ଲକ୍ଷ୍ନୌ: ୨୦୨୨ ଉତ୍ତର ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି। ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏପରିକି ଗୋଟିଏ ଦଳକୁ ଅନ୍ୟ ଦଳର ଏଜେଣ୍ଟ ବେଲି କହିବାକୁ ପଛାଇନାହାଁନ୍ତି। 


COMMERCIAL BREAK
SCROLL TO CONTINUE READING

ବିଏସପି ପ୍ରବକ୍ତା ଏମ.ଏଚ ଖାନ (BSP Spokesperson MH Khan) ଏଆଇଏମଆଇଏମ ପ୍ରବକ୍ତା ୱାରିସ ପଠାନଙ୍କ (AIMIM Spokesperson Waris Pathan) ଉଦ୍ଦେଶ୍ୟରେ କହିଛନ୍ତି ଆରଏସଏସ ଏଜେଣ୍ଡା (RSS Agenda) ଅନୁସାରେ କାମ କରୁଛନ୍ତି ଅସାଦୁଦ୍ଦିନ ଓୱେସୀ (Asaduddin Owaisi)। ଯଦି ସେମାନଙ୍କ ପାଖେ ତାକତ ଅଛି ତାହେଲେ ସେମାନେ ରାଜ୍ୟର ସମସ୍ତ ୪୦୩ ବିଧାନସଭା ଆସନରେ ନିର୍ବାଚନ ଲଢନ୍ତୁ। ୨୦୨୨ ଉତ୍ତର ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟରେ କେବଳ ୧୦୦ ଆସନରେ  ନିର୍ବାଚନ ଲଢୁଛି। ଏଆଇଏମଆଇଏମ କାହିଁକି ରାଜ୍ୟର ସବୁ ଆସନରେ ନିର୍ବାଚନ ଲଢୁନାହିଁ ବୋଲି ପ୍ରଶ୍ନ କରିଛି ବିଏସପି। 


Also Read: ସଂଘ ମୁଖ୍ୟଙ୍କ ବୟାନକୁ ନେଇ ସରଗରମ ରାଜନୀତି; ଏପରି ଜବାବ ଦେଲେ ବିରୋଧି


ଏଆଇଏମଆଇଏମ ବିରୁଦ୍ଧରେ ଅଭିଯୋଗ ଆଣି ବିଏସପି ପକ୍ଷରୁ କୁହାଯାଇଛି ସେମାନେ ନାଗପୁର ଠାରେ ଲେଖାଯାଉଥିବା କାହାଣୀ ଆଧାରରେ କାମ କରୁଛନ୍ତି। ଆଉ ଏହି କାମରେ ବିଜେପି ମଧ୍ୟ ଜଡି଼ତ ରହିଛି। ଏଆଇଏମଆଇଏମ କେବେ ହେଲେ ବେରୋଜଗାରୀ କିମ୍ବା ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଉନାହିଁ। ସେମାନେ ସବୁ ବେଳେ ଧର୍ମ କଥା କହୁଛନ୍ତି।  


ବିଏସପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ବିଜେପି ନେତା ପ୍ରେମ ଶୁକ୍ଳା (BJP Leader Prem Shukla) କହିଛନ୍ତି ସାମ୍ପ୍ରଦାୟିକତା କାହାଣୀ ଆମେ ଲେଖୁଥିବା ନେଇ ଅଭିଯୋଗ ହେଉଛି। ହେଲେ ଧଳା ଦାଢି ଏବଂ ବିନା ଦାଢି ବିନା ମୁସଲମାନଙ୍କ ମଧ୍ୟରେ କିଏ ପାର୍ଥକ୍ୟ କରୁଛି? ଏହା ଉପରେ ବିଏସପି ମୁଖପାତ୍ର କହିଛନ୍ତି ନରେନ୍ଦ୍ର ମୋଦିଙ୍କୁ ଚାଚା ଭାବେ ଆପଣ ଦେଖାନ୍ତୁ। ଏହା ଉପରେ ଥଟ୍ଟା କରି କହିଥିଲେ ଚାଚାଜାନ୍ ଏମଏଚ ଖାନ ଏତେ ମାତ୍ରାରେ ଉତ୍ସାହିତ ହୁଅନ୍ତୁ ନାହିଁ। 


Also Read: ଦେଶଭକ୍ତିକୁ ନେଇ ଓୱେସୀ-ଭାଗବତ ମୁହାଁମୁହିଁ


ଏହା ସହିତ ବିଜେପି  ନେତା କହିଛନ୍ତି ଦିନ ଥିଲା ଯେତେବେଳେ ବିଏସପି କହୁଥିଲା କଂଗ୍ରେସ ହେଉଛି ବିଜେପି ଏଜେଣ୍ଟ। ହେଲେ ଏପରି ସମୟ ଆସିଲା ଯେତେବେଳେ ଉଭୟ କଂଗ୍ରେସ ଏବଂ ବିଏସପି ଭଳି ଦଳକୁ ସମାଜବାଦୀ ପାର୍ଟି ହାତ ଧରିବାକୁ ପଡି଼ଥିଲା।


Also Read: କଂଗ୍ରେସ ଶାସନ କାଳରେ ଆଶିଂକ ମୁସଲିମ ରାଷ୍ଟ୍ର ଥିଲା ଭାରତ: ବିଜେପି ସାଂସଦ


ବିଏସପି ପ୍ରବକ୍ତାଙ୍କୁ ଜବାବ ଦେଇ ଏଆଇଏମଆଇଏମ ମୁଖପାତ୍ର ୱାରିସ ପଠାନ କହିଛନ୍ତି ମାୟାବତୀ ଅନେକ ଥର ବିଜେପି ସହ କ୍ଷମତା ରହିଛନ୍ତି। ନିର୍ବାଚନ ରାଲିରେ ସେ ବିଜେପି ସମୟର ଅଚ୍ଛେଦିନକୁ ଗଣନା କରି ଭୋଟ୍ ମାଗିଛନ୍ତି। ଏଆଇଏମଆଇଏମ ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବେଶ କରିବା ହେତୁ ଅନ୍ୟ ରାଜନୈତିକ ଦଳ ଏହାକୁ ନେଇ ଚିନ୍ତିତ ହୋଇପଡି଼ଛନ୍ତି।