କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚତୁର୍ଥ ପର୍ଯ୍ୟାୟରେ ଜାରି ରହିଛି ଭୋଟଗ୍ରହଣ। ଏହି ନିର୍ବାଚନ ଲାଗି ମତଦାନ ଚାଲିଥିବା ସମୟରେ ରାଜ୍ୟ କୁଚବିହାର ଜିଲ୍ଲାରେ ହିଂସାକାଣ୍ଡ ଘଟୁଥିବାର ଖବର ସାମ୍ନାକୁ ଆସିଛି। ଏ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ଘଟଣାରେ ନିର୍ବାଚନ ଅଧିକାରୀ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି।  


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ରହିଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ-ସିଏପିଏଫ୍ (Central Armed Police Force-CAPF) ପକ୍ଷରୁ ହୋଇଥିବା ଓପନ ଫାୟାରିଂ (Open Firing) କାରଣରୁ କୁଚବିହାର ଜିଲ୍ଲାରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏ ଘଟଣାରେ ପ୍ରାଣ ସମସ୍ତ ମୃତକ ଟିଏମସି (TMC) ସମର୍ଥକ ବୋଲି ଜଣାପଡିଛି।          


Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି 


କୁଚବିହାର (Cooch Behar) ଜିଲ୍ଲାରେ ମତଦାନ ଚାଲିଥିବା ସମୟରେ ଉଭୟ ବିଜେପି-ଟିଏମସି (BJP vs TMC) ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଶନିବାର ସ୍ଥାନୀୟ ଲୋକ ସିଏପିଏଫ୍ ଉପରେ ଆକ୍ରମଣ କରିବା ପରେ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ କଥିତ ଭାବେ ଗୁଳି ଚାଳନା କରାଯିବାରୁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସିଏପିଏଫ୍ ଯବାନଙ୍କ ରାଇଫଲ ଛଡାଇନେବା ନେଇ ସ୍ଥାନୀୟ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି।        


ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏକ ଗାଁରେ ଆକ୍ରମଣ କରାଯିବା ପରେ ସିଏପିଏଫ୍ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସଂଘର୍ଷ ହେବା ପରେ ସେଠାକାର ଲୋକ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କୁ ଘେରିନେବା ସହ ସେମାନଙ୍କ ରାଇଫଲ ଛଡାଇ ନେବାକୁ ଚେଷ୍ଟା କରିବା ପରେ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। 


Also Read:  Assembly Elections 2021: ସରିଲା ମତଦାନ, ଏବେ ଫଳାଫଳକୁ ଅପେକ୍ଷା


ଏହା ପୂର୍ବରୁ କୁଚବିହାର ଜିଲ୍ଲାର ଏକ ମତଦାନ କେନ୍ଦ୍ର ବାହାରେ କେତେକ ଅଜ୍ଞାତ ଲୋକ ଆନନ୍ଦ ବର୍ମନ ନାମକ ଜଣେ ଯୁବକକୁ ଗୁଳି ମାରି ହତ୍ୟା କରିଛନ୍ତି। ଏହାକୁ ନେଇ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉଭୟ ଟିଏମସି-ବିଜେପି ସାମ୍ନାସାମ୍ନି ହୋଇଛନ୍ତି। ଏ ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି ମୃତକ ଯୁବକ ଜଣେ ପୋଲିଂ ଏଜେଣ୍ଟ ଥିଲା। ଗୁଳିକାଣ୍ଡ ଘଟଣାକୁ ନେଇ ଟିଏମସିକୁ ଦାୟୀ କରିଛି ଦଳ। ଜିଲ୍ଲାର ସିତାଲକୁଚିସ୍ଥିତ ପଠାନତୁଲି ଅଞ୍ଚଳରେ ରହିଥିବା ୮୫ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।         


