Advertisement
Article Detail0/zeeodisha/odisha2208978
Zee OdishaOdisha PoliticsOdisha Election 2024: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆପ୍ ପକ୍ଷରୁ ପ୍ରାର୍ଥୀ ଘୋଷଣା

Odisha Election 2024: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆପ୍ ପକ୍ଷରୁ ପ୍ରାର୍ଥୀ ଘୋଷଣା

AAP Candidate for Odisha Election 2024: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି।

ଫଟୋ ସୌଜନ୍ୟ:@AAPOdisha
ଫଟୋ ସୌଜନ୍ୟ:@AAPOdisha

AAP Candidate for Odisha Assembly Election 2024: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ  ଘୋଷଣା କରିଛି ଆମ ଆଦମୀ ପାର୍ଟ (ଆପ୍)। ଅପ୍ରେଲ ୧୭ ତାରିଖ ବୁଧବାର ଦଳ ରାଜ୍ୟର ୩୭ ଆସନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳୀୟ ପ୍ରାର୍ଥୀ ଘୋଷଣା ସମ୍ପର୍କରେ ଆପ୍ ଓଡ଼ିଶା ଶାଖା ପକ୍ଷରୁ ଟ୍ୱିଟ କରି ଜଣାଇ ଦିଆଯାଇଛି।

ଦଳୀୟ ପ୍ରାର୍ଥୀ ଘୋଷଣା ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ ଆମ ଆଦମୀ ପାର୍ଟ ଜାତୀୟ ପ୍ରବକ୍ତା ତଥା ଆପ୍ ଓଡ଼ିଶା ଶାଖା ଆବାହକ ନିଶିକାନ୍ତ ମହାପାତ୍ର। ଏନେଇ ସେ କହିଥିଲେ ଯେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ। ଦେଶର ରାଜନୀତିରେ ସୃଷ୍ଟି ହୋଇଥିବା ବିରୋଧୀ ଶୂନ୍ୟ ପରିବେଶକୁ ଆପ୍ ଦୂର କରିବାକୁ ଚେଷ୍ଟା କରିବ। ଏଥିପାଇଁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି। 

ଆମ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଆହୁରି କହିଥିଲେ ଆପ୍ ପାଣି, ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ମୌଳିକ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କ ନିକଟକୁ ଯିବ। ଦଳ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ କରିବ। ରାଜ୍ୟରେ ଦଳ ଲୋକ ସଭା ନିର୍ବାଚନ ଲଢିବ ନାହିଁ ବୋଲି ସେ କହିଥିଲେ। କାରଣ ଇଣ୍ଡିଆ ମେଣ୍ଟକୁ ଆପ୍ ସମର୍ଥନ କରୁଛି। ଏହି କାରଣରୁ ଓଡିଶାରେ ଆପ୍  ଲୋକ ସଭା ନିର୍ବାଚନ ଲଢିବାକୁ ନେଇ ଗୁରୁତ୍ୱ ଦେଉନାହିଁ।

Add Zee News as a Preferred Source

 

About the Author