Congress Leaders Resignation: ଦଳରେ ଥମୁ ନାହିଁ ଇସ୍ତଫାର ସୁଅ, ଦଳ ଛାଡିଲେ ରାଜ୍ୟ ମହାସଚିବ
Advertisement
Article Detail0/zeeodisha/odisha1348646

Congress Leaders Resignation: ଦଳରେ ଥମୁ ନାହିଁ ଇସ୍ତଫାର ସୁଅ, ଦଳ ଛାଡିଲେ ରାଜ୍ୟ ମହାସଚିବ

Assam Congress Unit:  କଂଗ୍ରେସ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣି  କମରୁଲ ଇସଲାମ ଚୌଧୁରୀ କହିଛନ୍ତି ଯେ, ସେମାନଙ୍କ ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଯେଉଁମାନେ ନିକଟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି।

Congress Leaders Resignation: ଦଳରେ ଥମୁ ନାହିଁ ଇସ୍ତଫାର ସୁଅ, ଦଳ ଛାଡିଲେ ରାଜ୍ୟ ମହାସଚିବ

Assam Congress Committee: କଂଗ୍ରେସ ଦଳରେ ଥମୁ ନାହିଁ ଇସ୍ତଫାର ସୁଅ। ଦଳ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ କଂଗ୍ରେସ ନେତା। ସଦ୍ୟ ଦଳ ଛାଡିବା ନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ଆସାମ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କମରୁଲ ଇସଲାମ ଚୌଧୁରୀ। ସେପ୍ଟମ୍ବର ୧୧ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି ସେ। ଆସାମ କଂଗ୍ରେସ ନେତୃତ୍ୱକୁ ଦିଗହୀନ ଏବଂ ଦ୍ୱନ୍ଦ୍ୱପୂର୍ଣ୍ଣ ବୋଲି କହିଛନ୍ତି କମରୁଲ ଇସଲାମ ଚୌଧୁରୀ। ଦଳର ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସେ ତାଙ୍କ ଇସ୍ତଫା ଦେବା ବାବଦରେ ଜଣାଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ କମରୁଲ ଇସଲାମ ଚୌଧୁରୀ (Assam Congress Leader Kamrul Islam Choudhury) କହିଛନ୍ତି ଯେ, ବିଗତ କିଛି ମାସ ମଧ୍ୟରେ ଆସାମ ପ୍ରଦେଶ କଂଗ୍ରେସ କମିଟିର (Assam Pradesh Congress Committee) ଦିଗହୀନ ଏବଂ ଦ୍ୱନ୍ଦ୍ୱପୂର୍ଣ୍ଣ ନେତୃତ୍ୱ କାରଣରୁ ବର୍ତ୍ତମାନ ଦଳରେ ସୃଷ୍ଟି ହୋଇଥିବା ଅସ୍ଥିରତା ମୋତେ ସଦସ୍ୟ ଭାବରେ ଜାରି ରଖିବାର କୌଣସି କାରଣ ଦେଇନାହିଁ। 

କଂଗ୍ରେସ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣି  କମରୁଲ ଇସଲାମ ଚୌଧୁରୀ କହିଛନ୍ତି ଯେ, ସେମାନଙ୍କ ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଯେଉଁମାନେ ନିକଟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଯାହାକୁ ସାର୍ବଜନୀନ ରୂପରେ ସ୍ୱୀକାର କରିଛନ୍ତି ଏନସିପି ଅଧ୍ୟକ୍ଷ ଭୂପେନ କୁମାର ବୋରା।

ନିଜ ଲେଖିଥିବା ପତ୍ରରେ କମରୁଲ ଇସଲାମ ଚୌଧୁରୀ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଦଳୀୟ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ମୋ ଭଳି ଭଳି ହଜାର ହଜାର ତୃଣମୂଳ ସ୍ତରର ଦଳୀୟ କର୍ମକର୍ତ୍ତାଙ୍କ  ମନୋବଳ ଭାଙ୍ଗିଯାଇଛି। ଯେଉଁମାନେ ବର୍ଷ ବର୍ଷ ଧରି ଦଳ ପାଇଁ ରକ୍ତ, ଝାଳ, ନାଳ ଏକାଠି କରି ଦଳ ପାଇଁ କାମ କରିଛନ୍ତି। 

ପୂ୍ର୍ବରୁ ବରିଷ୍ଠ କଂଗ୍ରେସ ଗୁଲାମ ନବୀ ଆଜାଦଙ୍କ ଦଳ ଛାଡିବାକୁ ନେଇ ସରଗରମ ହୋଇଉଠିଛି ଜାତୀୟ ରାଜନୀତି। ଦଳ ଛାଡିବା ବେଳେ ସେ କଂଗ୍ରେସ ନେତୃତ୍ୱ ନେଉଥିବା ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ (Ghulam Nabi Azad) ପାଞ୍ଚ ଦଶନ୍ଧି କାର୍ଯ୍ୟ କରିବା ପରେ ନିକଟ ଅତୀତରେ କଂଗ୍ରେସ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିଲେ।  ଗତ ଗୁରୁବାର ଜାମୁ କାଶ୍ମୀରସ୍ଥିତ (Jammu Kashmir) ଭଦ୍ରବାହ ଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଆଜାଦ କହିଛନ୍ତି ଯେ, ସେମାନେ ମୋ ଉପରେ ମିସାଇଲ ଫିଙ୍ଗିଥିଲା। ହେଲେ ମୁଁ କେବଳ ୩୦୩ ରାଇଫଲ ଯୋଗେ ପାଲଟା ଜବାବ ଦେଇଥିଲି। ଯାହା ଫଳରେ କଂଗ୍ରେସ ନେତା ମୋ ଆଡକୁ ମାଡ଼ କରିଥିବା ମିସାଇଲ ନଷ୍ଟ ହୋଇଯାଇଥିଲା। ଯଦି ମୁଁ  ସେମାନଙ୍କୁ ଜବାବ ଦେବାକୁ ଯାଇ ଏକ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଥାନ୍ତି ତାହେଲେ କ'ଣ ହୋଇଥାନ୍ତା? ଯଦି ମୁଁ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଥାନ୍ତି ତାହେଲେ କଂଗ୍ରେସ (Congress) ଅଦୃଶ୍ୟ ହୋଇ ଯାଇଥାନ୍ତା।