ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟରେ ସ୍କୁଲ ୟୁନିଫର୍ମ ରଙ୍ଗ ରଖିଥିଲେ- ମନ୍ତ୍ରୀ
Advertisement
Article Detail0/zeeodisha/odisha2456642

ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟରେ ସ୍କୁଲ ୟୁନିଫର୍ମ ରଙ୍ଗ ରଖିଥିଲେ- ମନ୍ତ୍ରୀ

ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ କରିଥିଲେ । କେବଳ ସେତିକି ନୁହେଁ, ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ଘର ରଙ୍ଗ ମଧ୍ୟ ବଦଳାଯାଉଥିଲା । କିନ୍ତୁ ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛି । ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିବାରୁ ପରିବର୍ତ୍ତନ କରାଗଲା ବୋଲି ମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି ।

ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟରେ ସ୍କୁଲ ୟୁନିଫର୍ମ ରଙ୍ଗ ରଖିଥିଲେ- ମନ୍ତ୍ରୀ

ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲ ୟୁନିଫର୍ମ ପରିବର୍ତ୍ତନର ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ କରିଥିଲେ । କେବଳ ସେତିକି ନୁହେଁ, ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ଘର ରଙ୍ଗ ମଧ୍ୟ ବଦଳାଯାଉଥିଲା । କିନ୍ତୁ ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛି । ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିବାରୁ ପରିବର୍ତ୍ତନ କରାଗଲା ବୋଲି ମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି । ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି । ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ।

Also Read- Crime News: ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

Also Read- Surya Grahan 2024: ସୂର୍ଯ୍ୟ ପରାଗ ଶୁଭ ପ୍ରଭାବ, ଆଜି ରାତିରୁ ବଦଳିଯିବ ଏହି ୩ ରାଶିର ଭାଗ୍ୟ