Bharat Jodo Yatra: ଦଳୀୟ ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ ଏବଂ ପ୍ରିୟାଙ୍କ ଗାନ୍ଧୀ
Advertisement
Article Detail0/zeeodisha/odisha1378798

Bharat Jodo Yatra: ଦଳୀୟ ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ ଏବଂ ପ୍ରିୟାଙ୍କ ଗାନ୍ଧୀ

Gandhi Family: ଏହା ପ୍ରଥମ ଥର ହେବ ଯେ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ  ଗତ ୭ ସେପ୍ଟେମ୍ବରରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡା ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବେ। ତାମିଲନାଡୁ, କେରଳ ଦେଇ ଏହି ଯାତ୍ରା ୨୧ ଦିନରେ ୫୧୧ କିଲୋମିଟର ଦୂରତା ଅତିକ୍ରମ କରିବ।

Bharat Jodo Yatra: ଦଳୀୟ ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ ଏବଂ ପ୍ରିୟାଙ୍କ ଗାନ୍ଧୀ

Sonia Gandhi Priyanka Gandhi: ଗତ ସେପ୍ଟମ୍ବର ୭ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଭାରତ ଯୋଡ଼ ଯାତ୍ରା। ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଅକ୍ଟୋବର ୩ ତାରିଖ ସୋମବାର ୨୬ ଦିନ ପୂରଣ ହୋଇଛି। ସୋମବାର ଏହି ଯାତ୍ରା ତାମିଲନାଡ଼ୁ ଏବଂ କେରଳ ଦେଇ କର୍ଣ୍ଣାଟକରେ ପହଞ୍ଚିଛି। ଏନେଇ ଦଳ ପକ୍ଷରୁ କୁହାଯାଇଛ ଭାରତୀୟ ରାଜନୀତି ଲାଗି ଏହି ଯାତ୍ରା ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ଏବଂ ଦଳର ନବୀକରଣ ପାଇଁ ଏକ ନିର୍ଣ୍ଣାୟକ ସୁଯୋଗ।

କଂଗ୍ରେସ (Congress) ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରାକୁ (Bharat Jodo Yatra) ନେଇ ଆସିଛି ଏକ ବଡ଼ ଖବର। ଦଳର ଏହି ପଦଯାତ୍ରାକୁ ଏକାକୀ ଆଗେଇ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ (Rahul Gnadhi) ଖୁବ୍ ଶୀଘ୍ର ତାଙ୍କ ମାଆ ସୋନିଆ ଗାନ୍ଧୀ (Sonia Gandhi) ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ (Priyanka Gandhi) ସମର୍ଥନ ମିଳିବାକୁ ଯାଉଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅକ୍ଟୋବର ୬ ତାରିଖରେ କର୍ଣ୍ଣାଟକ ମାଣ୍ଡ୍ୟ ଜିଲ୍ଲାରେ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଦ ଯାତ୍ରାରେ ସାମିଲ ହେବେ। ସୂତ୍ରରୁ ମିଳିଥିବା ଖବର ଅନୁସାରେ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଯାତ୍ରାରେ ଯୋଗଦେବେ।

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ କଂଗ୍ରେସ ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନକୁ ପୁଣି ଥରେ ଜୀବନ୍ତ ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି।

ଭାରତ ଯୋଡ ଯାତ୍ରାରେ ଯୋଗ ଦେବା ଲାଗି ସୋନିଆ ଗାନ୍ଧୀ ସୋମବାର ଅପରାହ୍ନରେ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରି ରାଜ୍ୟର ମହୀଶୂର ଜିଲ୍ଲାରେ ପହଞ୍ଚିବେ। ଏହି ଯାତ୍ରାରେ ଯୋଗଦେବା ପୂର୍ବରୁ ସୋନିଆ ଗାନ୍ଧୀ ୨ ଦିନ ଧରି କୋଡାଗୁ ଜିଲ୍ଲାର ମଦିକେରୀ ସହର ଠାରେ ଅବସ୍ଥାନ କରିବେ। ସୋନିଆ ଗାନ୍ଧୀଙ୍କ ଯୋଗଦାନର ଗୋଟିଏ ଦିନ ପରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଯୋତ୍ରାରେ ଯୋଗଦେବେ ବୋଲି ଖବର ମିଳିଛି।

Also Read: Congress: ରାହୁଲ ଗାନ୍ଧୀ ସମ୍ଭାଳିବେ ଦଳର ମଙ୍ଗ! ୧୦ ବର୍ଷର ବନବାସ ପରେ କ୍ଷମତାକୁ ଫେରିବ କଂଗ୍ରେସ?

ସୂତ୍ରରୁ ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ। ହେସେ ସେ ପ୍ରଥମ ଯାତ୍ରାରେ ଯୋଗଦେବେ ବୋଲି ଆଶା କରାଯାଉଥିଲା। ହେଲେ କୌଣସି କାରଣରୁ ପ୍ରିୟଙ୍କା ଗାନ୍ଧୀ ଦଳର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ। ଏହା ପ୍ରଥମ ଥର ହେବ ଯେ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ  ଗତ ୭ ସେପ୍ଟେମ୍ବରରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡା ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବେ। ତାମିଲନାଡୁ, କେରଳ ଦେଇ ଏହି ଯାତ୍ରା ୨୧ ଦିନରେ ୫୧୧ କିଲୋମିଟର ଦୂରତା ଅତିକ୍ରମ କରିବ।

ଏହି ସମୟରେ ମହୀଶୂର ଠାରେ ଚାଲିଥିବା ଭାରତ ଯୋଡ଼ ଯାତ୍ରା ସମୟରେ  ପ୍ରବଳ ବର୍ଷା ମଧ୍ୟରେ କଂଗ୍ରେସ ନେତା ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏନେଇ ଟ୍ୱଟ୍ କରି ସେ କହିଛନ୍ତି ଯେ ଦେଶକୁ ଏକଜୁଟ କରିବାରେ ଆମକୁ କେହି ଅଟକାଇ ପାରିବେ ନାହିଁ। ଆମକୁ ଦେଶର ସ୍ୱର ଉତ୍ତୋଳନ କରିବାରେ କେହି ଅଟକାଇ ପାରିବେ ନାହିଁ। କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଯିବାକୁ ଥିବା ଭାରତ ଯୋଡ ଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ।