WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି
Advertisement
Article Detail0/zeeodisha/odisha881768

WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି


ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚତୁର୍ଥ ପର୍ଯ୍ୟାୟରେ ଜାରି ରହିଛି ମତଦାନ।

WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ୪୪ ବିଧାନସଭା ଆସନରେ ହେଉଛି ମତଦାନ। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ହାୱଡା, ଦକ୍ଷିଣ ୨୪ ପ୍ରଗଣା, ଅଲ୍ଲୀପୁରଦ୍ୱାର, କୁଚବିହାର ଆଦି ଜିଲ୍ଲାରେ ଚାଲିଛି ଭୋଟଗ୍ରହଣ। ସକାଳ ୧୧ଟା ପର୍ଯ୍ୟନ୍ତ ୧୬.୫ ପ୍ରତିଶତ ମତଦାନ ହୋଇଛି।       

ପଶ୍ଚିମବଙ୍ଗ (West Bengal) କୁଚବିହାର ଜିଲ୍ଲାସ୍ଥିତ ସିତାଲକୁଚି ଠାରେ ରହିଥିବା ବୁଥ ଠାରେ ମୁହାଁମୁହିଁ ହୋଇଛନ୍ତି ଟିଏମସି- ବିଜେପି (TMC vs BJP) ସମର୍ଥକ। ଟିଏମସି ସମର୍ଥକଙ୍କ ଆକ୍ରମଣରେ ୩ ଜଣ ଦଳୀୟ ସମର୍ଥକ ଆହତ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଛି। ବୁଥ ନିକଟରେ ବୋମା ମାଡ କରିବା ସହ ଫାୟାରିଂ କରିଥିବା ନେଇ ଟିଏମସି କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି। 

Also Read: Assembly Elections 2021: ସରିଲା ମତଦାନ, ଏବେ ଫଳାଫଳକୁ ଅପେକ୍ଷା

 

ଅନ୍ୟପଟେ ଜିଲ୍ଲାର ଏକ ମତଦାନ କେନ୍ଦ୍ର ବାହାରେ କେତେକ ଅଜ୍ଞାତ ଲୋକ ଆନନ୍ଦ ବର୍ମନ ନାମକ ଜଣେ ଯୁବକକୁ ଗୁଳି ମାରି ହତ୍ୟା କରିଛନ୍ତି। ଏହାକୁ ନେଇ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉଭୟ ଟିଏମସି-ବିଜେପି ସାମ୍ନାସାମ୍ନି ହୋଇଛନ୍ତି।  ଏ ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି ମୃତକ ଯୁବକ ଜଣେ ପୋଲିଂ ଏଜେଣ୍ଟ ଥିଲା। ଗୁଳିକାଣ୍ଡ ଘଟଣାକୁ ନେଇ ଟିଏମସିକୁ ଦାୟୀ କରିଛି ବିଜେପି। ସିତାଲକୁଚିସ୍ଥିତ ପଠାନତୁଲି ଅଞ୍ଚଳରେ ରହିଥିବା ୮୫ ବୁଥ ନିକଚରେ ଏହି ହତ୍ୟାକାଣ୍ଡ ହୋଇଛି।       

ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ପଶ୍ଚିମବଙ୍ଗର ହୁଗୁଳି ଠାରେ ସ୍ଥାନୀୟ ଲୋକସଭା ସାଂସଦ (Hooghly Lok Sabha Seat) ଲକେଟ ଚାଟାର୍ଜୀଙ୍କ (Locket Chatterjee) ଉପରେ ଆକ୍ରମଣ ହୋଇଛି। ତାଙ୍କ ଉପରେ ଟିଏମସି କର୍ମକର୍ତ୍ତା ଆକ୍ରମଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସେ। ଏ ଘଟଣା ବାବଦରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛନ୍ତି ସେ। ନିଜ ନିର୍ବାଚନମଣ୍ଡଳୀରେ ଅଧିକ ମାତ୍ରାରେ ସୁରକ୍ଷା ବଳ ମୁତୟନ କରିବାକୁ ଦାବି କରିଛନ୍ତି ସେ।         

