MP Politics: ବିରିୟାନୀ ଭରସାରେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ
Advertisement
Article Detail0/zeeodisha/odisha1410641

MP Politics: ବିରିୟାନୀ ଭରସାରେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

AIMIM:  ଦଳ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଏଆଇଏମଆଇଏମ ପକ୍ଷରୁ ଏକ ନିଆରା ଅଭିଯାନ ଆରମ୍ଭ କରାଯାଇଛି।    

 MP Politics: ବିରିୟାନୀ ଭରସାରେ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

AIMIM Chief Asaduddin Owaisi: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଚର୍ଚ୍ଚାରେ ରହିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ। ମାତ୍ର ଅନ୍ୟ ଏକ କାରଣ ପାଇଁ ତାଙ୍କ ଦଳ ଚର୍ଚ୍ଚାକୁ ଆସିଛି। ଯାହା କଂଗ୍ରେସ ଲାଗି ସମସ୍ୟା ବଢାଇପାରେ। ଗୁଜୁରାଟ ବିଧାନସଭା ନିର୍ବାଚନ ଶେଷ ହୋଇନଥିବା ବେଳେ ଏବେ ମଧ୍ୟପ୍ରଦେଶକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ଗଲାଣି ପ୍ରସ୍ତୁତି। 

ଚଳିତ ବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେଉଛି ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) । ଏହାର ଠିକ ବର୍ଷକ ପରେ ହେବାକୁ ଯାଉଛି ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ (Madhya Pradesh Assembly Election 2023) । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହିକ୍ରମର ଆସାଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ (AIMIM Chief Asaduddin Owaisi) ଏହାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଦେଶ ରାଜନୀତିରେ ଦଳର ଶକ୍ତି ବୃଦ୍ଧି ପାଇଁ ଏଆଇଏମଆଇଏମ ପକ୍ଷରୁ ଏକ ନିଆରା ଅଭିଯାନ ଆରମ୍ଭ କରାଯାଇଛି। ଦଳ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ବିରିୟାନି ଫେଷ୍ଟ (AIMIM Biryani Party)  ନାମରେ ଏକ କାର୍ଯ୍ୟକ୍ରମ ରାଜଧାନୀ ଭୋପାଳ ଠାରେ ଆୟୋଜନ କରୁଛି। 

ଏଆଇଏମଆଇଏମ ନେତା ଦାବି କରିଛନ୍ତି ଯେ ଦଳ ଏ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶରେ ଏକ ଲକ୍ଷରୁ ଦଳୀୟ କର୍ମକର୍ତ୍ତା ସୃଷ୍ଟି କରିଛି। ନରେଲା ଆସନରୁ ଆସିଥିବା ଦଳର ନେତା ତଥା ଟିକେଟ ଆଶାୟୀ ପୀରଜାଦା ତୌକିର ନିଜାମି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି। ଅତିଥି ଦେବ ଭବ ଆଧାରରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦଳର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକେ ସୁସ୍ୱାଦୁ ବିରିୟାନୀ ଉପଭୋଗ କରୁଛନ୍ତି। 

Also Read: MP Urban Body Election 2022: ବାଜି ମାରିନେଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

