Work Prohibited After Sunset: ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କିଛି କାମ କରିବାକୁ ନିଷେଧ କରାଯାଇଛି। କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ।
Trending Photos
ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କିଛି କାମ କରିବାକୁ ନିଷେଧ କରାଯାଇଛି। କୁହାଯାଏ ଯେ ଏହା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ। ଏହା ବ୍ୟତୀତ ଆପଣଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କେଉଁ କାମ କରିବାରୁ ଦୂରେଇ ରଖିବା ଆବଶ୍ୟକ।
୧. କେଶ, ଦାଢ଼ ଏବଂ ନଖ କାଟିବା
ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ କେଶ, ନଖ ଏବଂ ଦାଢ଼ି କାଟିବା ନିଷେଧ କରାଯାଇଛି। ବାସ୍ତୁ ଅନୁସାରେ ଏହା ବ୍ୟକ୍ତିଙ୍କ ଉପରେ ଋଣ ବୋଝ ଆଣିପାରେ। ଏପରି ପରିସ୍ଥିତିରେ ଅର୍ଥର ଅଭାବ ହୋଇପାରେ।
୨. ଅନ୍ତିମ ସଂସ୍କାର
ଗରୁଡ ପୁରାଣ ଅନୁସାରେ, ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରିବା ନିଷେଧ କରାଯାଇଛି। ମନେ କରାଯାଏ ଯେ ଏହି ସମୟରେ ଅନ୍ତିମ ସଂସ୍କାର କରିବାରୁ ମୃତ ବ୍ୟକ୍ତିଙ୍କୁ ପରଲୋକରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏହା ବ୍ୟତୀତ ପରବର୍ତ୍ତୀ ଜନ୍ମରେ ସେମାନଙ୍କର ଶରୀରର କୌଣସି ଅଙ୍ଗରେ ତ୍ରୁଟି ରହିପାରେ। ତେଣୁ ସୂର୍ଯ୍ୟ ଅସ୍ତ ହେବା ପରେ ଶବଦାହ କରିବା ଉଚିତ ନୁହେଁ।
୩. ଗଛ ଲତାକୁ ପାଣି ଦେବା କିମ୍ବା ପତ୍ର ଭାଙ୍ଗିବା
ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଗଛ ଲତାକୁ ଜଳ ଦେବା ଓ ପତ୍ର କାଟିବା ଠାରୁ ଦୂରେଇ ରହିବା ଉଚିତ୍। କୁହାଯାଏ ସନ୍ଧ୍ୟା ସମୟରେ ଗଛ ଲତା ଶୋଇବାକୁ ଯାଆନ୍ତି। ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ କୌଣସି ଗଛରେ ହାତ ଲଗାଇବା ଉଚିତ୍ ନୁହେଁ।
୪. ସ୍ନାନ କରିବା
ଅନେକ ଲୋକଙ୍କର ସକାଳ ଏବଂ ସନ୍ଧ୍ୟାରେ ଦୁଇଥର ଗାଧୋଇବାର ଅଭ୍ୟାସ ଅଛି। ହେଲେ ଏପରି କରିବା ଉଚିତ୍ ନୁହେଁ। ଏହା ଜୀବନରେ ଦୁର୍ଭାଗ୍ୟ ଆଣିପାରେ। ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସନ୍ଧ୍ୟାରେ ଗାଧୋଉଛନ୍ତି, ତାହେଲେ କପାଳରେ ତିଲକ ଲଗାଇବା ଉଚିତ୍ ନୁହେଁ।
୫. ଦହିର ସେବନ
ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଦହି ଖାଇବା ନିଷେଧ କରାଯାଇଛି। ବାସ୍ତବରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଏହା ସହିତ ସୂର୍ଯ୍ୟାସ୍ତ ପରେ କାହାକୁ ଦହି ଦେବା ଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ।