Asaduddin Owaisi: ଆକ୍ରମଣର ହେଲା ପର୍ଦ୍ଦାଫାଶ! ସାମ୍ନାକୁ ଆସିଲା ୬ ମିଛ
Advertisement

Asaduddin Owaisi: ଆକ୍ରମଣର ହେଲା ପର୍ଦ୍ଦାଫାଶ! ସାମ୍ନାକୁ ଆସିଲା ୬ ମିଛ

 ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଗୋଟିଏ କଥା କହୁଥିବା ବେଳେ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ବୟାନ ଏବଂ ଟ୍ୱିଟ ଅନ୍ୟ ଗୋଟିଏ କଥା କହୁଛି।

Asaduddin Owaisi: ଆକ୍ରମଣର ହେଲା ପର୍ଦ୍ଦାଫାଶ! ସାମ୍ନାକୁ ଆସିଲା ୬ ମିଛ

ଲକ୍ଷ୍ନୈୌ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣର ପର୍ଦ୍ଦାଫାଶ କରିବା ବଦଳରେ ପୋଲିସ ଏହି ଘଟଣାରେ ପରଦା ପକାଇବା ଭଳି କାମ କରୁଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଗୋଟିଏ କଥା କହୁଥିବା ବେଳେ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ବୟାନ ଏବଂ ଟ୍ୱିଟ ଅନ୍ୟ ଗୋଟିଏ କଥା କହୁଛି। ଏ ଘଟଣାରେ ପିଲଖୁୱା ଥାନାରେ ଦାଏର ହୋଇଥିବା ଦ୍ୱିତୀୟ FIR ଉଭୟଙ୍କ ଠାରୁ ଭିନ୍ନ ଏକ ଚିତ୍ର ଉପସ୍ଥାପନ କରୁଛି।

ନିଜ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ଟ୍ୱିଟ କରି ଅସାଦୁଦ୍ଦିନ ଓୱେସି ଘଟଣାସ୍ଥଳରେ ଗୋଟିଏ ପିସ୍ତଲ ପଡିଥିବାର କହିଛନ୍ତି। ହେଲେ ପୋଲିସ ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ନିକଟରୁ ପିସ୍ତଲ ଉଦ୍ଧାର କରାଯାଇଥିବା ରେକର୍ଡରେ ଲେଖିଛି। ଏଭଳି ପରିସ୍ଥିତିରେ ଯେତେବେଳେ ମାମଲା କୋର୍ଟକୁ ଯିବି ସେତେବେଳେ ଅଭିଯୁକ୍ତ ଆଶ୍ୱସ୍ତି ପାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜନୈତିକ ଦଳ ଏହି ଘଟଣାରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। 

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଏହା ଜଣାପଡ଼ିଛି ପ୍ରଥମେ ଗୁଳି ଅଭିଯୁକ୍ତ ଶୁଭମ୍ ଚଳାଇଥିଲା ଏହା ପରେ ଅନ୍ୟତମ ଅଭିଯୁକ୍ତ ସଚିନ କାର୍ ଉପରକୁ ଫାୟାରିଂ କରିଥିଲା। ଏହି ଘଟଣାର ଦୁଇଟି ଫୁଟେଜ ସାମ୍ନାକୁ ଆସିଛି। ଉଭୟଙ୍କ କହିବା ଅନୁସାରେ ସେମାନେ ବୁଥ ସମ୍ମୁଖରେ ଏବଂ ଅସାଦୁଦ୍ଦିନ ଓୱେସୀଙ୍କ ଗାଡି ପଛରେ ଥିଲା। ପ୍ରଥମେ ଶୁଭମ୍ ଗୁଳି ଚଳାଇବା ପରେ ପରେ ଏକ ଧଳା କାର ଧକ୍କା ମାରୁଥିବାର ଦେଖାଯାଇଥିଲା। ହେଲେ ଏହି ଗାଡି଼ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ନୁହେଁ। ଏହା ପରେ ସଚିନ୍  ଅନ୍ୟ ଏକ ଗାଡିରୁ ଗୁଳି ଚଲାଇଥିଲା। ପ୍ରଥମେ ବ୍ୟାରିୟର ଠାରେ ଗୁଳି ବିନିମୟ ହୋଇଥିଲା। ଗୁଳିମାଡ଼ କରିବା ପରେ ଉଭୟ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାୟନ କରିଥିଲେ। 

Also Read: Attack on Asaduddin Owaisi: ରାଜ୍ୟସଭାରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ

