UP Elections 2022: ମେଣ୍ଟ ପରେ SP-PSP ମଧ୍ୟରେ ହୋଇପାରୁନାହିଁ ଆସନ ବଣ୍ଟନ
Advertisement
Article Detail0/zeeodisha/odisha1052805

UP Elections 2022: ମେଣ୍ଟ ପରେ SP-PSP ମଧ୍ୟରେ ହୋଇପାରୁନାହିଁ ଆସନ ବଣ୍ଟନ

ଯଦିଓ ଆଗାମୀ ବିଧାନସଭା ନିର୍ବାଚନ ଲାଗି ଏସପି ସହ ପିଏସପି ମଧ୍ୟରେ ମେଣ୍ଟ ହୋଇଛି ହେଲେ ଦୁଇ ଆସନ ବୁଝାମଣାକୁ ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। 

UP Elections 2022: ମେଣ୍ଟ ପରେ SP-PSP ମଧ୍ୟରେ ହୋଇପାରୁନାହିଁ ଆସନ ବଣ୍ଟନ

ଲକ୍ଷ୍ନୌ:  ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ପ୍ରଗତିଶୀଳ ସମାଜବାଦୀ ପାର୍ଟି। ଗଠବନ୍ଧନ କରିବାକୁ  ନେଇ  ପୁତୁରା ଅଖିଲେଶ ଯାଦବଙ୍କୁ ଚାଚା ଶିବପାଲ ଯାଦବ ଗତ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ଭେଟିଥିଲେ। ଏହା ପରେ ୨ ଦଳ ମଧ୍ୟରେ ମେଣ୍ଟ କରିବା ନେଇ ହୋଇଥିଲା ଘୋଷଣା।

ଯଦିଓ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଲାଗି ସମାଜବାଦୀ ପାର୍ଟି (Samajwadi Party) ଏସପି (SP) ସହ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି (PSP) ମଧ୍ୟରେ ମେଣ୍ଟ ହୋଇଛି ହେଲେ ଦୁଇ ଆସନ ବୁଝାମଣାକୁ ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। ଏସପି ସହ ଦଳକୁ ବିଲୟ କରିବା ପାଇଁ ରାଜିଥିବା କହି ସାରିଛନ୍ତି ପିଏସପି ସୁପ୍ରିମୋ ଶିବପାଲ ଯାଦବ (PSP Supremo Shivpal Yadav)। 

ପିଏସପି ଭାଗରେ କେତେ ଆସନ ପଡିବ ତାହାକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପୁଅ ଅଙ୍କୁର ଯାଦବଙ୍କୁ ଟିକେଟ ମିଳିବ ନାହିଁ ବୋଲି ଚାଚା ଶିବପାଲ ଯାଦବଙ୍କ ଉଦ୍ଦେଶ୍ୟରେ କହିଥିଲେ ପୁତୁରା ତଥା ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav)। ଯଦି ରାଜ୍ୟରେ ସମାଜବାଦୀ ସରକାର (Samajwadi Govt in UP) ଗଠନ ହୁଏ ତାହେଲେ ତାଙ୍କୁ କୌଣସି ସରକାରୀ ପଦ ପଦବୀ ଦିଆଯିବ ବୋଲି ପିଏସପି ଉଦ୍ଦେଶ୍ୟରେ କହିଛି ଏସପି। 

Also Read: UP Poll 2022: ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ପ୍ରଗତିଶୀଳ ସମାଜବାଦୀ ପାର୍ଟି

 

ଦଳର  କେତେ ଜଣ ନେତାଙ୍କୁ ଟିକେଟ ମିଳିବ ସେନେଇ ଚାଚା ଶିବପାଲ ଯାଦବ ପୁତୁରା ଅଖିଲେଶ ଯାଦବଙ୍କ ପାଖକୁ ପଠାଇଛନ୍ତି ଏକ ଲମ୍ବା ତାଲିକା। ଆଉ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଚାଚାଙ୍କୁ ପୁତୁରା ତିନୋଟି କିମ୍ବା ଚାରୋଟି ଆସନ ଛାଡିବା ପାଇଁ ପ୍ରସ୍ତୁତ ଅଛନ୍ତି। 

ସମାଜବାଦ ପାର୍ଟି ସହ ମେଣ୍ଟ ଗଠନ କରିବାକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ଚାଚା ଚାଚା ଶିବପାଲ ଯାଦବ କହିଥିଲେ ଯଦି ଦଳ ପକ୍ଷରୁ ଦାବି କରାଯାଇଥିବା ଆବଶ୍ୟକୀୟ ସଂଖ୍ୟକ ଆସନ ପ୍ରଦାନ କରାଯାଏ ତାହେଲେ ଆମେ ଗଠବନ୍ଧନ କରିବାକୁ ପ୍ରସ୍ତୁତ ଅଛୁ। ହେଲେ ଏବେ ଦେଖିବାକୁ ଚାଚାଙ୍କ ଦାବିକୁ ପୂରଣ କରିବା ପାଇଁ କ'ଣ ନେଉଛନ୍ତି ପୁତୁରା ଅଖିଲେଶ ଯାଦବ।