ଏଆଇଏମଆଇଏମ ଦାବି କରିଛି ଯେ ନରେଲା ଆସନରେ ୨୫ ହଜାରରୁ ଅଧିକ ଲୋକ ଦଳ ସହ ଯୋଡ଼ି ହୋଇଛନ୍ତି। ଭୋପାଳ ଜିଲ୍ଲାର ନରେଲା ଆସନରେ ପ୍ରାୟ ୪୦ ପ୍ରତିଶତ ଲୋକ ହେଉଛନ୍ତି ମୁସଲିମ ସମ୍ପ୍ରଦାୟର। ଏହି ଆସନର ପ୍ରାୟ ୨୫ ହଜାର ଲୋକ ଦଳରେ ଯୋଗ ଦେଇଛନ୍ତି। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ ପୂର୍ବରୁ ଦଳ ୧୦ ଲକ୍ଷରୁ ଅଧିକ ସଦସ୍ୟ ଯୋଗାଡ଼ କରିବାକୁ ଲକ୍ଷ୍ୟ  ଧାର୍ଯ୍ୟ କରିଛି। ଲୋକେ ଅସାଦୁଦ୍ଦିନ ଓୱେସିଙ୍କ ସହିତ ଉତ୍ସାହର ସହ ଆସୁଛନ୍ତି। ନରେଲା ଆସନରେ ଲୋକଙ୍କୁ ଦଳ ସହ  ଯୋଡ଼ିବା ପାଇଁ ଆମେ ବିରିୟାନୀ ଭୋଜି ଆୟୋଜନ କରିଛୁ। ଦେଶରେ ଓୱେସି ପରେ ହାଇଦ୍ରାବାଦ ବିରିୟାନୀ ବହୁତ ପ୍ରସିଦ୍ଧ ବୋଲି କହିଛନ୍ତି ଏଆଇଏମଆଇଏମ ନେତା ନିଜାମୀ।

ଚଳିତ ବର୍ଷ ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନରେ ଆଖିଦୃଶିଆ ସଫଳତା ପାଇଛି ଏଆଇଏମଆଇଏମ। ଏହି ନିର୍ବାଚନରେ ଦଳ ପାଇଥିବା ସଫଳତାକୁ ନେଇ ଉତ୍ସାହିତ ଅଛନ୍ତି ଏଆଇଏମଆଇଏମ କର୍ମକର୍ତ୍ତା। ଅନ୍ୟପଟେ କଂଗ୍ରେସରେ ବିବାଦ ବଢିବାରେ ଲାଗିଛି। ପୌର ନିର୍ବାଚନରେ ​​ଅସାଦୁଦ୍ଦିନ ଓୱେସୀଙ୍କ ଦଳ କାରଣରୁ କଂଗ୍ରେସ ବଡ଼ ଧରଣର କ୍ଷତି କରିଛି। ଆସନ୍ତା ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ୫୦ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି ଏଆଇଏମଆଇଏମ। ଭୋପାଳ, ଇନ୍ଦୋର, ଜବଲପୁର, ଖଣ୍ଡୱା, ଖାରଗୋନ ଏବଂ ବୁରହାନପୁର ଜିଲ୍ଲାରେ ଏଆଇଏମଆଇଏମ କର୍ମକର୍ତ୍ତା ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି।

Also Read: MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

ଚଳିତ ବର୍ଷ ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନରେ ଏଆଇଏମଆଇଏମ ୭ ଆସନ ପାଇଛି। ଦଳର ପ୍ରାୟ ୭ ଜଣ କାଉନସିଲର ଖଣ୍ଡୱା, ବୁରହାନପୁର ସମେତ ଅନ୍ୟ ପୌର ପରିଷଦକୁ ନିର୍ବାଚିତ ହୋଇଛନ୍ତି। ଦଳ ବୁରହାନପୁର ନଗର ନିଗମରେ କଂଗ୍ରେସକୁ ମାତ ଦେବାରେ ସକ୍ଷମ ହୋଇଛି। ବୁରହାନପୁର ମେୟର ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ମାଧୁରୀ ପଟେଲ କଂଗ୍ରେସ ପ୍ରାର୍ଥୀ ଶାହନାଜ ଇସ୍ମାଇଲ ଆଲାମଙ୍କୁ ୧ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ କଂଗ୍ରେସର ପରାଜୟର ପଛରେ  ଏଆଇଏମଆଇଏମ ଅନେକାଂଶରେ ଦାୟୀ ବୋଲି କୁହାଯାଉଛି। ଏହି କାରଣରୁ କଂଗ୍ରେସ-ଏଆଇଏମଆଇଏମ ମଧ୍ୟରେ ଭୋଟ ବ୍ୟାଙ୍କ ପାଇଁ ଛକାପଞ୍ଝା ଜାରି ରହିଛି।