Assembly Election 2023: ବିଧାନସଭା ନିର୍ବାଚନ ପାଇଁ ଏଆଇଏମଆଇଏମ; କେଉଁ ରାଜ୍ୟରୁ କେତେ ଆସନରେ ଲଢିବ ଦଳ?
Advertisement
Article Detail0/zeeodisha/odisha1943260

Assembly Election 2023: ବିଧାନସଭା ନିର୍ବାଚନ ପାଇଁ ଏଆଇଏମଆଇଏମ; କେଉଁ ରାଜ୍ୟରୁ କେତେ ଆସନରେ ଲଢିବ ଦଳ?

AIMIM declares candidates for Assembly Election 2023: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଲାଗି  ଏଆଇଏମଆଇଏମ ଅଧ୍ୟକ୍ଷ ୩ ରାଜ୍ୟ ଲାଗି ପ୍ରାର୍ଥୀ ଘୋଷଣା କରିଛି।

 

Assembly Election 2023: ବିଧାନସଭା ନିର୍ବାଚନ ପାଇଁ ଏଆଇଏମଆଇଏମ; କେଉଁ ରାଜ୍ୟରୁ କେତେ ଆସନରେ ଲଢିବ ଦଳ?

AIMIM announces candidates for Assembly Election 2023: ଚଳିତ ବର୍ଷ ଦେଶର ୫ ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରମ ଠାରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ।  ଏହି ୫ ରାଜ୍ୟ ମଧ୍ୟରୁ ୩ ରାଜ୍ୟରେ ଅନୁଷ୍ଠିତ ହେଉଥିବ ବିଧାନସଭା ନିର୍ବାଚନ ଲାଗି ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମନ୍ ପକ୍ଷରୁ କରାଯାଇଛି ପ୍ରାର୍ଥୀ ଘୋଷଣା। ଦଳୀୟ ପ୍ରାର୍ଥୀ ଘୋଷଣା ସମ୍ପର୍କରେ ଏଆଇଏମଆଇଏମ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି ଜଣାଇଛନ୍ତି।

ଏନେଇ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି (AIMIM President Asaduddin Owaisi) କହିଛନ୍ତି ଯେ ତାଙ୍କ ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ (Telangana Assembly ଆlection 2023) ରାଜ୍ୟର ୯ ଆସନରେ ପ୍ରତିଦ୍ୱଦ୍ୱିତା କରିବ। ନଭେମ୍ବର ୩ ତାରିଖ ଶୁକ୍ରବାର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ଅବସରରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ହାଇଦ୍ରାବାଦ ସାଂସଦ (Hyderabad Lok Sabha AIMIM MP)। ଏନେଇ ଏଆଇଏମଆଇଏମ ସାଂସଦ କହିଛନ୍ତି ଯେ ଏଥର ତାଙ୍କ ଦଳ ପ୍ରତିନିଧିତ୍ୱ କରୁଥିବା ୭ ସିଟ୍ ବ୍ୟତୀତ ରାଜେନ୍ଦ୍ରନଗର ଏବଂ ଜୁବୁଲି ହିଲ୍ସ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅସାଦୁଦ୍ଦିନ ଓୱେସିଙ୍କ ସାନଭାଇ ଆକବରୁଦ୍ଦିନ ଓୱେସି ତାଙ୍କର ପାରମ୍ପରିକ ଚନ୍ଦ୍ରୟନଗୁଟା ଆସନରୁ ପ୍ରତିଦ୍ୱନଦ୍ୱିତା କରିବେ। ଗତ ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଯାହା ମଧ୍ୟରୁ ଦଳ ୭ ଆସନ ଜିତିବାରେ ସଫଳ ହୋଇଥିଲା।

ତେଲେଙ୍ଗାନା ବ୍ୟତୀତ ଏଆଇଏମଆଇଏମ ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ (Rajasthan Assembly Election 2023) ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ରାଜ୍ୟର ୫ ଆସନରେ ନିର୍ବାଚନ ଲଢିବ। ପଙ୍ଖୀଲାଲ ମୀଣା ଗଙ୍ଗାପୁର ସିଟି, ଆସିଫ୍ ଖାନ୍ କାୟମଖାନୀ ଲାଡନୁ, ଜାକିର ହୁସୈନ ଗୌରୀ ପାଲି, ୟୁନୁସ ଦେସୱାଲି କୋଟା ଉତ୍ତର, ଜାଫର ଅହମ୍ମଦ ସୱାଇ ମାଧୋପୁର ଆସନରୁ ଏଆଇଏମଆଇଏମ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। 

ତେଲେଙ୍ଗାନା ଏବଂ ରାଜସ୍ଥାନ ବ୍ୟତୀତ ଏଆଇଏମଆଇଏମ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ (Madhya Pradesh Assembly Election 2023) ଲାଗି ପ୍ରାର୍ଥୀ ଘୋଷଣା କରିଛି। ଦଳ ରାଜ୍ୟର ଆସନରେ ନିର୍ବାଚନ ଲଢିବ। ନଫିସ ମଂଶା ଖାନ୍ ବୁରହାନପୁର, ଗଜେନ୍ଦ୍ର ସୋନାକର ଜବଲପୁର ଆସନରୁ ଏଆଇଏମଆଇଏମ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଚଳିତ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରମ ଆଦି ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବଚନ ପାଇଁ ହୋଇସାରିଛି କାର୍ଯ୍ୟସୂଚୀ ଘୋଷଣା। ମୋଟ ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ୧୭ ନଭେମ୍ବର, ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ନଭେମ୍ବର ୨୫,  ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ନଭେମ୍ବର ୩୦, ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ନଭମ୍ବର ୭ ଏବଂ ୧୭, ୪୦ ଆସନ ବିଶିଷ୍ଟ ମିଜୋରାମରେ ନଭମ୍ବର ୭ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।