ଗତ ଗୁରୁବାର ରାତିରେ ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାର ପିଲଖୁୱା ଠାରେ ଅସାଦୁଦ୍ଦିନ ଓୱେସିଙ୍କ କାର ଉପରେ ଗୁଳିମାଡ଼ ହୋଇଥିଲା। ସେହି ଦିନ ରାତିରେ ଟ୍ୱିଟ କରି ସେ ନିଜ ଉପରେ ହୋଇଥିବା ଆକ୍ରମଣ ବାବଦରେ ଜଣାଇଥିଲେ। ଆକ୍ରମଣ ହେବା କ୍ଷଣି ପୋଲିସ ତତ୍କାଳ ପିଲଖୁୱା ଥାନାରେ ପ୍ରଥମ FIR ଦାଏର କରିଥିଲା। ଏହାର ୧୨ ଘଣ୍ଟା ପରେ ଏ ଘଟଣାର ଦ୍ୱିତୀୟ FIR ଦାଏର କରିଥିଲେ ତଦନ୍ତକାରୀ ଅଧିକାରୀ ଅଭିନନ୍ଦନ ପୁଣ୍ଡିର।  

ତାଙ୍କ କହିବା ଅନୁସାରେ ଗୁଳିମାଡ଼ ଘଟଣାରେ ଜଡ଼ିତ ୨ ଅଭିଯୁକ୍ତଙ୍କ ମଧ୍ୟରୁ ସଚିନକୁ  ଯେଉଁ ଦିନ ଏହି ଘଟଣା ଘଟିଥିଲା ସେ ଦିନ ରାତି ୧୧ଟା ଏବଂ ଅନ୍ୟ ଅଭିଯୁକ୍ତ ଶୁଭମକୁ ରାତି ୪ଟା ସମୟରେ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଆଖୁ ବିଲରେ ରଖିଥିବା ପିସ୍ତଲକୁ ପୋଲିସ ଦ୍ୱାରା ଜବତ କରାଇଥିଲା। ଉଭୟେ ଏକ ସଙ୍ଗରେ ଗୁଳି ଚଳାଇଥିଲେ। ଗୁଳିମାଡ଼ କରିବା ସମୟରେ ସଚିନକୁ ଦେଖି ନେଇଥିବା ଅସାଦୁଦ୍ଦିନ ଓୱେସି ତଳକୁ ନଇଁ ପଡି଼ଥିଲେ।  ଏହା ପରେ ସେ ତଳକୁ ଗୁଳିମାଡ଼ କରିଥିଲା। 

