ଅଟନ୍ତି । ସ୍ୱେତଲାନା କ୍ରିଭୋନୋଗିଖ୍ (Svetlana Krivonogikh) ନାମକ ଜଣେ ମହିଳାଙ୍କ ସହ ପୁଟିନଙ୍କ ସମ୍ପର୍କ ୯୦ ଦଶକରେ ଆରମ୍ଭ ହୋଇଥିଲା ଓ ୨୦୦୩ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ । (ଫଟୋ ସୌଜନ୍ୟ -ଦି ସନ୍)

ସ୍ୱେତଲାନା ଓ ପୁଟିନଙ୍କ ଝିଅ

7/12
ସ୍ୱେତଲାନା ଓ ପୁଟିନଙ୍କ ଝିଅ

ସ୍ୱେତଲାନା କ୍ରିଭୋନୋଗିଖ୍ (Svetlana Krivonogikh) ଓ ଭ୍ଲାଦିମିର୍ ପୁଟିନ Vladimir Putin) ଙ୍କର ମଧ୍ୟ ଏକ ୧୮ ବର୍ଷର ଝିଅ ଅଛନ୍ତି, ଯାହା ଗତ ବର୍ଷ ଖୁଲାସା ହୋଇଥିଲା । ୟେଲିଜାଭେଟା ଭ୍ଲାଦିମିରୋଭନା (Yelizaveta Vladimirovna) ଓରଫ ଲୁଇଜା (Luiza) ଙ୍କ ଜନ୍ମ ପରେ ପୁଟିନ ଓ ସ୍ୱେତଲାନା ଅଲଗା ହୋଇଥିଲେ । (ଫଟୋ ସୌଜନ୍ୟ-ଦି ସନ୍)

କ୍ଲିନରରୁ କୋଟିପତି ପାଲଟିଲେ ସ୍ୱେତଲାନା

8/12
କ୍ଲିନରରୁ କୋଟିପତି ପାଲଟିଲେ ସ୍ୱେତଲାନା

ରିପୋର୍ଟ ଅନୁଯାୟୀ, ୪୫ ବର୍ଷୀୟ ସ୍ୱେତଲାନା କ୍ରିଭୋନୋଗିଖ୍ ୯୦ ଦଶକରେ ଭ୍ଲାଦିମିର୍ ପୁଟିନଙ୍କ ଭେଟିବା ସମୟରେ ଜଣେ କ୍ଲିନର୍ ଥିଲେ, କିନ୍ତୁ ଆଜିର ଦିନରେ ସେ ଜଣେ ଧନୀ ମହିଳା ଓ କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି । (ଫଟୋ ସୌଜନ୍ୟ - ଦି ସନ୍)

ଝିଅ ଲୁଇଜା ପାଇଁ କରନ୍ତି ବହୁତ ଟଙ୍କା ଖର୍ଚ୍ଚ

9/12
ଝିଅ ଲୁଇଜା ପାଇଁ କରନ୍ତି ବହୁତ ଟଙ୍କା ଖର୍ଚ୍ଚ

ପୁଟିନ୍ ୧୮ ବର୍ଷୀୟ ଲୁଇଜା (Luiza) ଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଲୁଇଜା ସୋସିଆଲ ମିଡିଆରେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଅନେକ ସମୟରେ ଦେଖାଉଥିବାର ଦେଖାଯାଏ । ରିପୋର୍ଟରେ କୁହାଯାଇଛି ଯେ ପୁଟିନ (Vladimir Putin) ଏହି ସମସ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି । (ଫଟୋ ସୌଜନ୍ୟ - ଦି ସନ୍)