Also Read: Assembly Election 2021: ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ

 

ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ ୧ କୋଟି ୧୫ ଲକ୍ଷ ୮୧ ହଜାର ୨୨ ମତଦାତା ୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ହାୱାଡାର ୯, ଦକ୍ଷିଣ ୨୪ ପ୍ରଗଣାର ୧୧, ଅଲ୍ଲୀପୁରଦ୍ୱାରର ୫, କୁଚବିହାରର ୯, ହୁଗୁଳିର ୧୦ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି।      

Also Read: BJP ବିଧାୟକଙ୍କ ଗାଡିରୁ ମିଳିଲା EVM, ୪ ଅଧିକାରୀ ନିଲମ୍ବିତ

 

ଏହି ପର୍ଯ୍ୟାୟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ୩ ଜଣ ବିଜେପି ଲୋକସଭା ସାଂସଦଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା। ସେମାନେ ହେଉଛନ୍ତି ଆସନସୋଲ ସାଂସଦ (Asansol Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ (Babul Supriyo), ହୁଗୁଳି ସାଂସଦ ଲକେଟ ଚାଟାର୍ଜୀ, କୁଚବିହାର ସାଂସଦ (Cooch Behar Lok Sabha MP) ନୀତିଶ ପରମାଣିକ (Nisith Pramanik)।  

Also Read: TMC ନେତାଙ୍କ ଘର ବାହାରୁ ମିଳିଲା EVM, ୪ Sector Officer ନିଲମ୍ବିତ

ଏଥର ଆସନସୋଲ ଲୋକସଭା ଆସନ ଅଧିନସ୍ଥ ଟାଲିଗଞ୍ଜ ନିର୍ବାଚନମଣ୍ଡଳୀରୁ ବାବୁଲ ସୁପ୍ରିୟୋ, ହୁଗୁଳିର ଚୁଚୁଡା ନିର୍ବାଚନମଣ୍ଡଳୀରୁ ଲକେଟ ଚାଟାର୍ଜୀ, ଦିନହାଟା ନିର୍ବାଚନମଣ୍ଡଳୀରୁ ନୀତିଶ ପରମାଣିକ ପ୍ରମୁଖ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ଟିଏମସି ଛାଡି ବିଜେପି ହାତ ଧରିଥିବା ରାଜୀବ ବାନାର୍ଜୀ (Rajiv Banerjee) ଏବଂ ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତୀ ଚାଟାର୍ଜୀଙ୍କ (Srabanti Chatterjee) ଭାଗ୍ୟ ପରୀକ୍ଷା କରିବେ ଭୋଟର। ଉଭୟେ ଯଥାକ୍ରମେ ହୁଗୁଳି ଜିଲ୍ଲାର ଦୋମଜୁର ଏବଂ ବେହେଲା ପଶ୍ଚିମ ଆସନରୁ ନିର୍ବାଚନ ଲଢୁଛନ୍ତି।   

Also Read: WB Assembly Election 2021: EC-CAPF ସହ ମୁହାମୁହାଁ ହେଲେ Mamata Banerjee

ଅନ୍ୟପଟେ ଟିଏମସି ମହାସଚିବ ପାର୍ଥ ଚାଟାର୍ଜୀ (Partha Chatterjee) ଏବଂ ଅରୂପ ବିଶ୍ୱାସ (Aroop Biswas) ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଅରୂପ ବିଶ୍ୱାସ ଟାଲିଗଞ୍ଜ ଆସନରୁ ଏବଂ ପାର୍ଥ ଚାଟାର୍ଜୀ ବେହେଲା ପଶ୍ଚିମ ଆସନରୁ ନିର୍ବାଚନ ଲଢୁଛନ୍ତି।