ଏ ଘଟଣାରେ ସାମ୍ନାକୁ ଆସିଥିବା ୬ ମିଛ

  • ଅସାଦୁଦ୍ଦିନ ଓୱାଇଙ୍କ କହିବା ଅନୁସାରେ ବିସ୍ଫୋରଣ ଶୁଣିବା ପରେ ସେ ଏହି ଆକ୍ରମଣ ବାବଦରେ ଜାଣିବାକୁ ପାଇଥିଲେ। ଯାହାର ଅର୍ଥ ହେଉଛି,ସେ ସଚିନଙ୍କୁ ଗୁଳି ଚଳାଇଥିବାର ଦେଖି ନାହାଁନ୍ତି ହେଲେ ପୋଲିସ ରିପୋର୍ଟ କହୁଛି ଓୱେସି ସଚିନଙ୍କୁ ଗୁଳି ଚଳାଇଥିବାର ଦେଖିଛନ୍ତି। 
  • ଯେଉଁଦିନ ଘଟଣା ଘଟିଲା ସେ ଦିନ ରାତି ୯ଟା ୪୯ ମିନିଟ ସମୟରେ ଘଟଣାସ୍ଥଳରୁ ଥାଇ ଓୱେସି ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ଘଟଣାସ୍ଥଳରେ ଏକ ପିସ୍ତଲ ପଡ଼ିଥିବାର ଦେଖାଯାଇଥିଲ। ହେଲେ ପୋଲିସ ରାତି ୧୧ଟାରେ ସଚିନ୍ ଏବଂ ଶୁଭମକୁ ରାତି ୪ଟା ବେଳେ ଗିରଫ କରି ଉଭୟଙ୍କ ନିକଟରୁ ଗୁଳିମାଡ଼ରେ ବ୍ୟବହୃତ ହୋଇଥିବା ପିସ୍ତଲ ଜବତ କରିଥିଲା। ହେଲେ ଘଟଣାସ୍ଥଳରେ ଦେଖାଯାଇଥିବା ପିସ୍ତଲ କିପରି ପୋଲିସ ରେକର୍ଡରୁ ଅଦୃଶ୍ୟ ହୋଇଯାଇଛି ତାହା ବୁଝା ପଡୁନାହିଁ। କାରଣ ଗୁଳିମାଡ଼ କରିବା ପରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପିସ୍ତଲ ଫୋପାଡି଼ ଦେଇଥିବା କୁହାଯାଉଛି।
  • ପୋଲିସ FIR ଅନୁଯାୟୀ ସଚିନଙ୍କ ଫେସବୁକ ପେଜ୍ ନାଁ ଦେଶପ୍ରେମୀ ସଚିନ ହିନ୍ଦୁଙ୍କ ନାମରେ ରହିଛି। ସେ କେବଳ ହିନ୍ଦୁ ବିରୋଧୀ ଭାଷଣ ହେତୁ ଓୱେସିଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଅନ୍ୟପଟେ ସଚିନ ଧୌଲାନାରେ ନିର୍ବାଚନମଣ୍ଡଳୀରୁ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଆଇଏମ୍ଆଇଏମ୍  ପ୍ରାର୍ଥୀ ଆରିଫଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିଲେ। ଅସାଦୁଦ୍ଦିନ ଓୱେସୀଙ୍କ ଦଳୀୟ ପ୍ରାର୍ଥୀ ଏବଂ ସଚିନଙ୍କ ମଧ୍ୟରେ ବନ୍ଧୁତା ରହିଥିବା ଜଣାପଡିଛି।
  • ଅସାଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ପ୍ରଥମେ ଅଭିଯୋଗ କରିଥିଲେ ତାଙ୍କ ଗାଡ଼ି ଚାଳକ ୟାମିନ ଖାନ୍। ସେ ଏ ଘଟଣାର ସାକ୍ଷାଙ୍କ ନାଁ ମଧ୍ୟ ଲେଖିଥିଲେ। ହେଲେ ପୋଲିସ ଏହି ଘଟଣା ଦାଏର କରିଥିବା ଦ୍ୱିତୀୟ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଗୁଳିମାଡ଼ରେ ବ୍ୟବହୃତ ପିସ୍ତଲକୁ ଜବତ କରାଯାଇଥିବା କଥା କୁହାଯାଇଛି। 
  • ଅଭିଯୁକ୍ତ ସଚିନ ପୋଲିସକୁ କହିଛି ଗତ ଜାନୁଆରୀ ୨୨ ତାରିଖରେ ଗାଜିଆବାଦ ଠାରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଘଟଣା ଦିନ ସେ ମେରଠ, କିଠୋର ପ୍ରଭୃତି ସ୍ଥାନରେ ଆୟୋଜିତ ହୋଇଥିବା ଅସାଦୁଦ୍ଦିନ ଓୱେସିଙ୍କ ସଭାକୁ ମଧ୍ୟ ଯାଇଥିଲା। ହେଲେ ସେଠାରେ ଲୋକ ଭିଡ଼ ହେତୁ ସେ ଅସାଦୁଦ୍ଦିନ ଓୱେସିଙ୍କୁ ହତ୍ୟା କରିବାକୁ ସୁଯୋଗ ପାଇନଥିଲା। ହତ୍ୟା କରିବା ପାଇଁ ଟୋଲ ବୁଥ ଠାରେ ସୁଯୋଗ ଥିବା ସେ ନିଜେ ଦେଖିଥିଲା। ହେଲେ କିଥୋର ଏବଂ ଟୋଲ ବୁଥ ମଧ୍ୟରେ ଦୂରତା ହେଉଛି ପ୍ରାୟ ୭୦ କିଲୋମିଟର। ହେଲେ ଏହା ମଧ୍ୟରେ ଏପରି ତିନୋଟି ସ୍ଥାନ ରହିଛି ଯେଉଁଠାରେ ଗାଡି ଟୋଲ ବୁଥ ଅପେକ୍ଷା ମନ୍ଥର ଗତିରେ ଚାଲିଥିଲା। ସେଠାରେ ସିସିଟିଭି ନାହିଁ କିମ୍ବା ଲୋକ ମଧ୍ୟ ସେଠାରେ ଉପସ୍ଥିତ ନାହାଁନ୍ତି।
  • ସଚିନ କେତେ ଗୁଳି ଚଳାଇଥିଲା ତାହାକୁ ନେଇ ସନ୍ଦେହ ଦେଖାଦେଇଛି। ଶୁଭମ୍ ଗୋଟିଏ ଗୁଳି ଚଳାଇଥିଲା ହେଲେ ଏହା ଫାୟାର ହୋଇନଥିଲା। ଶୁଭମ ପାଖରେ ୧୦ ଗୁଳି ମଧ୍ୟରୁ ୯ ଗୁଳି ଉଦ୍ଧାର କରାଯାଇଛି। ସଚିନଙ୍କ ପାଖରେ ୧୨ ଗୁଳି ଥିବା ବେଳେ ୭ ଉଦ୍ଧାର କରାଯାଇଛି।। ଯାହାର ଅର୍ଥ ହେଉଛି ସେ ପାଞ୍ଚଟି ଗୁଳି ଚଳାଇଛି। ହେଲେ ଦୁଇଟି ଗୁଳି ଓୱେସିଙ୍କ କାରରେ ବାଜିଥିବା ବେଳେ ବାକି ୩ ଗୁଳି କୁଆଡେ ଗଲା ତାହାର ଜବାବ ପୋଲିସ ପାଖରେ ନାହିଁ।