ଏହାକୁ ନେଇ ଉଭୟ ଟିଏମସି-ବିଜେପି ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ସେଠାରେ ଥିବା ଏକ ମତଦାନ କେନ୍ଦ୍ର ବାହାରେ ବୋମା ବିସ୍ଫୋରଣ ହେବାରୁ ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ କେନ୍ଦ୍ରୀୟ ସୁରକ୍ଷା ବଳ ଲାଠିଚାର୍ଜ କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ସେଠାରେ ପୋଲିସ ସହ ରାପିଡ ଆକ୍ସନ ଫୋର୍ସ (Rapid Action Force-RAF) ନିୟୋଜିତ କରାଯାଇଛି।  
 
ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ଏ ଘଟଣା ବାବଦରେ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ। ମତଦାନ ପୂର୍ବରୁ ସିତାଲକୁଚି ଅଞ୍ଚଳରେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (West Bengal BJP President) ତଥା ଦଳୀୟ ଲୋକସଭା ସାଂସଦ (Lok Sabha MP) ଦିଲ୍ଲୀପ ଘୋଷଙ୍କ (Dilip Ghosh) ଉପରେ ଆକ୍ରମଣ ହୋଇଥିଲା। 


Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee


ଗୁଳିକାଣ୍ଡ ମାମଲାରେ ପ୍ରତିକ୍ରିୟା ରଖି ନାତାବାରି ବିଧାନସଭା ଆସନରୁ (Natabari Assembly Constituency) ଟିଏମସି ପ୍ରାର୍ଥୀ (TMC Candidate) ଭାବେ ନିର୍ବାଚନ ଲଢୁଥିବା ରବୀନ୍ଦ୍ରନାଥ ଘୋଷ (Rabindra Nath Ghosh) କହିଛନ୍ତି ଏ ଘଟଣା ପଛରେ ବିଜେପି ସମର୍ଥକ ରହିଛନ୍ତି। ବିଜେପି ଗୁଣ୍ଡା ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି। କିଛି ଦିନ ହେବ ସେମାନେ ଏଠାରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ସେମାନେ ଏଥର ନିର୍ବାଚନରେ ହାରିବାକୁ ଯାଉଥିବାରୁ ଲୋକଙ୍କୁ ହତ୍ୟା କରୁଛନ୍ତି। 


Also Read: West Bengal Assembly Election 2021: ମତଦାନ ବେଳେ ଆକ୍ରମଣ, TMC ବିରୁଦ୍ଧରେ ଆସିଲା ଅଭିଯୋଗ


 


ନାତାବାରି ବିଧାନସଭା ଆସନର ଟିଏମସି ପ୍ରାର୍ଥୀ ରଖିଥିବା ପ୍ରତିକ୍ରିୟାକୁ ଖାରଜ କରି ସିତାଲକୁଚି ବିଧାନସଭା ଆସନର (Sitalkuchi Assembly Constituency) ବିଜେପି ପ୍ରାର୍ଥୀ (BJP Candiaate) ବରେନ  ବର୍ମନ (Baren Barman) କହିଛନ୍ତି ନିର୍ବାଚନମଣ୍ଡଳୀ ଅଧିନସ୍ଥ ଭୋଟଗ୍ରହଣ କେନ୍ଦ୍ର ଠାରେ ପ୍ରାଣ ହରାଇଥିବା ମୃତକ ଆମ ଦଳର ବୁଥ ଏଜେଣ୍ଟ ରହିଥିଲା। ତାକୁ ଟିଏମସି ଗୁଣ୍ଡା ଗୁଳିମାରି ହତ୍ୟା କରିଛନ୍ତି। ରବୀନ୍ଦ୍ରନାଥ ଘୋଷ ଯାହା କହୁଛି ତାହା ସମ୍ପୂର୍ଣ୍ଣ ମିଛ। ଆମେ ଏ ଘଟଣାରେ ଜଡିତ ରହିଥିବା ଲୋକଙ୍କୁ ତତ୍କାଳ ଗିରଫ କରିବା ପାଇଁ ଆମେ  ନିର୍ବାଚନ କମିଶନ ଏବଂ କୁଚବିହାର ପ୍ରଶାସନ ନିକଟରେ ଦାବି ରଖୁଛୁ।