କୋରୋନା ମହାମାରୀରୀ ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନ୍ସ ପାଳନ କରି ଏଥରର ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।
Trending Photos
ନୂଆଦିଲ୍ଲୀ: ପୁଦୁଚେରୀ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଆଦି ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୧ ଲାଗି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ବର୍ଷ ଏପ୍ରିଲ ୬ ତାରିଖ ମଙ୍ଗଳବାର ଏହି ରାଜ୍ୟରେ ହୋଇଥିଲା ମତଦାନ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆସାମରେ ୮୨.୨୯, କେରଳରେ ୭୦.୦୪, ପୁଦୁଚେରୀରେ ୭୮.୧୩, ତାମିଲନାଡୁରେ ୬୫.୧୧, ପଶ୍ଚିମବଙ୍ଗରେ ୭୭.୬୮ ପ୍ରତିଶତ ମତଦାନ ହୋଇଛି।
ଆସନ୍ତା ମେ ୨ ତାରିଖରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉପରୋକ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। କୋରୋନା ମହାମାରୀରୀ ମୁକାବିଲା ପାଇଁ ଜାରି ହୋଇଥିବା ଗାଇଡଲାଇନ୍ସ ପାଳନ କରି ଏଥରର ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।
ଆସାମ ବିଧାନସଭା ନିର୍ବାଚନ ୨୦୨୧ (Assam Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଛି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ୧୨ ଜିଲ୍ଲାର ୪୦ ବିଧାନସଭା ଆସନ ଲାଗି ହୋଇଥିଲା ଭୋଟଗ୍ରହଣ। ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖ ପ୍ରଥମ ପର୍ଯ୍ୟାୟରେ ୪୭, ଏପ୍ରିଲ ୧ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୩୯, ଏପ୍ରିଲ ୬ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୪୦ ଆସନ ଲାଗି ହୋଇଥିଲା ଭୋଟଗ୍ରହଣ। ସମସ୍ତ ପର୍ଯ୍ୟାୟର ଯଥାକ୍ରମେ ୭୯.୯୩, ୮୦.୯୬, ୮୨.୨୯ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି।
Also Read: Assembly Election 2021: ୫ ରାଜ୍ୟରେ ମତଦାନ ଜାରି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଏପ୍ରିଲ ୬ ତୃତୀୟ ପର୍ଯ୍ୟାୟରେ ୩ ଜିଲ୍ଲାର ୩୧ ସିଟ ଲାଗି ହୋଇଥିଲା ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ହାୱଡାର ୭, ହୁଗୁଳିର ୮, ଦକ୍ଷିଣ ୨୪ ପ୍ରଗଣାର ୧୬ଟି ବିଧାନସଭା ହୋଇଥିଲା ମତଦାନ। ଏହି ସମସ୍ତ ଆସନ ସମ୍ବେଦନଶୀଳ ହୋଇଥିବାରୁ ସେଠାରେ ୧୪୪ ଧାରା ଜାରି କରାଯିବା ସହ ସୁରକ୍ଷା ଲାଗି ୬୧୮ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା। ସର୍ବାଧିକ ୩୦୭ କମ୍ପାନୀ ସୁରକ୍ଷା ବଳ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ନିୟୋଜିତ କରାଯାଇଛି। ଏହି ପର୍ଯ୍ୟାୟରେ ୧୦୮୭୧ ଭୋଟ ଗ୍ରହଣ କେନ୍ଦ୍ରରେ ୭୮ ଲକ୍ଷ ୫୨ ହଜାର ୪୨୫ ମତଦାତା ମତଦାନ କରିଥିଲେ। ତୃତୀୟ ପର୍ଯ୍ୟାୟରେ ୭୭.୬୮ ପ୍ରତିଶତ ମତଦାନ ହୋଇଛି।
Also Raad: Assembly Election 2021: ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ
ମୋଟ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନ ୨୦୨୧ (Kerala Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଭୋଟଗ୍ରହଣ। ଏଥରର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ ୨.୭୪ କୋଟି ଭୋଟର। ଏଥରର ବିଧାନସଭା ନିର୍ବାଚନରେ ୭୦.୦୪ ପ୍ରତିଶତ ମତଦାନ ହୋଇଛି।
Also Read: Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା
ସେହିପରି ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ (Tamilnadu Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି ଭୋଟଗ୍ରହଣ। ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୩୯୯୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୬.୨୮ କୋଟି ମତାଦାତା। ଏଥର ରାଜ୍ୟ ବିଧାନସଭା ନିର୍ବାଚନରେ ୬୫.୧୧ ପ୍ରତିଶତ ମତଦାନ ହୋଇଛି।
Als Read: Assembly Elections 2021: ମତଦାନ ଜାରି; ଚାଲିଛି ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା
ମୋଟ ୩୦ ନିର୍ବାଚିତ ଆସନ ବିଶିଷ୍ଟ ପୁଦୁଚେରୀ ବିଧାନସଭା ନିର୍ବାଚନ ୨୦୨୧ (Puducherry Assembly Election 2021) ଲାଗି ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ହୋଇଛି ଭୋଟଗ୍ରହଣ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋଟ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୧୦ ଲକ୍ଷ ୪ ହଜାର ୧୯୭ ମତଦାତା। ଚଳିତ ଥରର ବିଧାନସଭା ନିର୍ବାଚନରେ ୭୮.୧୩ ପ୍ରତିଶତ ମତଦାନ ରେକର୍ଡ ହୋଇଛି।