୩୭ ବର୍ଷୀୟ ଜିମ୍ନାଷ୍ଟ ଆଲିନାଙ୍କୁ କରୁଛନ୍ତି ଡେଟିଂ

10/12
୩୭ ବର୍ଷୀୟ ଜିମ୍ନାଷ୍ଟ ଆଲିନାଙ୍କୁ କରୁଛନ୍ତି ଡେଟିଂ

ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ମଧ୍ୟ ୩୭ ବର୍ଷୀୟ ପୂର୍ବତନ ଜିମ୍ନାଷ୍ଟ ଆଲିନା କାବାୟେବା  (Alina Kabaeva) ଙ୍କ ସହିତ ସଂପର୍କରେ ଅଛନ୍ତି ଓ ସେ ତାଙ୍କୁ ଡେଟ କରୁଛନ୍ତି । ଆଲିନା ଜଣେ ଜିମ୍ନାଷ୍ଟ ରହିସାରିଛନ୍ତି ଓ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ, ୧୪ଟି ବିଶ୍ୱ ଚାମ୍ପିଅନସିପ୍ ଏବଂ ୨୫ଟି ୟୁରୋପୀୟ ଚାମ୍ପିଅନସିପ୍ ଜିତିଛନ୍ତି । କ୍ରୀଡ଼ାରୁ ଅବସର ନେବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ ଓ ପୁଟିନଙ୍କ ୟୁନାଇଟେଡ୍ ଋଷ ପାର୍ଟି (United Russia Party) ର ସାଂସଦ ହୋଇଥିଲେ । (ଫଟୋ ସୌଜନ୍ୟ -ଦି ସନ୍)

୨୦୧୩ରେ ପୁଟିନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ

11/12
୨୦୧୩ରେ ପୁଟିନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ

୧୯୮୩ ମସିହାରେ ଭ୍ଲାଦିମିର୍ ପୁଟିନ (Vladimir Putin) ଲ୍ୟୁଡମିଲା ଶକ୍ରେବେନେଭା (Lyudmila Shkrebneva) ଙ୍କୁ ବିବାହ କରିଥିଲେ । ପୁଟିନ ଓ ଲ୍ୟୁଡମିଲାଙ୍କର ଦୁଇ ଝିଅ ଅଛନ୍ତି, ଯାହାଙ୍କ ନାମ ମାରିଆ ଓ କ୍ୟାଟ୍ରିନା । ୨୦୧୩ରେ ଦୁହେଁ ଛାଡପତ୍ର ନେଇଥିଲେ ଓ ଦୁହେଁ ଅଲଗା ହୋଇଗଲେ । (ଫଟୋ ସୌଜନ୍ୟ-ଦି ସନ୍)

ଏହା ବି ପଢ଼ନ୍ତୁ:-କମେଡିଆନରୁ ରାଷ୍ଟ୍ରପତି, ବର୍ତ୍ତମାନ ପୁଟିନ ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ; ଜାଣନ୍ତୁ ଯୁଦ୍ଧରେ ୟୁକ୍ରେନର କମାଣ ସମ୍ଭାଳିଥିବା ଜେଲେନସ୍କିଙ୍କ ବିଷୟରେ ସବୁକିଛି

ଏହା ବି ପଢ଼ନ୍ତୁ:-ୟୁକ୍ରେନର ଏହି ସାହସୀ ମହିଳା, ଯିଏ ଏକାକୀ ନିଜ ଦମରେ ଦେଉଥିଲେ ଋଷକୁ ଟକ୍କର; ଭୟରେ ଥରୁଥିଲେ ପୁଟିନ!

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ମସଲା, ଶରୀରର ମଜଭୁତ ହେବା ସହ ବଢ଼ିବ ଯୌନ ଶକ୍ତି

ଭ୍ଲାଦିମିଙ୍କ ପୁଟିନଙ୍କ ସମ୍ପତ୍ତି

12/12
ଭ୍ଲାଦିମିଙ୍କ ପୁଟିନଙ୍କ ସମ୍ପତ୍ତି

ଦି ସନର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ପାଖରେ ୧୬୦ ବିଲିୟନ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୬୫୫୫ ବିଲିୟନ ଟଙ୍କାର ସମ୍ପତ୍ତି ରହିଛି । ସେ କାର, ଜାହାଜ ଏବଂ ଗୁପ୍ତ ପ୍ରାସାଦର ମାଲିକ । ଏହା ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜେଟ୍ ଓ ଘଣ୍ଟାର ଏକ ବଡ଼ ସଂଗ୍ରହ ଅଛି ।