Advertisement
Article Detail0/zeeodisha/odisha2179438
Zee OdishaOdisha PoliticsOdisha News: ମୁଖ୍ୟମନ୍ତ୍ରୀଙ୍କୁ ଜଗୁଛନ୍ତି ୨୬୮ ପୁଲିସ

Odisha News: ମୁଖ୍ୟମନ୍ତ୍ରୀଙ୍କୁ ଜଗୁଛନ୍ତି ୨୬୮ ପୁଲିସ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୨୬୮ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଦରକାର ଅନୁସାରେ ଏହି କର୍ମୀଙ୍କ ସଂଖ୍ୟା ବୃଦ୍ଧି ବା ହ୍ରାସ ପାଉଛି ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ୩ଟି ଶିଫ୍ଟରେ ଏହି ପୁଲିସ କର୍ମୀ କାମ କରୁଥିବା କୁହାଯାଇଛି। ଏହି ୨୬୮ ପୁଲିସଙ୍କ ଭିତରୁ ୩୨ଜଣ କମିଶନରେଟ୍‍ ପୁଲିସ ହୋଇଥିବାବେଳେ

Odisha News: ମୁଖ୍ୟମନ୍ତ୍ରୀଙ୍କୁ ଜଗୁଛନ୍ତି ୨୬୮ ପୁଲିସ

Odisha News: ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୨୬୮ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଦରକାର ଅନୁସାରେ ଏହି କର୍ମୀଙ୍କ ସଂଖ୍ୟା ବୃଦ୍ଧି ବା ହ୍ରାସ ପାଉଛି ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ୩ଟି ଶିଫ୍ଟରେ ଏହି ପୁଲିସ କର୍ମୀ କାମ କରୁଥିବା କୁହାଯାଇଛି। ଏହି ୨୬୮ ପୁଲିସଙ୍କ ଭିତରୁ ୩୨ଜଣ କମିଶନରେଟ୍‍ ପୁଲିସ ହୋଇଥିବାବେଳେ ୨୩୬ଜଣ ହେଉଛନ୍ତି ବାଟାଲିୟନର ସୁରକ୍ଷା କର୍ମୀ। ୨୪ ଘଣ୍ଟା ଏହି ପୁଲିସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଘର, ଆଖପାଖ, ଟ୍ରାଫିକ୍‍ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଲାଗି ନିୟୋଜିତ ହୋଇଥିବା ଜଣାଇଛନ୍ତି କମିଶନରେଟ ପୁଲିସ। ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମାଗିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ପୁଲିସ ବିଭାଗ ଏହି ତଥ୍ୟ ରଖିଛି।

 

Add Zee News as a Preferred Source
About the Author